www.samajalive.in
Monday, December 8, 2025
27.1 C
Bhubaneswar

ଡେଙ୍ଗୁ ମଶାଙ୍କ ବାସସ୍ଥାନ ପାଲଟିଛି କଲିକତି ଦଳ

ସୁଆଣ୍ଡୋ: କଲିକତି ଦଳ ଯୋଗୁଁ ସତ୍ୟବାଦିରେ ମଶାବଂଶ ବୃଦ୍ଧି ପାଇବାରେ ଲାଗିଛି। ଗ୍ରାମାଞ୍ଚଳରେ ରହିଥିବା ଗାଡ଼ିଆ, ପୋଖରୀ, ଯୋର, ନୟନଯୋରୀ, ରତ୍ନଚିରା ନଦୀ କେନାଲ ଖଲାସୀ ନାଳ ଗୁଡିକରେ କଲିକତି ଦଳରେ ଭରପୁର ହୋଇ ରହିଛି। ଡ୍ରେନେଜ ବିଭାଗ ବା ପଞ୍ଚାୟତ ପକ୍ଷରୁ ଦଳ କାଢିବା ପାଇଁ କୌଣସି ପଦକ୍ଷେପ ନିଆଯାଉ ନାହିଁ । ଦିନ ଦିପହରରେ ମଧ୍ୟ ଲୋକମାନେ ଦାଣ୍ଡ ପିଣ୍ଡାରେ ମଶା ଦାଉରେ ବସି ପାରୁନାହାନ୍ତି। ଏ ସମ୍ପର୍କରେ ବିଭାଗୀୟ ଅଧିକାରୀ ପଞ୍ଚାୟତ ଜନପ୍ରତିନିଧିଙ୍କ ଦୃଷ୍ଟିକୁ ଜନସାଧାରଣ ଆଣିଥିଲେ ମଧ୍ୟ ସେମାନେ ଉଦାସୀନ ରହୁଛନ୍ତି ବୋଲି ଅଭିଯୋଗ ହେଉଛି। ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଅଙ୍ଗନବାଡି କର୍ମୀ ଆଶାକର୍ମୀ ଘରକୁ ଘର ଯାଇ ଡେଙ୍ଗୁ ମ୍ୟାଲେରିଆ ସଚେତନତା ଜାରି ରଖିଛନ୍ତି। ସରକାରୀସ୍ତରରେ ଯେତେ ପ୍ରଚାର କରାଗଲେ ମଧ୍ୟ କଲିକତି ଦଳ ଏକ ସମସ୍ୟା ଭାବେ ଦେଖାଦେଇଛି। ଜିଲାପାଳ ତୁରନ୍ତ ସତ୍ୟବାଦୀ ଅଞ୍ଚଳରେ ରହୁଥିବା ଦଳପୂର୍ଣ୍ଣ ସ୍ଥାନ ଗୁଡିକରୁ ଦଳ ସଫା କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବାକୁ ଜନସାଧାରଣଙ୍କ ତରଫରୁ ଦାବି ହୋଇଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories