ହୁବାଲି (କର୍ଣ୍ଣାଟକ): କେନ୍ଦ୍ରମନ୍ତୀ ପ୍ରହଲ୍ଲାଦ ଜୋଷୀ ଏକ ବିବାହ ଉତ୍ସବରେ ନାଚୁଥିବା ଦୃଶ୍ୟ ଏବେ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ସେ ଅନ୍ୟ କାହାର ବିବାହ ନୁହେଁ, ନିଜ ଝିଅର ବିବାହ ଉତ୍ସବରେ ନାଚୁଥିବା ଜଣାଯାଇଛି। କେନ୍ଦ୍ରରେ କୋଇଲା ଓ ଖଣି ବିଭାଗ ଦାୟିତ୍ୱରେ ଥିବା ପ୍ରହଲ୍ଲାଦ ଜୋଷୀଙ୍କ ଝିଅ ବିବାହ ବୁଧବାର ରାତିରେ ଅନୁଷ୍ଠିତ ହୋଇଥିଲା। ସେଥିପାଇଁ ହୁବାଲିରେ ବିଶାଳ ଆୟୋଜନ କରାଯାଇଥିଲା। ସେଥିରେ ଶ୍ରୀ ଜୋଷୀ ନିଜ ପତ୍ନୀଙ୍କ ସହିତ ପାଦରେ ପାଦ ମିଳାଇ ନାଚୁଥିବା ଦେଖିବାକୁ ମିଳିଥିଲା। ଜୋଷୀ ଦମ୍ପତି ଏକ ଲୋକପ୍ରିୟ କନ୍ନଡ ଚଳଚ୍ଚିତ୍ର ଇରାଡୁ କାନାସୁର ଗୀତରେ ନାଚିଥିଲେ। ତାଙ୍କ ଝିଅର ବିବାହ ଉତ୍ସବରେ ନୂଆଦିଲ୍ଲୀ ଏବଂ କର୍ଣ୍ଣାଟକର ଅନେକ ଭାଜପା ନେତୃବୃନ୍ଦ ସାମିଲ ହୋଇଥିଲେ। ସେମାନଙ୍କ ମଧ୍ୟରେ ଲୋକସଭା ବାଚସ୍ପତ୍ତି ଓମ୍ ବିର୍ଲା, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, କେନ୍ଦ୍ର ମନ୍ତ୍ରୀ ପିୟୁଷ ଗୋଏଲ, ଧର୍ମେନ୍ଦ୍ର ପ୍ରଧାନ, ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ପି ସାୱନ୍ତ, କର୍ଣ୍ଣାଟକ ରାଜ୍ୟପାଳ ଥାବରଚାନ୍ଦ ଗେହଲଟ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ପ୍ରମୁଖ ସାମିଲ ଥିଲେ।
Popular Categories



