କଣ୍ଟାବାଞ୍ଜି: ଆଜି କଣ୍ଟାବାଞ୍ଜି ବିଜେଡି କାର୍ଯ୍ୟଲୟରେ ନୂତନ ଦାୟିତ୍ୱ ପାଇଥିବା ବିଜୁ ମହିଳା ଜନତା ଦଳର ପଦାଧିକାରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ବିଜେଡି ବିଧାୟକ ପ୍ରାର୍ଥୀ ଅଜୟ ଦାସ ସମସ୍ତ ପଦାଧିକାରୀ ଙ୍କୁ ପୁଷ୍ପମାଲ୍ୟ ଦେଇ ସ୍ବାଗତ କରିଥିଲେ। ଜିଲା ସାଧାରଣ ସମ୍ପାଦକ ରାଜେନ୍ଦ୍ର ବେହେରା ସମସ୍ତ ପଦାଧିକାରୀ ଙ୍କ ପରିଚୟ କରାଇଥିଲେ। ଜିଲ୍ଲା ସମ୍ପାଦିକା ପିଙ୍କି ଖର୍ସେଲ ଯାଦବ, ଜିଲା ସମ୍ପାଦିକା ଶୁଶିଲା ରଣା, ଚିତ୍ରଲେଖା ତାଣ୍ଡି, ତପସ୍ବିନୀ ରଣା, ଏନଏସି. ସଭାନେତ୍ରୀ ସସ୍ମିତା ଦଣ୍ଡସେନା, ତୁରେକେଲା ବ୍ଲକ ସଭାନେତ୍ରୀ ସରସ୍ବତୀ ମେହେର, ବଙ୍ଗୋମୁଣ୍ଡା ବ୍ଲକ ଅନୀତା ଦଣ୍ଡସେନା, ଆସନ୍ତା ଦିନରେ ନିର୍ବାଚନ ମଣ୍ଡଳୀରେ ବିଜେଡି ମହିଳା ସଂଗଠନ ସୁଦୃଢ କରିବା କୁ ପ୍ରତିଗ୍ୟା କରିଥିଲେ। ରାଜ୍ୟ ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଓ ଜିଲ୍ଲା ସଭାନେତ୍ରୀ ଦମୟନ୍ତୀ ବାଗ ଙ୍କୁ ଧନ୍ୟବାଦ ଦେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ମହିଳା ନେତ୍ରୀ ନିଶା ମହାନନ୍ଦ, ଘଟ ବେସନ, ଅଷ୍ଟମୀ ବଗର୍ତ୍ତୀ, ଲଲିତା ରୟେତୀ, ଦହିମତି ଭୋଇ, ବନିତା ଯାଦବ, ତୁରେକେଲା ବ୍ଲକ ସଭାପତି ଆର୍ଶାଦ ଖାନ, ମୁରିବାହାଲ ବ୍ଲକ ବରିଷ୍ଠ ବିଜେଡି ନେତା ମିନିକେତନ ପାତ୍ର, କଣ୍ଟାବାଞ୍ଜି ନଗର ଯୁବ କାର୍ଯ୍ୟକାରୀ ସଭାପତି ବିଶାଲ ବେହେରା, ବିଜେଡି ଜିଲା ଉପ ସଭାପତି ବୁଲୁ ସିଂଦେଓ, ଯୁବ ବିଜେଡି ଜିଲା ସମ୍ପାଦକ ଶାନ୍ତନୁ ବିଭାର, ସୁଧାମୟ ଟାହାଣି, ବରିଷ୍ଠ ନେତା ପ୍ରମୋଦ କର, ଜିଲ୍ଲା ଯୁବ ସାଧାରଣ ସମ୍ପାଦକ ଦେବରାଜ ୟାଦବ, ତୁରେକେଲା ବ୍ଲକ ଯୁବ ସଭାପତି ଶଶିଧ୍ବଜ ହିଆଲ, ପ୍ରଦୀପ ପୁଟେଲ, ସୁମିତ ଜୈନ, ସରୋଜ କୁଅଁର, ଶେଷଦେବ ବଗର୍ତ୍ତୀ ପ୍ରମୁଖ ଉପସ୍ଥିତ ଥିଲେ।



