www.samajalive.in
Wednesday, December 10, 2025
26.1 C
Bhubaneswar

ଆପାର୍ଟମେଣ୍ଟରେ ଆତତାୟୀ ଗୁଳିରେ ୧୦ ଆହତ

କାଲିଫର୍ଣ୍ଣିଆ: କାଲିଫର୍ଣ୍ଣିଆର ସାନ୍‍ ବେରନାଡିନୋ ସ୍ଥିତ ଏକ ଆପାର୍ଟମେଣ୍ଟରେ ଜଣେ ଆତତାୟୀ ଆଖିବୁଜା ଗୁଳି ଚଳାଇଛି। ଏଥିରେ ୧୦ ଜଣ ଆହତ ହୋଇଥିବାବେଳେ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଆହତଙ୍କ ମଧ୍ୟରେ ଏକାଧିକ ଶିଶୁ ଥିବା ଜଣାପଡ଼ିଛି।
ପୁଲିସ ସୂଚନା ଅନୁଯାୟୀ, ସ୍ଥାନୀୟ ସମୟ ରାତି ୧୦ ଟା ୪୫ରେ ଆତତାୟୀର ଏହି ନାରକୀୟ କାଣ୍ଡ ସମ୍ପର୍କରେ ଖବର ମଳିଥିଲା। ପୁଲିସ ସେଠାରେ ପହଞ୍ଚିବା ବେଳକୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ୧୦ ଜଣ ଚଟାଣରେ ପଡ଼ିଥିବା ଦେଖାଯାଇଥିଲା। ସେହି କମ୍ପେ୍ଲକ୍ସରେ ୧୦୦ଟି ଆପାର୍ଟମେଣ୍ଟ ରହିଛି। ଛୁଟି ଦିନ ଥିବାରୁ ଆପାର୍ଟମେଣ୍ଟ ବାହାର ପଡ଼ିଆରେ ଲୋକମାନେ ଖେଳ ଓ ମନୋରଞ୍ଜନରେ ବ୍ୟସ୍ତ ଥିଲେ। ଏହି ସମୟରେ ଆତତାୟୀ ଏଭଳି କାଣ୍ଡ ଭିଆଇ ଥିଲା।
ଏହି ଘଟଣା ପଛର କାରଣ ଓ କାହାର ହାତ ଥାଇ ପାରେ ସେ ବିଷୟରେ ପୁଲିସ କିଛି ଅନୁମାନ କରିପାରିନାହିିଁ। ଘଟଣାସ୍ଥଳରୁ ମାରଣାସ୍ତ୍ର କିମ୍ବା ଆତତାୟୀ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ। ସୂଚନାଯୋଗ୍ୟ, ଗତ ୨୬ ତାରିଖରେ ଫ୍ଲୋରିଡାରେ ଏକ ଭିଡିଓ ଗେମ୍‍ ଟୁର୍ଣ୍ଣାମେଣ୍ଟ ବେଳେ ଜଣେ ଖେଳାଳି ଦୁଇ ଜଣ ପ୍ରତିଯୋଗୀଙ୍କ ସହିତ ୧୧ ଜଣଙ୍କୁ ହତ୍ୟା କରିଥିଲେ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories