www.samajalive.in
Monday, December 8, 2025
27.1 C
Bhubaneswar

ସାଧାରଣ ବୈଠକ ସହ ବିଜେପି ଜିଲ୍ଲା ଆର ଟି ଆଇ କାର୍ୟ୍ୟାଳୟ ଉଦଘାଟିତ 

ବେଗୁନିଆ  : ବେଗୁନିଆ ବ୍ଲକ ସିମୋର ପଞ୍ଚାୟତ ଅନ୍ତର୍ଗତ ସିମୋର ଠାରେ ଖୋର୍ଦ୍ଧା ଜିଲ୍ଲା ବିଜେପି ସଭାପତି ରଶ୍ମିରଞ୍ଜନ ମହାପାତ୍ର ଏବଂ କର୍ମକର୍ତ୍ତା ମାନଙ୍କ ଉପସ୍ଥିତିରେ ବିଜେପି ଜିଲ୍ଲା ଆର ଟି ଆଇ କାର୍ୟ୍ୟାଳୟ ଉଦଘାଟିତ ହେବା ସହିତ କୋଲୁହାପାଟଣା ଗ୍ରାମରେ ଆଗାମୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ କଣ କଣ ପଦକ୍ଷେପ ଗ୍ରହଣ କରାଯିବ ସେଥିପାଇଁ ଜିଲ୍ଲା ସଭାପତି ଶ୍ରୀ ମହାପାତ୍ରଙ୍କ ନେତୃତ୍ୱରେ ଏକ ସାଧାରଣ ସଭାର ଆୟୋଜନ ହୋଇଥିଲା । ଏହି ଅବସରରେ ଜିଲ୍ଲା ଆର ଟି ଆଇ ସେଲର ଅଧ୍ୟକ୍ଷ ଗୌରଚରଣ ପ୍ରହରାଜ ,ରାଜ୍ୟ କୃଷକ ମୋର୍ଚାର କୋଷାଧ୍ୟକ୍ଷ ବିଶ୍ୱଜିତ ସ୍ୱାଇଁ, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରତାପ ମହାପାତ୍ର ,ଜିଲ୍ଲା କାର୍ୟ୍ୟକାରିଣୀ ସଦସ୍ୟ ଚନ୍ଦ୍ରଶେଖର ରାଉତରାୟ ,ବୋଲଗଡ଼ ମଣ୍ଡଳ ପ୍ରଭାରୀ ସୁବାଷ ମିଶ୍ର ଏବଂ ଉତ୍ତର ବେଗୁନିଆ ମଣ୍ଡଳ ସଭାପତି ହରିହର ମହାରଣା ପ୍ରମୁଖ ଯୋଗ ଦେଇଥିବାବେଳେ ଲୋକମାନେ ସୂଚନା ଅଧିକାର ଆଇନ ଅନୁସାରେ କିପରି ଉପଯୁକ୍ତ ତଥ୍ୟ ପାଇପାରିବେ ସେଥିପାଇଁ ପ୍ରତି ପଞ୍ଚାୟତ ସ୍ତରରେ ଗୋଟିଏ ଲେଖାଏଁ ଆର ଟି ଆଇ ସେଲ ଖୋଲାଯିବ ବୋଲି ଖୋର୍ଦ୍ଧା ଜିଲ୍ଲା ସୂଚନା ଅଧିକାରୀ ସଂଯୋଜକ ଶ୍ରୀ ପ୍ରହରାଜ କହିଥିଲେ । ଏହାପରେ ବଡବେରେଣା ପଞ୍ଚାୟତ ଅନ୍ତର୍ଗତ କୋଲୁହାପାଟଣା ଗ୍ରାମରେ ଉତ୍ତରବେଗୁନିଆ ମଣ୍ଡଳ କାର୍ୟ୍ୟକାରିଣୀର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଆଗାମୀ ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି କର୍ମୀମାନେ କିପରି ବୁଥ ସ୍ତରରୁ ସଂଗଠିତ ହୋଇ କାର୍ୟ୍ୟ କରିବା ସହିତ ପଞ୍ଚାୟତ ନିର୍ବାଚନରେ ଦଳ କିପରି ସଂଖ୍ୟା ଗରିଷ୍ଠତା ହାସଲ କରିବ ଏବଂ ସେ ଦିଗରେ କଣ ରଣକୌଶଳ ଅଵଲମ୍ବନ କରାଯିବ ସେଥିପାଇଁ ଜିଲ୍ଲା ସଭାପତି ଶ୍ରୀ ମହାପାତ୍ର ମାର୍ଗଦର୍ଶନ ଦେଇଥିଲେ ।କୃଷକ ମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ପ୍ରଣୟନ କରିଥିବା କୃଷି ଯୋଜନା ଦ୍ୱାରା ଚାଷୀମାନେ କିପରି ଉପକୃତ ହୋଇପାରିବେ ରାଜ୍ୟ କୃଷକ ମୋର୍ଚ୍ଚା କୋଷାଧ୍ୟକ୍ଷ ବିଶ୍ୱଜିତ ସ୍ୱାଇଁ ସେ ଦିଗରେ ମତବ୍ୟକ୍ତ କରିଥିଲେ ।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories