www.samajalive.in
Monday, December 8, 2025
20.1 C
Bhubaneswar

ବିଜେଡି ପକ୍ଷରୁ କତରବଗାରେ ରକ୍ତଦାନ ଶିବିର

ରେଙ୍ଗାଲି: ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ବ୍ଲକର କତରବଗା ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଆଜି ବିଜୁ ଯୁବ ଜନତା ଦଳ ରେଙ୍ଗାଲି ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ଜୀବନ ବିନ୍ଦୁ ଜିଲ୍ଲା ସଂଯୋଜିକା କବିତା ପୁରୋହିତ, ଜିଲ୍ଲା ଯୁବ ସଭାପତି ଲକ୍ଷ୍ମୀ ପ୍ରସାଦ ମହାପାତ୍ର, ବରିଷ୍ଠ ବିଜେଡି ନେତା ଦେବେନ୍ଦ୍ର କିଶୋର ପତି, ପୂର୍ବତନ ବିଧାୟକ ରମେଶ ପଟୁଆ, ଜିଲ୍ଲା ଏସ୍. ସି, ସେଲ୍ ସଭାପତି ମୋତିଲାଲ ତନ୍ତୀ, ଜିଲ୍ଲା ଉପସଭାପତି କିରଣ ବେହେରା, ଜିଲ୍ଲା ସାଧାରଣ ସଂପାଦକ ଏମ.ବି. ସତ୍ୟେନ୍, ଯୁବ ନେତା ମହେନ୍ଦ୍ର ଓରାମ, ଜଙ୍ଗଲା ସରପଞ୍ଚ ତଥା ରାଜ୍ୟ ପରିଷଦ ସଭ୍ୟ ଗାନ୍ଧୀ ବେହେରା ବ୍ଲକ ସଭାପତି ଅଶୋକ ଗୁରୁ, ଜିଲ୍ଲା ସାଧାରଣ ସମ୍ପାଦକ ଜଗନ୍ନାଥ ନାଥ, ଜିଲ୍ଲା ଯୁବ ସମ୍ପାଦକ ମଞ୍ଜୁ ଓରାମ, ବୋମାଲୋଇ ଆଇ.ଟି ସଂଯୋଜକ ସଞ୍ଜୟ ଓରାମ ମଧୁସୂଦନ ନାୟକ, କତରବଗା ଗ୍ରାମର ବରିଷ୍ଠ ନାଗରିକ ସମାଜସେବୀ ବସନ୍ତ ପଣ୍ଡା ରମେଶ ସାହୁ,ସୁରେଶ ସାହୁ, ରବି ଦାଶ ପ୍ରମୁଖ ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇଥିଲେ। ଶିବିରରେ ୩୩ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା।

ରେଙ୍ଗାଲି ବିଜୁ ଯୁବ ଜନତା ଦଳ ସଭାପତି ଦୟାନିଧି ଭଇଁସାଲ, ବ୍ଲକ ଉପସଭାପତି ଆକାଶ ପଣ୍ଡା, ପଞ୍ଚାୟତ ଯୁବ ସଭାପତି ପ୍ରଜ୍ଞାନନ୍ଦ ପୋଡ଼, ପଞ୍ଚାୟତ ସଭାପତି ଦେବାଶିଷ ପଣ୍ଡା, ହେମନ୍ତ ଦାସ, ଖଗେଶ୍ୱର ଧୁରୁଆ, ଶ୍ରୀକାନ୍ତ ଖମାରୀ, ସରୋଜ ପ୍ରଧାନ ଓ ଅନ୍ୟମାନେ କାର୍ଯ୍ୟକ୍ରମକୁ ସଂଯୋଜନା ଓ ପରିଚାଳନା କରିଥିଲେ। ବୁର୍ଲା ରକ୍ତଭଣ୍ଡାର ର ଡାକ୍ତର ଏବଂ ସହାୟକ କର୍ମଚାରୀ ଶିବିର ରେ ଯୋଗ ଦେଇ ରକ୍ତ ସଂଗ୍ରହ କରିଥିଲେ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories