www.samajalive.in
Tuesday, December 9, 2025
17.1 C
Bhubaneswar

ସରସରା ଗ୍ରାମରୁ ଉତ୍କଳ ଗ୍ରାମ୍ୟବ୍ୟାଙ୍କ ବନ୍ଦ ନକରିବାକୁ ଜିଳାପାଳଙ୍କୁ ଦାବିପତ୍ର   

ବୌଦ୍ଧ : ସରକାର ସମସ୍ତ ପ୍ରକାର ଆର୍ଥିକ କାରବାର ବ୍ୟାଙ୍କ ଜରିଆରେ କରାଇବାକୁ ପ୍ରାଥମିକତା ଦେଉଥିବାବେଳେ ଜିଲା ,ବ୍ଲକ ଓ ପଞ୍ଚାୟତସ୍ତରରେ ଲୋକଙ୍କ ସୁବିଧା ପାଇଁ ଅଧିକ ସଂଖ୍ୟାରେ ବ୍ୟାଙ୍କ ଖୋଲିବା ଉପରେ ଗୁରୁତ୍ୱ ଦେଇଛନ୍ତିି। ଏପରିକି ଜିଲାସ୍ତରରେ ସମସ୍ତ ବ୍ୟାଙ୍କ ନିଜର ଶାଖା କାର୍ଯ୍ୟାଳୟ ଖୋଲିବାକୁ ବାଧ୍ୟତାମୂଳକ କରିଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବରେ ବୌଦ୍ଧଜିଲା ସରସରା ଗ୍ରାମରେ ଥିବା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଶାଖା ବନ୍ଦ କରିବାକୁ କର୍ତ୍ତୃପକ୍ଷ ନିଷ୍ପତି ନେବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଆସନ୍ତା ୨୮ ତାରିଖରୁ ଏହି ବ୍ୟାଙ୍କ ଶାଖା ବନ୍ଦ କରାଯିବାକୁ କର୍ତ୍ତୃପକ୍ଷ ନିଷ୍ପତି ନେଇଥିବାବେଳେ ଦୀର୍ଘ ଏକ ସପ୍ତାହ ହେଲା ଗ୍ରାମବାସୀମାନେ ସ୍ଥାନୀୟ ନେତା,ଜିଲା ପ୍ରଶାସନ ପାଖକୁ ଧାଇଁବାପରେ ବ୍ୟାଙ୍କ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗୁରୁବାର ଗ୍ରାମବାସୀମାନେ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କର ସରସରା ଶାଖାରେ ତାଲା ପକାଇଦେବା ସହିତ ଯଦି ଏହି ବ୍ୟାଙ୍କ ବନ୍ଦ କରିବା ପାଇଁ କର୍ତ୍ତୃପକ୍ଷ ନିଷ୍ପତି ନେଇସାରିଛନ୍ତି ତେବେ ସମସ୍ତ ଜମାକାରୀଙ୍କ ଜମାଖାତା ସବୁ ବନ୍ଦ କରି ସମସ୍ତ ଟଙ୍କା ପ୍ରଦାନ କରିବା ପରେ ବ୍ୟାଙ୍କ ବନ୍ଦ କରାଯାଉ ବୋଲି ଦାବି କରିଥିଲେ। ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଏକ ଶୋଭାଯାତ୍ରାରେ ଆସି ଗ୍ରାମରୁ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଶାଖା ବନ୍ଦ ନକରିବାକୁ ଦାବି କରିଥିଲେ। ଏହି ବ୍ୟାଙ୍କ ଉପରେ ସରସରା ସମେତ ଆଖପାଖ ଅଞ୍ଚଳର ୪ ଟି ପଞ୍ଚାୟତର ଜମାକାରୀମାନେ ନିର୍ଭର କରୁଥିବାବେଳେ ବିଶେଷ ଭାବରେ ମହିଳାମାନେ ସିଧାସଳଖ ବ୍ୟାଙ୍କରେ ପହଞ୍ଚି ସେମାନଙ୍କ ଟଙ୍କା ଜମା ଓ ଉଠାଇ ପାରୁଥିଲେ। ତେଣୁ ଅଞ୍ଚଳବାସୀଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ବ୍ୟାଙ୍କ ଶାଖାକୁ ବନ୍ଦ ନକରିବାକୁ ଗ୍ରାମବାସୀମାନେ ଅନୁରୋଧ କରିଥିଲେ। ଏଥିସହିତ ଯଦି ବ୍ୟାଙ୍କ କର୍ତ୍ତୃପକ୍ଷ ସେମାନଙ୍କ ଦାବିକୁ ଅଣଦେଖା କରନ୍ତି ତେବେ ବାଧ୍ୟହୋଇ ଗ୍ରାମବାସୀମାନେ ଆଇନ ହାତକୁ ନେବା ସହିତ ଜାତୀୟ ରାଜପଥ ଅବରୋଧ କରିବେ ବୋଲି ମଧ୍ୟ ଚେତବାନୀ ଦେଇଛନ୍ତି। ତେବେ ଜିଲାପାଳ ଲଲାଟେନ୍ଦୁ ମିଶ୍ର ଗ୍ରାମବାସୀମାନଙ୍କ ସହିତ ଆଲୋଚନା କରିବା ସହିତ ସେମାନଙ୍କ ସମସ୍ୟାକୁ ହୃଦୟଙ୍ଗମ କରି ସରସରା ଗ୍ରାମରୁ ବ୍ୟାଙ୍କ ଶାଖା ବନ୍ଦ ନକରିବାକୁ ପ୍ରତିଶ୍ରୁତି ଦେଇଥିବା ଜଣାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories