www.samajalive.in
Thursday, December 11, 2025
23.1 C
Bhubaneswar

ପାର୍ଷାଲି ରାସ୍ତାରେ ଗାତ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାର୍ଶ।ଲି ପଞ୍ଚାୟତକୁ ଯିବା ରାସ୍ତାରେ ବଡ ଗାତ ସୃଷ୍ଟି ହୋଇଛି ।ସରକାରଙ୍କ ଦ୍ୱାରା କୋଟି କୋଟି ଟଙ୍କା ଖର୍ଚ୍ଚ କରି ପ୍ରତ୍ୟେକ ଅଞ୍ଚଳକୁ ରାସ୍ତା ସଂଯୋଗ କରାଯାଉଛି ।(ଆରଡ଼ି)ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ପ୍ରତ୍ୟେକ ଅଞ୍ଚଳ କୁ ଅଟକଳ ମୂଲ୍ୟ ଅନୁଯାୟୀ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ କରାଯାଉଛି ।ବିଭାଗର ନିୟମ ଅନୁଯାୟୀ ଅନୁଯାୟୀ ରାସ୍ତାର ରକ୍ଷଣାବେକ୍ଷଣ ପାଇଁ ପାଞ୍ଚ ବର୍ଷ ରହିଥିବା ବେଳେ ପାରସାଲି ରାସ୍ତା ନିର୍ମାଣ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି। ରାସ୍ତା ମଝିରେ ୪ଫୁଟର ଗାତ ସୃଷ୍ଟି ହୋଇଛି । ରାସ୍ତା ନିର୍ମାଣ କରି ୩ବର୍ଷ ମଧ୍ୟରେ ରାସ୍ତାରେ ବଡ ବଡ ଗାତ ସୃଷ୍ଟି ହେଉଛି । ପାରସାଲି ନିୟମଗିରି ଅଞ୍ଚଳକୁ ଯିବା ପାଇଁ ଚାରିଚକିଆ, ଦୁଇଚାକିଆ ଯାନ ଚଳାଚଳରେ ବାଧାପ୍ରାପ୍ତ ହେଉଛି । କେତେବେଳେ କେଉଁ ଅଘଟଣ ଘଟିବ ବୋଲି କୁହାଯାଉଛି।ତୁରନ୍ତ ଜିଲା ପ୍ରଶାସନ ଦୃଷ୍ଟି ଦେଇ ଉକ୍ତ ରାସ୍ତାକୁ ମରାମତି କରିବା ପାଇଁ ସାଧାରଣରେ ଦାବି ଦେଉଛି ।

Hot this week

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

Related Articles

Popular Categories