www.samajalive.in
Thursday, December 11, 2025
23.1 C
Bhubaneswar

ସାଉଦି ଫେରନ୍ତାଙ୍କ ନିକଟରୁ ଜବତ ହେଲା ୯ କିଲୋ ସୁନା ବିସ୍କୁଟ

ନୂଆଦିଲ୍ଲୀ: ସାଉଦି ଆରବରୁ ଫେରୁଥିବା ଜଣେ ଯାତ୍ରୀଙ୍କ ନିକଟରୁ ୯ କିଲୋଗ୍ରାମ ସୁନା ବିସ୍କୁଟ ଜବତ କରାଯାଇଛି। ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟର ଅଧିକାରୀମାନେ ଏହି ସୁନା ବିସ୍କୁଟଗୁଡିକ ଜବତ କରିବାରେ ସଫଳ ହୋଇଥିଲେ। ଜଣାଯାଇଛି ଯେ ସାଉଦି ଆରବରୁ ଫେରିଥିବା ଦୁଇଜଣ ଯାତ୍ରୀଙ୍କ ନିକଟରେ ସୁନା ବିସ୍କୁଟ ରହିଥିବା ନେଇ ରାଜସ୍ୱ ଗୁଇନ୍ଦା ଅଧିକାରୀଙ୍କୁ ସୂଚନା ମିଳିଥିଲା। ସେମାନେ ସାଉଦିରୁ ଆସି ଲଖ୍‍ନଉସ୍ଥିତ ଚୋ÷ଧରୀ ଚରଣ ସିଂହ ବିମାନ ବନ୍ଦରରେ ଅବତରଣ କରିଥିଲେ। ସେଠାରୁ ଯାତ୍ରୀ ଦୁଇଜଣ ଆଗ୍ରା-ଲଖ୍‍ନଉ ତ୍ୱରିତ ରାଜପଥରେ ଯାଉଥିବାବେଳେ ଡିଆରଆଇ ଅଧିକାରୀମାନେ ସେମାନଙ୍କର ପିଛା କରିଥିଲେ। ସେମାନେ ଥିବା କାର ଦ୍ରୁତଗତିରେ ଯାଉଥିବାବେଳେ ଡିଆରଆଇ ଅଧିକାରୀ ସେମାନଙ୍କୁ ଗୋଡାଇଥିଲେ। ଶେଷରେ ସେମାନେ ଉକ୍ତ ଦୁଇ ଯାତ୍ରୀ ଥିବା କାରକୁ ଅଟକାଇବାରେ ସଫଳ ହୋଇଥିଲେ। ସେଥିରେ ସେହି ଦୁଇଜଣଙ୍କ ବ୍ୟତୀତ ଅନ୍ୟ ଦୁଇଜଣ ବ୍ୟକ୍ତି ମଧ୍ୟ ଉପସ୍ଥିତ ଥିଲେ। ସେମାନଙ୍କ ନିକଟରୁ ୭୭ଟି ସୁନା ବିସ୍କଟ ଜବତ ହୋଇଥିଲା। ବିସ୍କୁଟଗୁଡିକୁ ସେମାନଙ୍କ ପୋଷାକ ଭିତରପଟେ କରାଯାଇଥିବା ପକେଟ ଏବଂ ବେଲ୍‍ଟରେ ଲୁଚାଇ ରଖାଯାଇଥିଲା। ଚାରିଜଣଙ୍କୁ ଅଟକ ରଖି ଅଧିକ ପଚରା ଉଚରା କରାଯାଉଛି।

Hot this week

ଦିଲ୍ଲୀ ବିସ୍ଫୋରଣ : ଆଉ ଜଣେ ଡାକ୍ତର ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀ ଲାଲକିଲା ବିସ୍ଫୋରଣ ଘଟଣାରେ ଏନଆଇଏ ଜାମ୍ମୁ-କାଶ୍ମୀରର ବାରମୂଲାରୁ...

ଅଧିକ ୧୦୦ ବିମାନ ଉଡ଼ାଇବ ସ୍ପାଇସ୍ ଜେଟ୍

ନୂଆଦିଲ୍ଲୀ : ଘରୋଇ ଏୟାରଲାଇନ୍ସ ସ୍ପାଇସ୍ ଜେଟ୍‌ ଏହାର ବିମାନ ଉଡାଣ...

ନେହେରୁ, ଇନ୍ଦିରା ଭୋଟ ଚୋରି କରିଥିଲେ: ଶାହା

ନୂଆଦିଲ୍ଲୀ : ଲୋକସଭାରେ ବୁଧବାର ଦ୍ବିତୀୟ ଦିନ ପାଇଁ ଏସ୍‌ଆଇଆର ଓ...

ତୃତୀୟ ଦିନରେ ଗର୍ଭ ଗୃହରୁ ବାଲି ଓ ପଥର ସଂଗ୍ରହ କଲା ଏଏସ୍‌ଆଇ

ଗୋପ : କୋଣାର୍କ ସୂର୍ଯ୍ୟମନ୍ଦିର ମୁଖଶାଳା ଗର୍ଭ ଗୃହରେ ୧୯୦୩ ମସିହାରେ...

ମୋଦୀଙ୍କୁ କାହିଁକି ଫୋନ୍ କଲେ ନେତାନ୍ୟାହୁ ?

ନୂଆଦିଲ୍ଲୀ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ...

Related Articles

Popular Categories