ରାଜ୍ୟରେ ଦିନକରେ ୬୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଦିନକ ମଧ୍ୟରେ ଆଉ ୬୯ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ କଟକ ଜିଲାରେ ସର୍ବାଧିକ ୨୫ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଏଥିସହିତ ଜଗତସିଂହପୁର ଜିଲାରେ ୨୧ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି। ସେହିଭଳି ଢେଙ୍କାନାଳ ଜିଲାରେ ୯, ଖୋର୍ଦ୍ଧା ଓ ବାଲେଶ୍ୱରରେ ୩ ଜଣ ଲେଖାଏଁ, ଅନୁଗୁଳ, ଗଞ୍ଜାମ ଓ ପୁରୀରେ ୨ ଜଣ ଲେଖାଏଁ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି। ଭଦ୍ରକ ଓ କେନ୍ଦୁଝର ଜିଲାରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କର ପ୍ରାଣହାନି ଘଟିଛି।

kalyan agarbati

Comments are closed.