www.samajalive.in
Monday, December 8, 2025
27.1 C
Bhubaneswar

ବିଶ୍ୱନାଥପୁର ମାଁ ହୀରାନୀଳା ଡିଗ୍ରୀ କଲେଜ ଦୁର୍ନିତି ଘଟଣା ; ଅଧ୍ୟକ୍ଷ ଗିରଫ

ଲାଞ୍ଜିଗଡ  : ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ମାଁ ହୀରାନୀଳା ଡିଗ୍ରୀ କଲେଜର ଦୁର୍ନିତର ମାଷ୍ଟର ମାଇଣ୍ଡ ଅଧ୍ୟକ୍ଷ ରମେଶ ସାହୁକୁ ଦୁଇମାସର ଲୁଚକାଳି ଖେଳ ପରେ ଲାଞ୍ଜିଗଡ ପୁଲିସ ଗିରଫ୍ କରିବାରେ ସଫଳ ହୋଇଛି।
ସୁଚନା ଅନୁସାରେ ମାଁ ହୀରାନୀଳା ଡିଗ୍ରୀ କଲେଜର ଅଧ୍ୟକ୍ଷ ରମେଶ ସାହୁ କଲେଜରେ ଏକ ଛତ୍ରବାଦି ଶାସନ ଚଲାଇଥିଲା। କଲେଜର ଛାତ୍ରଛାତ୍ରୀ ମାନଙ୍କ ଠାରୁ କଲେଜର ଉନ୍ନତି କରଣ ନାଁରେ ମୋଟା ରକମର ଫିସ୍ ଆଦାୟ କରି ଆତ୍ମସାତ୍ କରୁଥିଲା। ଅନେକ ଲୋକଙ୍କୁ କଲେଜରେ ଚାକିରି ଦେବା ନାଁରେ ମୋଟା ରକମର ଟଙ୍କା ଆଦାୟ କରୁଥିଲା। ଟଙ୍କା ମାଗିଲେ ଧମକ ଚମକ ଦେଇ ଜୀବନରେ ମାରି ଦେବାକୁ କହୁଥିଲା। ଏଭଳି ସଙ୍ଗିନ ଅଭିଯୋଗ ଆସିଥିଲା ରମେଶ ସାହୁ ନାଁରେ। ବିଶ୍ୱନାଥପୁରର ସଦାନନ୍ଦ ସାହୁକୁ ପିଅନ ଚାକିରୀ ପାଇଁ ୨ଲକ୍ଷ ୫୦ହଜାର ଟଙ୍କା ମାଗିଥିବା ବେଳେ ଏହି ବ୍ଲକର ଗୋପିନାଥପୁରର ଲଚ୍ଛମନ ବେହେରା ଲାଞ୍ଜିଗଡ ଥାନାରେ ଆଉ ଗୋଟିଏ କେସ ରୁଜୁ କରିଥିଲେ। ଲଚ୍ଛମନ ବେହେରା କହିବା ଅନୁଯାଇ ହୀରାନୀଳା କଲେଜରେ ନିଯୁକ୍ତି ଦେବା ପାଇଁ ୨ଲକ୍ଷ ୫୦ହଜାର ଟଙ୍କା ନେଇଥିଲା। ଚାକିରୀ ନପାଇବାରୁ ଅଧ୍ୟକ୍ଷଙ୍କୁ ବାରାମ୍ବାର ଟଙ୍କା ମାଗିବାରୁ ଜୀବନରେ ମାରିଦେବାକୁ ଧମକ ଦେଉଥିଲା। ଏହାକୁ ନେଇ ଲାଞ୍ଜିଗଡ ଥାନାରେ କେସ ନଂ-୬୪/୨୦୨୧ ଦଫା ୪୨୦,୪୦.୨୯୪,୫୦୬ ଆପିସି ଦଫାରେ ମାମଲା ରୁଜୁ ହୋଇଥିଲା।
ଏହାକୁ ଭିତ୍ତିକରି ଲାଞ୍ଜିଗଡ ଥାନାଧିକାରୀ ସତ୍ୟାନନ୍ଦ ପାତ୍ର ରମେଶ ସାହୁର ବିଶ୍ୱନାଥପୁର ସ୍ଥିତ ନିଜ ବାସ ଭବନରୁ ଗିରଫ୍ କରିଥିଲେ। ଏ ଖବର ପ୍ରଚାର ହେବା ପରେ ଅଞ୍ଚଳବାସିଙ୍କ ମଧ୍ୟରେ ଖୁସିର ବାତାବରଣ ଦେଖା ଦେଇଥିଲା। ଆଗରୁ ଅନ୍ୟ ଏକ କେସରେ ଗିରଫ୍ ହେବା ଭୟରେ ଚାଲାକ ହୋଇ ଅଧ୍ୟକ୍ଷ ରମେଶ ସାହୁ ଫେରାର ହୋଇଯାଇଥିଲା। ରମେଶ ସାହୁ ଫେରାର ହେବା ପରେ ହୀରାନୀଳା ସଂଗ୍ରାମ ସମିତି ଓ ଅଭିଭାବକ ମାନେ କଳାହାଣ୍ଡି ଆରକ୍ଷୀ ଅଧିକ୍ଷକଙ୍କୁ ଓ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଉଚିତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ। ବିଶ୍ୱନାଥପୁର ପୁଲିସ ମଧ୍ୟ ଦୁଇମାସ ଧରି ରମେଶ ସାହୁକୁ ଧରିବା ପାଇଁ ଆପ୍ରାଣ ଉଦ୍ୟମ କରିଥିଲା। ଶେଷରେ ଦୁର୍ନିତିର ମାଷ୍ଟର ମାଇଣ୍ଡ କୁହାଯାଉଥିବା ରମେଶ ସାହୁୁ ନିଜର ଅନ୍ତରିଣ ଜାମିନ ଅଡର ଧରି ଘରକୁ ଆସିଥିବା ବେଳେ ଲାଞ୍ଜିଗଡ ପୁଲିସ ହାତରେ ଧରା ପଡିଥିଲା। ରମେଶ ସାହୁକୁ ପୁଲିସ ଧରିବା ଖବର ପ୍ରଚାର ହେବା ପରେ ଅଧ୍ୟକ୍ଷଙ୍କ ବାସ ଭବନ ଆଗରେ ଲୋକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ଅଧ୍ୟକ୍ଷଙ୍କ ବିରୋଧରେ ପ୍ରବଳ ନାରାବାଜି କରିଥିଲେ ଅଞ୍ଚଳବାସି। ଭିଡକୁ ଆୟତ୍ତ କରି ବିଶ୍ୱନାଥପୁର ପୁଲିସ ଅଧ୍ୟକ୍ଷଙ୍କୁ ପୁଲିସ ଗାଡିରେ ଥାନାକୁ ନିଆଯାଇଥିଲା। ଶେଷରେ ରମେଶ ସାହୁ ଜେଲ ଯିବାକୁ ନେଇ ଅଞ୍ଚଳରେ ଖୁସିର ମାହୋଲ ଦେଖା ଦେଇଛି। ଏହି ଦୁର୍ନିତିରେ ଅନେକ ଲୋକ ସାମିଲ ଥିବା ସନ୍ଦେହ କରାଯାଉଛି। ଏହାକୁ ଏକ ଉଚ୍ଚ ସ୍ଥରୀୟ ତଦନ୍ତ କରି ଏଥିରେ ଲିପ୍ତ ଥିବା ସମସ୍ତଙ୍କ ବିରୋଧରେ କୋଠର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ହୀରାନୀଳା ସଂଗ୍ରାମ ସମିତି ଦାବି କରିଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories