www.samajalive.in
Monday, December 8, 2025
20.1 C
Bhubaneswar

ଅଜଣା ରୋଗରେ ପୀଡ଼ିତ ପାଞ୍ଚ ବର୍ଷର ପୁଅ: ଚିନ୍ତାରେ ବାପା, ଭାଙ୍ଗି ପଡିଲେଣି ମା’

ଗଞ୍ଜାମ: ଛୁଆଟି ଜନ୍ମରୁ ହିଁ ଅଜଣା ରୋଗରେ ପୀଡିତ। ବର୍ତ୍ତମାନ ପାଞ୍ଚ ବର୍ଷ ବିତି ଯାଇଛି କିନ୍ତୁ ସେ କିଛି କହି ପାରୁ ନାହିଁ କି ଚାଲି ବି ପାରୁନାହଁ। ଫଳରେ ଚିନ୍ତାରେ ବାପା, ମା ଭାଙ୍ଗି ପଡିଲେଣି । ପୁଅର ଚିକିତ୍ସା ପାଇଁ ନିଜସ୍ୱ ଉଦ୍ୟମରେ କଟକ ତଥା ଅନ୍ୟନ ସ୍ଥାନକୁ ନେଇ ଥିଲେ ମଧ୍ୟ କିଛ ସୁଫଳ ମିଳିନାହିଁ। ସ୍ୱଳ୍ପ ରୋଜଗାର ଦିନ ମଜୁରିଆ ଭାବରେ କାର୍ୟ୍ୟ କରୁଥିବା ବାପା କଣ କରିବେ।ଏବେ ତାଙ୍କ ପାଇଁ ଚିନ୍ତା ବିଷୟ ହୋଇଛି। ସରକାରଙ୍କ ପକ୍ଷରୁ ତାଙ୍କୁ ସାହାଯ୍ୟ ଯୋଗାଇବା ପାଇଁ ସେ ନିବେଦନ କରଛନ୍ତି।  ଏଭଳି ଏକ ପରିସ୍ଥିତିରେ ଥିବା ବାପା, ମା ଙ୍କ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକର ବାହାରପୁର ପଞ୍ଚାୟତର ଜଗନ୍ନାଥପୁର ଶାସନ ଗାଁରେ । ଶିବରାମ ପ୍ରଧାନଙ୍କ ପାଞ୍ଚ ବର୍ଷର ପୁଅ ସାଇରାମ ପ୍ରଧାନ ବସିପାରୁନ, ଶୋଇ ପାରୁନି, ଚାଲିବି ପାରୁନି। ଅଜଣା ରୋଗରେ ପୀଡିତ ଅଛି ।

 

- Advertisement -

ଏହି ଖବର ପାଇ ଗଞ୍ଜାମର ଯୁବନେତା ତଥା ବିଜେଡିର ଯୁବ ସଭାପତି ସୁଧୀର ପାଢ଼ୀ, ଉକ୍ତ ଗ୍ରାମକୁ ଯାଇ ସେହି ପରିବାରକୁ ସାହାଯ୍ୟ ର ହାତ ବଢ଼େଇଛନ୍ତି। ବୁଧବାର ଶ୍ରୀ ପାଢ଼ୀ ଙ୍କ ସହ ଛାତ୍ର ବିଜେଡି ସଭାପତି ରାକେଶ ରଞ୍ଜନ ଦାସ, ମନୋଜ ପ୍ରଧାନ, ପପୁ ପଣ୍ଡା, ମନୋଜ ପଣ୍ଡା ପ୍ରମୁଖ ପହଞ୍ଚି ଉକ୍ତ ପରିବାରକୁ ଆର୍ଥିକ ସାହାଯ୍ୟ ସହ କିଛ ଖାଦ୍ୟ ସାମଗ୍ରୀ ମଧ୍ୟ ପ୍ରଦାନ କରଥିଲେ। ଯୁବକମାନଙ୍କ ଏଭଳି ସହଯୋଗକୁ ଗ୍ରାମ ବାସୀଙ୍କ ସମେତ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories