www.samajalive.in
Monday, December 8, 2025
20.1 C
Bhubaneswar

ମାସିକ ୮ ହଜାର ଟଙ୍କା ଦରମା ଦାବିରେ ଗାଁ ସାଥି ସଂଘ ପକ୍ଷରୁ ବିକ୍ଷୋଭ

ବୌଦ୍ଧ  : ବୌଦ୍ଧଜିଲା ଗାଁ ସାଥି ସଂଘ ପକ୍ଷରୁ ୫ ଦଫା ଦାବି ପୂରଣ ନେଇ ଆଜି ଗାଁ ସାଥି ସଂଘ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଜିଲାପାଳଙ୍କ ଜରିଆରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଗାଁ ସାଥିମାନଙ୍କୁ ମାସିକ ୮ ହଜାର ଟଙ୍କା ଦରମା ବ୍ୟବସ୍ଥା, ଗାଁ ସାଥି ବିରୋଧରେ ହୋଇଥିବା ତିନୋଟି ଚିଠି ପ୍ରତ୍ୟାହାର, ପ୍ରତ୍ୟକ ଗାଁ ସାଥିଙ୍କୁ କରୋନା ସହାୟତା ୨୦ ହଜାର ଟଙ୍କା, ସମସ୍ତଙ୍କୁ ମାସିକ ୧୦ ଦିନ ଓ ବର୍ଷକୁ ୧୦୦ ଦିନ ଅତିକମରେ କାମ ଯୋଗାଇଦେବା, ଶ୍ରମିକମାନଙ୍କୁ ଏମଜିଏନଆରଇଜିଏରେ ଦିନକୁ ମଜୁରୀ ୨୨୫ ଟଙ୍କା ପରିବର୍ତ୍ତେ ୩୦୦ ଟଙ୍କା କରିବା ଦାବି ସହିତ ଗାଁ ସାଥିମାନଙ୍କ ଡାଟା ବେସ ପ୍ରସ୍ତୁତ, ସମସ୍ତଙ୍କୁ ସିଆଇ କାର୍ଡ ପରିଚୟ ପ୍ରଦାନ, ଗାଁ ସାଥିମାନଙ୍କ ପ୍ରାପ୍ୟ ଯଥା ଶିଘ୍ର ପ୍ରଦାନ, ପ୍ରତିମାସରେ ଥରେ ବ୍ଲକସ୍ତରୀୟ ସମୀକ୍ଷା ବୈଠକ ଆଦି ଦାବି ରେ ଗାଁ ସାଥି ସଂଘ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏଥିରେ ଅଖଣ୍ଡ ଭବସାଗର, ମହିମା ବତୀ ଭୋଇ, ହେମନ୍ତ ବାଘ,ଜ୍ଞାନରଂଜନ ବେହେରା, ଠାକୁର ଚରଣ ନାଏକ, ଲିଙ୍ଗରାଜ ପ୍ରଧାନ ପ୍ରମୁଖ ସାମିଲଥିଲେ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories