www.samajalive.in
Tuesday, December 9, 2025
17.1 C
Bhubaneswar

ବାହା ହେବାକୁ ଟସ୍‍ ପଡିଲା

ହାସନ: ଦୁଇଜଣ ଯୁବତୀ ଜଣେ ଯୁବକଙ୍କୁ ବିବାହ କରିବାକୁ ଜିଦ୍‍ ଧରି ବସିଲେ। ଏହାକୁ ନେଇ କେବଳ ଉକ୍ତ ଦୁଇ ଯୁବତୀ ନୁହନ୍ତି, ଯୁବକଙ୍କ ପରିବାର, ବନ୍ଧୁବାନ୍ଧବ ଆଦି ସମସ୍ତଙ୍କର ଚିନ୍ତା ବଢିଗଲା। ଯେତେ ବୁଝାଇଲେ ମଧ୍ୟ ଜଣେ ହେଲେ ଯୁବତୀ ନିଜ ଜିଦ୍‍ରୁ ଓହରିବାକୁ ରାଜି ନଥିଲେ। ବହୁ ବିଚାର ବିମର୍ଷ ପରେ ଶେଷରେ ଏକ ଉପାୟ ବାହାର କରାଗଲା ଏବଂ ତାହା ହିଁ କାମ ଦେଲା। ଏମିତି ଏକ ଘଟଣା ଘଟିଛି କର୍ଣ୍ଣାଟକର ସାକ୍‍ଲେଶପୁରରେ।

ଜଣାଯାଇଛି ଯେ କର୍ଣ୍ଣାଟକର ହାସନ ତହସିଲ ଅନ୍ତର୍ଗତ ସାକ୍‍ଲେଶପୁରର ଜଣେ ୨୭ ବର୍ଷ ବୟସ୍କ ଯୁବକ ଗତବର୍ଷ ତାଙ୍କ ପଡୋଶୀ ଗ୍ରାମର ଜଣେ ୨୦ ବର୍ଷ ବୟସ୍କା ଯୁବତୀଙ୍କ ସହିତ ପରିଚିତ ହୋଇଥିଲେ। ସେମାନେ ନିୟମିତ ଭାବରେ ପରସ୍ପରକୁ ଭେଟୁଥିଲେ। ପ୍ରାୟ ଛଅମାସ ତଳେ ଯୁବକ ଜଣକ ଅନ୍ୟ ଜଣେ ଯୁବତୀଙ୍କୁ ଭେଟିଲେ ଏବଂ କ୍ରମେ ସେମାନଙ୍କ ମଧ୍ୟରେ ବନ୍ଧୁତା ବଢିବାରେ ଲାଗିଲା। କିନ୍ତୁ ଦୁଇ ଯୁବତୀ ଜଣେ ଯୁବକଙ୍କ ସହିତ ସମ୍ପର୍କ ରଖିବା ବିଷୟରେ ଜାଣିନଥିଲେ, କିମ୍ବା ପରସ୍ପରକୁ ଚିହ୍ନି ନଥିଲେ। ଦିନେ ଯୁବକଙ୍କର ଜଣେ ସଂପର୍କୀୟ ଉକ୍ତ ଯୁବକଙ୍କୁ ଜଣେ ଯୁବତୀଙ୍କ ସହିତ ବୁଲିବା ଦେଖି ଯୁବକଙ୍କ ପରିବାର ଲୋକଙ୍କୁ କହିଦେଲେ। ପରିବାର ଲୋକ ଯୁବକଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ ଉକ୍ତ ଯୁବତୀଙ୍କୁ ଭଲ ପାଉଥିବା ଏବଂ ତାଙ୍କୁ ବିବାହ କରିବାକୁ ଚାହୁଁଥିବା କହିଥିଲେ। କିନ୍ତୁ ପରିବାର ଲୋକ ଏଥିରେ ରାଜି ନହୋଇ ଅନ୍ୟଜଣେ ଯୁବତୀଙ୍କୁ ଖୋଜିବାକୁ କହିଲେ। ଦୁଇ ଯୁବତୀଙ୍କ ମଧ୍ୟରୁ ଦ୍ୱିତୀୟ ଯୁବତୀ ଜଣକ ଯୁବକଙ୍କ ପରିବାର ନିଷ୍ପତ୍ତି ସମ୍ପର୍କରେ ଜାଣିବା ପରେ ନିଜ ବାପା ମା’ଙ୍କୁ ଉକ୍ତ ଯୁବକଙ୍କ ସହିତ ସମ୍ପର୍କ ବିଷୟରେ ଜଣାଇଥିଲେ। ଏହାପରେ ଉକ୍ତ ଯୁବତୀଙ୍କ ପରିବାର ଲୋକ ଯୁବକଙ୍କ ଘରକୁ ଯାଇ ସେମାନଙ୍କୁ ଦୁଇଜଣଙ୍କ ମଧ୍ୟରେ ରହିଥିବା ସମ୍ପର୍କ ବିଷୟରେ ଜଣାଇଲେ। ଇତିମଧ୍ୟରେ ପ୍ରଥମ ଯୁବତୀ ଜଣକ ଏହା ଜାଣିପାରି ନିଜ ପରିବାର ସହିତ ଯୁବକଙ୍କ ଘରେ ଯାଇ ପହଞ୍ଚିଗଲେ।

- Advertisement -

ଏକ ସମୟରେ ଦୁଇଜଣ ଯୁବତୀ ଏବଂ ସେମାନଙ୍କ ସହିତ ସେମାନଙ୍କ ପରିବାର ଲୋକଙ୍କୁ ଦେଖି ଯୁବକଙ୍କ ପରିବାର ଲୋକଙ୍କୁ କିଛି ବୁଦ୍ଧିବାଟ ଦେଖାଗଲା ନାହିଁ। ସେମାନେ କଣ କରିବେ କିଛି ବୁଝିପାରିଲେ ନାହିଁ। ଏଭଳି ଏକ ତ୍ରିକୋଣୀୟ ପ୍ରେମ କାହାଣୀର ସମାଧାନ ପାଇଁ ପଞ୍ଚାୟତର ବୈଠକ ବସିଲା। ଯୁବକ ଜଣଙ୍କୁ ଯେତେବେଳେ ତାଙ୍କ ପସନ୍ଦର ଯୁବତୀ କିଏ ବୋଲି ପଚରାଗଲା ସେତେବେଳେ ଉଭୟ ଯୁବତୀ ତାଙ୍କ ପତ୍ନୀ ହେବାକୁ ଯୁକ୍ତି କରିବସିଲେ। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବରେ ଯୁବକ ଜଣକ ନିରବ ରହିଥିଲେ। ନିଜେ ଠକିଯାଇଥିବା ହୃଦବୋଧ କରି ପ୍ରଥମ ଯୁବତୀ ଜଣକ ବିଷଖାଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ। ଫଳରେ ପଞ୍ଚାୟତ କିଛି ନିଷ୍ପତ୍ତି ନେଇନପାରି ବୈଠକକୁ ଅଧାରୁ ବନ୍ଦ ରଖିଲା। କିନ୍ତୁ ଭାଗ୍ୟକୁ ତାଙ୍କ ଜୀବନ ରକ୍ଷା ହୋଇଗଲା। ତାହାପରେ ଆଉ ଥରେ ପଞ୍ଚାୟତ ବୈଠକ ବସିଲା। ସେଠାରେ ଯୁବକଙ୍କର ପରିବାର ଏବଂ ଦୁଇ ଯୁବତୀଙ୍କ ପରିବାର ଏକ ରାଜିନାମାରେ ଦସ୍ତଖତ କଲେ ଯେ ପଞ୍ଚାୟତ ଯାହା ନିଷ୍ପତ୍ତି ନେବ, ତାହା ସମସ୍ତେ ମାନିବେ। କେହି ପୁଲିସ, ଅଦାଲତ କିମ୍ବା ଗଣମାଧ୍ୟମ ନିକଟକୁ ଯିବେନାହିଁ ବୋଲି କୁହାଗଲା। ଏହାପରେ ପଞ୍ଚାୟତ ପକ୍ଷରୁ ଏକ ମୁଦ୍ରାକୁ ନେଇ ଟସ୍‍ ପକାଗଲା। ମିଳିଥିବା ଖବର ଅନୁଯାୟୀ ପ୍ରଥମ ଯୁବତୀ ଜଣକ ଟସ୍‍ ଜିତିଲେ ଏବଂ ଯୁବକ ଜଣକ ତାଙ୍କୁ ବିବାହ କଲେ। ତେବେ ଏଥିରେ ଗଭୀର ଭାବରେ ମର୍ମାହତ ହୋଇଥିବା ଦ୍ୱିତୀୟ ଯୁବତୀ ଜଣକ ଉକ୍ତ ଯୁବକଙ୍କୁ ଚାପୁଡା ମାରିବା ସହିତ ସେ କେବେହେଲେ ସୁଖୀ ଦାମ୍ପତ୍ୟ ଜୀବନ ନିର୍ବାହ କରିପାରିବେ ନାହିଁ ବୋଲି କାନ୍ଦି କାନ୍ଦି କହିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories