www.samajalive.in
Monday, December 8, 2025
24.1 C
Bhubaneswar

ଇସ୍ତଫା ଦେଲେ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ, କହିଲେ ଦଳ ମୋତେ ଯେଉଁ ଦାୟିତ୍ବ ଦେବ ନିର୍ବାହ କରିବି

ନୂଆଦିଲ୍ଲୀ: ଆଜି ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ ଇସ୍ତଫା ଦେଇଛନ୍ତି। ଶନିବାର ଦ୍ୱିପହରରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ ରାଜ୍ୟପାଳଙ୍କୁ ଭେଟି ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଇସ୍ତଫା ପତ୍ର ଦେବା ପରେ ରୁପାଣୀ ବିଜେପି ନେତୃତ୍ୱକୁ ଧନ୍ୟବାଦ ଜଣାଇଛନ୍ତି। ସେ ପାଞ୍ଚ ବର୍ଷ ଧରି ବିଜେପିର ମୁଖ୍ୟମନ୍ତ୍ରୀ ଥିଲେ। ଇସ୍ତଫା ଦେଇଥିଲେ ହେଁ ସେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଅଧୀନରେ କାମ କରିବା ଜାରି ରଖିବେ ବୋଲି ପ୍ରକାଶ କରିଛନ୍ତି। ତେବେ ରୁପାଣୀ କାହିଁକି ଇସ୍ତଫା ଦେଇଛନ୍ତି, ତାହା ସ୍ପଷ୍ଟ କରିନାହାନ୍ତି।
ଇସ୍ତଫା ପରେ ଗଣମାଧ୍ୟମକୁ ରୂପାଣୀଙ୍କ ପ୍ରତିକ୍ରିୟା। ଗୁଜରାଟ ମୁଖ୍ୟମନ୍ତ୍ରୀ ପଦରୁ ମୁଁ ଇସ୍ତଫା ଦେଇଛି। ପରବର୍ତ୍ତି ମୁଖ୍ୟମନ୍ତ୍ରୀ କି’ଏ ହେବେ ଦଳ ନିଷ୍ପତ୍ତି ନେବ। ଦଳ ମୋତେ ଯେଉଁ ଦାୟିତ୍ବ ଦେବ ନିର୍ବାହ କରିବି। ପ୍ରାୟ ୫ ବର୍ଷ ହେଲା ମୁଖ୍ୟମନ୍ତ୍ରୀ ପଦରେ ଥିଲେ ରୂପାଣୀ। କର୍ଣ୍ଣାଟକ ଓ ଉତ୍ତରାଖଣ୍ଡ ନିଷ୍ପତ୍ତି ପରେ ଗୁଜରାଟ ନିଷ୍ପତ୍ତି ବଦଳିଲା। ୨୦୨୨ରେ ହେବାକୁ ଅଛି ଗୁଜରାଟ ବିଧାନସଭା ନିର୍ବାଚନ।
ରୂପାଣୀଙ୍କ ଇସ୍ତଫା ପରେ କି’ଏ ହେବେ ମୁଖ୍ୟମନ୍ତ୍ରୀ ତାକୁ ନେଇ ଚର୍ଚ୍ଚା। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କ ନାମକୁ ନେଇ ଚର୍ଚ୍ଚା ଜୋର ଧରିଛି। ଉପମୁଖ୍ୟମନ୍ତ୍ରୀ ନୀତିନ ପଟ୍ଟେଲଙ୍କ ନାମ ମଧ୍ୟ ଚର୍ଚ୍ଚା ହେଉଛି। କେନ୍ଦ୍ର ମନ୍ତ୍ରୀ ପର୍ଷୋତ୍ତମ ରୁପାଲା ବି ଚର୍ଚ୍ଚାରେ ରହିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ଗୁଜରାଟରେ ଏବେ ନୂଆ ନେତୃତ୍ୱରେ ବିଜେପି ନିର୍ବାଚନ ଲଢ଼ିବାକୁ ଯାଉଛି। ଗତ କିଛି ମାସ ଧରି ମଧ୍ୟ ରାଜ୍ୟରେ ବିଜେପିକୁ ଆମ୍ ଆଦମୀ ପାର୍ଟି (ଆପ୍) କଡ଼ା ଟକ୍କର ଦେଇଆସୁଛି। କରୋନା ସଂକ୍ରମଣର ଦ୍ୱିତୀୟ ଲହର୍ ସମେତ ଅନେକ ପ୍ରସଙ୍ଗ ଉଠାଇ ଆପ୍ ରୁପାଣୀ ସରକାରକୁ ଘେରିଛି। ଅନ୍ୟପକ୍ଷରେ କଂଗ୍ରେସ ଗୁଜରାଟର ପୂର୍ବ ବିଧାନସଭା ନିର୍ବାଚନରେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲା। ଏହା ପରେ କଂଗ୍ରେସ କର୍ମକର୍ତ୍ତା ଲଗାତର ଗୁଜରାଟରେ ସକ୍ରିୟ ହୋଇ ବିଭିନ୍ନ ପ୍ରସଙ୍ଗ ଉଠାଉଛନ୍ତି।
ବିଜୟ ରୁପାଣିଙ୍କ ପରେ ନୂଆ ମୁଖ୍ୟମନ୍ତ୍ରୀ କିଏ ହେବ, ଏହା ଉପରେ କୌଣସି ସୂଚନା ମିଳିନାହିଁ। କିଛି ବର୍ଷ ଛାଡ଼ି ୧୯୯୫ ମସିହା ପରଠାରୁ ଗୁଜରାଟରେ ବିଜେପି ସରକାର ରହି ଆସିଛି। ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୀର୍ଘ ବର୍ଷ ଧରି ଗୁଜରାଟର ମୁଖ୍ୟମନ୍ତ୍ରୀ ପଦରେ ରହିଆସିଛନ୍ତି।
ଗତ କିଛି ମାସ ଧରି ବିଜେପି କିଛି ରାଜ୍ୟରେ ମୁଖ୍ୟମନ୍ତ୍ରୀ ଅଦଳବଦଳ କରୁଛି। ପ୍ରଥମେ ଦୁଇଥର ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀଙ୍କୁ ବଦଳା ଯାଇଥିଲା। ନିକଟରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ବିଏସ୍ ୟେଦୁରପ୍ପାଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା। ଉତ୍ତରାଖଣ୍ଡର ତୀରଥ ସିଂହ ରାୱତଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ପୁଷ୍କର ସିଂହ ଧାମୀଙ୍କୁ ନୂଆ ମୁଖ୍ୟମନ୍ତ୍ରୀ କରିଥିଲା। ଉତ୍ତରାଖଣ୍ଡରେ ମଧ୍ୟ ଆସନ୍ତାବର୍ଷ ବିଧାନସଭା ନିର୍ବାଚନ ହେବ। କର୍ଣ୍ଣାଟକରେ ପାର୍ଟି ୟେଦୁରପ୍ପାଙ୍କ ସ୍ଥାନରେ ବସବରାଜ ବୋମ୍ମଇଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ହସ୍ତାନ୍ତର କରାଯାଇଥିଲା। ସେହିପରି ଆସାମରୁ ସର୍ବାନନ୍ଦ ସୋନୋୱାଲ ମଧ୍ୟ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଗୁଜରାଟରେ ଆସନ୍ତାବର୍ଷ ଡିସେମ୍ବରରେ ବିଧାନସଭା ନିର୍ବାଚନ ହେବ। ଆଉ ଏହା ପୂର୍ବରୁ ରୁପାଣୀଙ୍କ ଇସ୍ତଫା ଦେବା ନିଷ୍ପତ୍ତିକୁ ଅନେକ ଦୃଷ୍ଟିକୋଣରୁ ମହତ୍ତ୍ୱପୂର୍ଣ୍ଣ କୁହାଯାଉଛି। ଶନିବାର ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମୁଖ୍ୟମନ୍ତ୍ରୀ ଭାବେ ବିଜୟ ରୁପାଣୀ ଉପସ୍ଥିତ ଥିଲେ। ହେଲେ ଏହି କାର୍ଯ୍ୟକ୍ରମ ଭର୍ଚୁଆଲ୍‌ ମାଧ୍ୟମରେ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଗୁଜରାଟର ଡେପୁଟୀ ସିଏମ୍ ନୀତୀନ ପଟେଲ ମଧ୍ୟ ଉପସ୍ଥିତ ଥିଲେ।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories