www.samajalive.in
Thursday, December 11, 2025
26.1 C
Bhubaneswar

ଓପିଏସ୍‌ସିକୁ ଜବାବ ରଖିବାକୁ ନିର୍ଦେଶ

କଟକ: ଆସିଷ୍ଟାଣ୍ଟ ପବ୍ଲିକ୍ ପ୍ରସିକ୍ୟୁଟର(ଏପିପି) ପଦବୀରେ ନିଯୁକ୍ତି ପାଇଁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିର ବୈଧତା ପ୍ରସଙ୍ଗକୁ ନେଇ ଦାୟର ମାମଲାରେ ଡକ୍ଟର ଜଷ୍ଟିସ ବି.ଆର.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ନୋଟିସ ଜାରି କରି ଜବାବ ତଲବ କରିଛନ୍ତି। ଓପିଏସସି, ରାଜ୍ୟ ଗୃହ ବିଭାଗ ଓ ପ୍ରସିକ୍ୟୁସନ୍ ନିର୍ଦେଶକଙ୍କୁ ଜବାବ ରଖିବାକୁ ନିର୍ଦେଶ ଦେଇଛନ୍ତି। ଏଥି ସହିତ ଏପିପି ପଦରେ ନିଯୁକ୍ତି ପାଇଁ ଅନୁଷ୍ଠିତ ହେବାକୁ ଥିବା ପରୀକ୍ଷା ପାଇଁ ତିନି ଆବେଦନକାରୀ ଆଇନଜୀବୀଙ୍କ ଦରଖାସ୍ତ ଗ୍ରହଣ କରାଯିବ ବୋଲି ଉଚ୍ଚ ନ୍ୟାୟାଳୟ ଅନ୍ତରୀଣ ନିର୍ଦେଶ ଦେଇଛନ୍ତି। ତେବେ ଏହି ମାମଲାର ଚୂଡାନ୍ତ ଫଳାଫଳ ଉପରେ ନିର୍ଭର କରିବ ବୋଲି ଉଚ୍ଚ ନ୍ୟାୟାଳୟ କହିଛନ୍ତି। ଆଇନଜୀବୀ ସରୋଜ କୁମାର ରାଉତରାୟ, ସୁଧୀର କୁମାର ବେହେରା ଓ ଆଶିଷ କୁମାର ପୃଷ୍ଟିଙ୍କ ଆବେଦନର ଶୁଣାଣି କରି ଖଣ୍ଡପୀଠ ଏପରି ନିର୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଡକ୍ଟର ‌ଜିତେନ୍ଦ୍ର କୁମାର ଲେଙ୍କା ମାମଲା ପରିଚାଳନା କରୁଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ୪୬ଟି ଏପିପି ପଦବୀରେ ନିଯୁକ୍ତି ପାଇଁ ଓପିଏସସି ପକ୍ଷରୁ ୨୦୨୧, ଜୁଲାଇ ୨୨ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଅନୁସୂଚିତ ଜାତି (ଏସ୍‌ସି) ଓ ଅନୁସୂଚିତ ଜନଜାତି(ଏସ୍‌ଟି) ବର୍ଗର ପ୍ରାର୍ଥୀଙ୍କ ପାଇଁ ନିର୍ଦ୍ଦିଷ୍ଟ ପଦବି ସଂରକ୍ଷିତ ଥିବା ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଥିଲା; କିନ୍ତୁ ପଛୁଆବର୍ଗ (ଏସଇବିସି) ପ୍ରାର୍ଥୀଙ୍କ ପାଇଁ କୌଣସି ପଦବୀ ସଂରକ୍ଷିତ ନଥିବା ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଥିଲା। ଏଥି ସହିତ ପ୍ରାର୍ଥୀଙ୍କ ସର୍ବାଧିକ ବୟସସୀମା ୨୦୨୧, ଜାନୁଆରୀ ୧ ସୁଦ୍ଧା ୩୫ ବର୍ଷରୁ ଅଧିକ ହୋଇ ନଥିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଥିଲା। ଏପରି ବିଜ୍ଞପ୍ତି ଓଡ଼ିଶା ଷ୍ଟେଟ୍ ପ୍ରସିକ୍ୟୁସନ୍ ରୁଲ୍ସର ଉଲ୍ଲଙ୍ଘନ କରୁଛି ବୋଲି ଦର୍ଶାଇ ଆବେଦନକାରୀ ଉଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଆବେଦନରେ ଉଲ୍ଲେଖ କରାଯାଇଥିଲା ଯେ ଶେଷ ଥର ପାଇଁ ୨୦୧୮ରେ ଏପିପି ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା। ୨୦୧୮-୧୯ ବର୍ଷ‌ରେ ଖାଲିଥିବା ୪୬ଟି ପଦବୀରେ ନିଯୁକ୍ତି ପାଇଁ ୨୦୨୧ରେ ବିଜ୍ଞପ୍ତି ପ୍ରକାଶ ପାଇଥିବା ୨୦୨୧, ଜାନୁଆରୀ ୧ ସୁଦ୍ଧା ପ୍ରାର୍ଥୀଙ୍କ ବୟସ ୩୫ ବର୍ଷରୁ ଅଧିକ ହୋଇ ନଥିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ୨୦୧୮ ମସିହା ପରେ ଆଉ ନିଯୁକ୍ତି ପରୀକ୍ଷା ହୋଇ ନଥିଲା ଓ ୨୦୨୧ରେ ପ୍ରକାଶିତ ପଦବୀଗୁଡିକ ମଧ୍ୟ ଦୁଇ ବର୍ଷ ତଳର ବୋଲି ସ୍ପଷ୍ଟ ହୋଇଥିବା ବେଳେ ପ୍ରାର୍ଥୀଙ୍କ ସର୍ବାଧିକ ବୟସ ସୀମା ୨୦୧୮, ଜାନୁଆରୀ ୧ରୁ ହିସାବକୁ ନିଆଯିବା କଥା; କିନ୍ତୁ ଏହି ବିଜ୍ଞପ୍ତିରେ ଏପରି କରାଯାଇ ନାହିଁ। ଏଥି ସହିତ ପଛୁଆ ବର୍ଗଙ୍କ ପାଇଁ ମୋଟ ପଦବୀର ୧୧.୨୫ ପ୍ରତିଶତ ସଂରକ୍ଷିତ ରଖାଯିବା କଥା। କିନ୍ତୁ ପଛୁଆ ବର୍ଗ ପ୍ରାର୍ଥୀଙ୍କ ପାଇଁ କୌଣସି ସଂରକ୍ଷଣ ନଥିବା ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି। ଫଳରେ ପଛୁଆ ବର୍ଗର ପ୍ରାର୍ଥୀଙ୍କୁ ବୟସ କୋହଳ ସୁବିଧା ମଧ୍ୟ ମିଳି ପାରୁ ନାହିଁ। ଏଭଳି କରାଯିବା ସଂରକ୍ଷଣ ନିୟମର ଉଲ୍ଲଙ୍ଘନ। ଏପିପି ନିଯୁକ୍ତି ପାଇଁ ପ୍ରକାଶିତ ବିଜ୍ଞପ୍ତିରେ ଏହି ସବୁ ଦୋ‌ଷତ୍ରୁଟି ଯୋଗୁଁ ପଛୁଆ ବର୍ଗର ଯୋଗ୍ୟ ପ୍ରାର୍ଥୀ ନିଯୁକ୍ତି ପ୍ରକ୍ରିୟାରୁ ବାଦ ପଡିବାକୁ ଯାଉଛନ୍ତି ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଏଭଳି ତ୍ରୁଟିପୂର୍ଣ୍ଣ ଓ ନିୟମର ବିରୁଦ୍ଧାଚରଣ କରୁଥିବା ବିଜ୍ଞପ୍ତି ରଦ୍ଦ କରାଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି।

Hot this week

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

Related Articles

Popular Categories