www.samajalive.in
Monday, December 8, 2025
20.1 C
Bhubaneswar

ବୟନଶିଳ୍ପ ପାଇଁ ୧୦ ହଜାର ୬୮୩ କୋଟିର ଯୋଜନାକୁ କେନ୍ଦ୍ରର ମଞ୍ଜୁରୀ

ବୟନ ଶିଳ୍ପ କ୍ଷେତ୍ର ପାଇଁ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନାକୁ କେନ୍ଦ୍ର କ୍ୟାବିନେଟ୍‍ ଅନୁମୋଦନ କରିଛି। ଏହି ପ୍ରୋତ୍ସାହନ ଯୋଜନା ଅନୁସାରେ ଆଗାମୀ ୫ ବର୍ଷ ପାଇଁ ୧୦ ହଜାର ୬୮୩ କୋଟି ଟଙ୍କା ପ୍ରଦାନ କରାଯିବ। ନୂଆଦିଲ୍ଲୀରେ ଏ ବିଷୟରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ବୟନ ଶିଳ୍ପ ମନ୍ତ୍ରୀ ପିୟୁଷ ଗୋୟଲ କହିଛନ୍ତି, ଏହି ନିଷ୍ପତ୍ତିରୁ ଗୁଜୁରାତ୍‍, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, ତାମିଲ୍‍ନାଡ଼ୁ, ପଞ୍ଜାବ, ଆନ୍ଧ୍ରପ୍ରଦେଶ, ଓଡ଼ିଶା ଓ ତେଲଙ୍ଗାନା ଭଳି ରାଜ୍ୟଗୁଡ଼ିକ ଉପକୃତ ହେବେ। ଏହି ନିଷ୍ପତ୍ତିରୁ ସାଢ଼େ ୭ ଲକ୍ଷ ଲୋକଙ୍କୁ ସିଧାସଳଖ ନିଯୁକ୍ତି ମିଳିପାରିବ।

ଏହା ବ୍ୟତୀତ ଆହୁରି ଅନେକ ଲୋକଙ୍କ ପାଇଁ ନିଯୁକ୍ତି ସୃଷ୍ଟି ହେବ। ଏହି ଯୋଜନା ଦ୍ୱାରା ଦେଶରେ ଉତ୍ତମମାନର ସୂତା ଓ ବସ୍ତ୍ର ଉତ୍ପାଦନକୁ ପ୍ରୋତ୍ସାହନ ମିଳିବ। ଏହି ନିଷ୍ପତ୍ତି ଯୋଗୁଁ ଶିଳ୍ପକ୍ଷେତ୍ର ଏହିସବୁ ପଦାର୍ଥ ଉପରେ ପୁଞ୍ଜିନିବେଶ ପାଇଁ ଆଗେଇ ଆସିବ। ତା’ଛଡ଼ା ଉତ୍ତମମାନର ହାତ ତିଆରି ଫାଇବରର ବିକାଶ ଦିଗରେ ଏହା ସହାୟକ ହେବ। ବୟନ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଦର୍ଶନା ଜର୍‍ଦୋଶ୍‍ କହିଛନ୍ତି, ଏହାଦ୍ୱାରା ୧୯ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ସାନି ପୁଞ୍ଜିନିବେଶ ହେବା ସହ ଆଗାମୀ ୫ ବର୍ଷ ମଧ୍ୟରେ ୩ ଲକ୍ଷ କୋଟିରୁ ଅଧିକ ମୂଲ୍ୟର ଉତ୍ପାଦନ ହେବ।

- Advertisement -

ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି ଯେ ଏହି ଯୋଜନାରେ ଆକାଂକ୍ଷିତ ଜିଲ୍ଲା ଏବଂ ଛୋଟ ସହରରେ ପୁଞ୍ଜି ବିନିଯୋଗ କରୁଥିବା କମ୍ପାନୀମାନଙ୍କୁ ଅଗ୍ରାଧିକାର ଦିଆଯିବ। ଏହି ନୂତନ ପୁଞ୍ଜି ବିନିଯୋଗ ଦ୍ୱାରା ୭.୫ ଲକ୍ଷରୁ ଅଧିକ ଲୋକଙ୍କୁ ପ୍ରତ୍ୟେକ୍ଷ ନିଯୁକ୍ତି ସହ ପରୋକ୍ଷ ଭାବେ ଲକ୍ଷାଧିକ ନିଯୁକ୍ତି ସୃଷ୍ଟି ହେବ ବୋଲି ସେ କହିଛନ୍ତି। ଯୋଜନା ବିବରଣୀ ଅନୁଯାୟୀ, ବିଭିନ୍ନ ପ୍ରକାରର ପ୍ରୋତ୍ସାହନ ଢାଞ୍ଚା ସହିତ ଦୁଇ ପ୍ରକାରର ବିନିଯୋଗ ସମ୍ଭବ ହେବ।

ସୂଚନା ମୁତାବକ, ପ୍ଲାଣ୍ଟ, ଯନ୍ତ୍ରପାତି ଇତ୍ୟାଦି କାର୍ଯ୍ୟରେ ସର୍ବନିମ୍ନ ୩୦୦ କୋଟି ଟଙ୍କା ବିନିଯୋଗ କରିବାକୁ ଇଚ୍ଛୁକ ଯେକୌଣସି ସଂସ୍ଥା ପ୍ରଥମ ପର୍ଯ୍ୟାୟରେ ଅଂଶଗ୍ରହଣ ପାଇଁ ଆବେଦନ କରିବାକୁ ଯୋଗ୍ୟ ହେବେ। ଯୋଜନାର ଅନ୍ୟ ବର୍ଗରେ ସର୍ବନିମ୍ନ ୧୦୦ କୋଟି ଟଙ୍କା ବିନିଯୋଗ କରିବାକୁ ଇଚ୍ଛୁକ ସଂସ୍ଥାମାନେ ଅଂଶଗ୍ରହଣ ପାଇଁ ଆବେଦନ କରିବାକୁ ଯୋଗ୍ୟ ହେବେ। ଏଥିସହ ଆକାଂକ୍ଷିତ ଜିଲ୍ଲା, ଟାୟାର୍ ୩, ଟାୟାର୍ ୪ ସହର ଏବଂ ଗ୍ରାମାଞ୍ଚଳରେ ପୁଞ୍ଜି ବିନିଯୋଗ ପାଇଁ ଅଗ୍ରାଧିକାର ଦିଆଯିବ ଏବଂ ଏହି ପ୍ରାଥମିକ ଶିଳ୍ପ ଯୋଗୁଁ ପଛୁଆ ଅଞ୍ଚଳକୁ ଯିବାକୁ ଉତ୍ସାହିତ କରାଯିବ ବୋଲି ଏକ ସରକାରୀ ବିବୃତ୍ତିରେ କୁହାଯାଇଛି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories