www.samajalive.in
Monday, December 8, 2025
20.1 C
Bhubaneswar

ସହ ପର୍ଯ୍ୟାବେକ୍ଷକ ନିଯୁକ୍ତି ହେଲେ ସୁଧିର, ବିଭିନ୍ନ ମହଲରେ ଶୁଭେଚ୍ଛା

ଗୁଣପୁର :  ରାୟଗଡା ଜିଲା ବିଜେଡି ସଭାପତି ସୁଧିର ଦାଶଙ୍କୁ ଦଳର ସୁପ୍ରିମୋ ଗଜପତି ଜିଲାର ସହ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛନ୍ତି । ଯାହାଫଳରେ ଗଜପତି ଓ ରାୟଗଡା ଜିଲାର ବିଜେଡି ପକ୍ଷରୁ ଶୁଭେଚ୍ଛାର ସୁଅ ଛୁଟିବାର ଲାଗିଛି। ଦଳର ସୁପ୍ରିମୋଙ୍କ ଆଦେଶ ଓ ୩ଟି ଗୁରୁ ଦାୟିତ୍ୱ ସୁଚାର ରୂପେ ପାଳନ କରିବାକୁ ଉଦ୍ୟାମ କରିବେ ବୋଲି ଶ୍ରୀ ଦାଶ ସୂଚନା ଦେଇଛନ୍ତି ।
ଗତକିଛି ଦିନତଳେ ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କୁ ଗଜପତି ଜିଲା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଥିବାବେଳେ ଆଜି ସହ ପର୍ଯ୍ୟବେକ୍ଷକ ଭାବେ ସୁଧିର କୁମାର ଦାଶଙ୍କୁ ନିଯୁକ୍ତି ଦେଇଥିବା ଜଣାପଡିଛି । ଶ୍ରୀ ଦାଶଙ୍କ ଗଜପତି ଜିଲାରେ ସମର୍ଥକ ଓ ଶୁଭେଚ୍ଛକ ରହିଥିବାରୁ ଆଗାମୀ ତ୍ରିସ୍ତରୀୟ ଓ ପୌରସଂସ୍ଥା ନିର୍ବାଚନରେ ବେଶ ସହାୟକ ହୋଇପାରିବ ବୋଲି ଦଳ ଅନୁଭବ କରି ଏହି ନୂଆ ଦାୟିତ୍ୱ ପ୍ରଦାନ କରିଥିବା ଦଳୀୟ ମହଲରେ ଆଲୋଚନା ହେଉଛି । ଶ୍ରୀ ଦାଶଙ୍କୁ ରାଜ୍ୟ ବିଜୁ ସ୍ୱାସ୍ଥ କଲ୍ୟାଣ ଯୋଜନାର ଉପଦେଷ୍ଠା ସାଙ୍ଗକୁ ରାୟଗଡା ଜିଲା ବିଜେଡି ସଭାପତି ଓ ବର୍ତ୍ତମାନ ଗଜପତି ଜିଲା ସହ ପର୍ଯ୍ୟବେକ୍ଷକ ଦାୟିତ୍ୱ ତୁଲାଇବାକୁ ପଡିବ। ଦଳର ଏହି ଗୁରୁଦାୟିତ୍ୱ ସୁଚାର ରୂପେ ପାଳନ କରିବେ ବୋଲି ସୁଧିର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଗଜପତି ଜିଲାର ଏହି ନୂଆ ଦାୟିତ୍ୱ ମିଳିବା ପରେ ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ, ଗଗନ ଆଚାର୍ଯ୍ୟ, କେଦାର ସାହୁ, ସନ୍ତୋଷ ମହାନ୍ତି, ମୁନା ପାଣି, ଯୁବ ବିଜେଡି ସଂଗଠକ ରାମ ପଣ୍ଡା, ଜିଲା ଛାତ୍ର ବିଜେଡି ସଭାପତି ବିଷ୍ଣୁ ପଣ୍ଡା, ଆଇନଜୀବୀ ଗଣେଷ ପଣ୍ଡା, ଦେବୀ ଆଚାର୍ଯ୍ୟ ସମେତ ଗଜପତି ଜିଲାର ବିଭିନ୍ନ ସଂଗଠନ ପକ୍ଷରୁ ଶୁଭେଛା ଜ୍ଞାପନ କରାଯାଇଛି ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories