www.samajalive.in
Monday, December 8, 2025
27.1 C
Bhubaneswar

ମାର୍ଗଦର୍ଶକ ଭାବେ ଧୋନିଙ୍କ ନିଯୁକ୍ତିକୁ ଶାସ୍ତ୍ରୀଙ୍କ ସ୍ବାଗତ

ଲଣ୍ଡନ : ଆସନ୍ତା ମାସରେ ଖେଳାଯିବାକୁ ଥିବା ଟ୍ବେଣ୍ଟି୨୦ ବିଶ୍ବକପ୍‌ ନିମନ୍ତେ ଭାରତୀୟ କ୍ରିକେଟ୍ ଦଳର ମାର୍ଗଦର୍ଶକ ଭାବେ ନିଯୁକ୍ତ ହୋଇଛନ୍ତି ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି। ଏ ନେଇ ନିଜ ପ୍ରତିକ୍ରିୟାରେ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ କହିଛନ୍ତି ଧୋନିଙ୍କ ନିକଟରେ ବହୁତ ଅଭିଜ୍ଞତା ରହିଛି। ତାଙ୍କ ନେତୃତ୍ବରେ ଭାରତୀୟ ଦଳ ବିଶ୍ବକପ୍‌ ଜିତିଛି। ତେଣୁ ଧୋନି ଭାରତୀୟ ଦଳର ମାର୍ଗଦର୍ଶକ ଭାବେ ନିଯୁକ୍ତ ହେବା ଖୁସିର କଥା। ଏହା ଦଳ ପାଇଁ ବେଶ୍‌ ସହାୟକ ହେବ।
ଧୋନିଙ୍କୁ ମାର୍ଗଦର୍ଶକ ଭାବେ ନିଯୁକ୍ତି ଦେଇ ବିସିସିଆଇ ବିଜ୍ଞତାପୂର୍ଣ୍ଣ କାର୍ଯ୍ୟ କରିଥିବା ଶାସ୍ତ୍ରୀ କହିଛନ୍ତି। ଧୋନିଙ୍କ ନିକଟରେ ରହିଥିବା ବିପୁଳ ଅଭିଜ୍ଞତାରୁ ଟ୍ବେଣ୍ଟି୨୦ ବିଶ୍ବକପ୍‌ରେ ଭାରତୀୟ ଦଳର କ୍ରିକେଟର୍‌ମାନେ ବେଶ୍‌ ଲାଭବାନ୍‌ ହୋଇପାରିବେ। ସୂଚନାଥାଉକି ବିସିସିଆଇ ସମ୍ପାଦକ ଜୟ ଶାହା ପ୍ରଥମେ ଧୋନିଙ୍କୁ ଭାରତୀୟ ଦଳର ମାର୍ଗଦର୍ଶକ ଭାବେ ନିଯୁକ୍ତ କରିବାକୁ ପ୍ରସ୍ତାବ ଦେଇଥିଲେ। ସେ ଭାରତୀୟ କ୍ରିକେଟ୍‌ ଦଳର ମ୍ୟାନେଜମେଣ୍ଟ ସହ ଏ ସଂପର୍କରେ ଆଲୋଚନା କରିଥିଲେ। ପରବର୍ତ୍ତୀ ସମୟରେ ମାର୍ଗଦର୍ଶକ ଭାବେ ଦାୟିତ୍ବ ନିର୍ବାହ କରିବାକୁ ଧୋନିଙ୍କ ସହ ଆଲୋଚନା ହୋଇଥିଲା। ଧୋନି ରାଜି ହେବା ପରେ ତାଙ୍କୁ ଟ୍ବେଣ୍ଟି୨୦ ବିଶ୍ବକପ୍‌ ନିମ​‌େ​‌ନ୍ତ ଭାରତୀୟ ଦଳର ମାର୍ଗଦର୍ଶକ ଭାବେ ନିଯୁକ୍ତ କରାଯାଇଛି।
ଟ୍ବେଣ୍ଟି୨୦ ବିଶ୍ବକପ୍‌ରେ ଭାରତୀୟ ଦଳର ପ୍ରଦର୍ଶନ କିପରି ରହିବ ବୋଲି ପ୍ରଶ୍ନର ଉତ୍ତରରେ ଶାସ୍ତ୍ରୀ କହିଥିଲେ ଦଳର ଅଧିନାୟକ ବିରାଟ କୋହଲି ଜଣେ ଆକ୍ରମଣାତ୍ମକ ଅଧିନାୟକ ଭାବେ ବେଶ୍‌ ପରିଚିତ। ସେହିପରି ଦଳର ଉପଅଧିନାୟକ ରୋହିତ ଶର୍ମା ବିସିସିଆଇ ଆନୁକୂଲ୍ୟରେ ଆୟୋଜିତ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ସଫଳ ଅଧିନାୟକ ଭାବେ ପରିଚିତ। ଏମାନଙ୍କ ସହ ମାର୍ଗଦର୍ଶକ ଭାବେ ମହେନ୍ଦ୍ର ସିଂହ ଧୋନି ନିଯୁକ୍ତି ପାଇଥିବାରୁ ଟ୍ବେଣ୍ଟି୨୦ ବିଶ୍ବକପ୍‌ରେ ଦଳ ନିଶ୍ଚିତ ଭାବେ ପ୍ରଭାବୀ ପ୍ରଦର୍ଶନ କରିବ। ଧୋନିଙ୍କୁ ଟ୍ବେଣ୍ଟି୨୦ ବିଶ୍ବକପ୍‌ ନିମନ୍ତେ ଭାରତୀୟ ଦଳର ମାର୍ଗଦର୍ଶକ ଭାବେ ନିଯୁକ୍ତ କରାଯିବ ବୋଲି ପ୍ରଥମେ ବିସିସିଆଇ ସମ୍ପାଦକ ଜୟ ଶାହାଙ୍କ ଠାରୁ ସୂଚନା ପାଇଥିଲେ। ଏହାଶୁଣି ସେ ବେଶ୍‌ ଖୁସି ହୋଇଥିଲେ ବୋଲି ଶାସ୍ତ୍ରୀ କହିଛନ୍ତି। ଧୋନିଙ୍କ ଉପସ୍ଥିତି ଯୋଗୁଁ ଅଧିନାୟକ ବିରାଟ କୋହଲି ନିଜ ବ୍ୟାଟିଂ ଉପରେ ଅଧିକ ମନୋନିବେଶ କରିବାରେ ସଫଳ ହେବେ ବୋଲି ଶାସ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

Related Articles

Popular Categories