www.samajalive.in
Monday, December 8, 2025
20.1 C
Bhubaneswar

ଓଲଟିଲା ଇଟା ବୋଝେଇ ଟ୍ରାକ୍ଟର,ଅଳ୍ପକେ ବର୍ତ୍ତିଲେ ଚାଳକ

ରେଙ୍ଗାଲିକ୍ୟାମ୍ପ: ଅତାବିରାରୁ ପାହାଡ ଶ୍ରିଗିଡ଼ା ରାସ୍ତାରେ ଟୋପ ଗାଆଁକୁ ପହଞ୍ଚିବା ପୂର୍ବରୁ ରହିଛି ଏକ ନଲିଆ। ଏହି ନଲିଆ ଉପରେ ରହିଥିବା ପୋଲଟି ସଂକୀର୍ଣ୍ଣ ଓ ତଳିଆ। ପୋଲର ଉଭୟ ମୁଣ୍ଡ ଉଚ୍ଚ। ଅଳ୍ପ ବର୍ଷା ହେଲେ ପୋଲ ଉପରେ ପାଣି ଯାଇ ବେଳେ ବେଳେ ଲୋକଙ୍କ ଯିବା ଆସିବା ବନ୍ଦ ହୋଇଯାଇଥାଏ। ସ୍କୁଲ୍ କଲେଜ ଛାତ୍ରଛାତ୍ରୀମାନଙ୍କର ପାଠ ପଢା ବନ୍ଦ ହୋଇଯାଏ। ଏହି ପୋଲଟି ଦୀର୍ଘ ପଚାଶ ବର୍ଷରୁ ବି ଅଧିକ ପୁରୁଣା। ପୋଲର ତଳପଟୁ ମାଟି ଖସି ପୋଲଟି ଝୁଲନ୍ତା ଅବସ୍ଥାରେ ରହିଛି। କେତେବେଳେ କାହାର ଓ କେତେ ସଂଖ୍ୟାରେ ଜୀବନ ନେବ ତାହା କହି ହେଉନାହି। ଏହି ପୋଲରେ ଆଜି ସିମେଣ୍ଟ ଇଟା ବୋଝେଇ ଏକ ଟ୍ରାକ୍ଟର ଓଲଟି ପଡି ନଲିଆ ଭିତରରେ ପଡି ଯାଇଥିଲା। ଫଳରେ ଦୀର୍ଘ ସମୟ ଧରି ଏହି ରାସ୍ତାଟି ଅବରୋଧ ହୋଇ ଲୋକଙ୍କ ଯିବା ଆସିବା ବନ୍ଦ ହୋଇ ଯାଇଥିଲା।

ଟ୍ରାକ୍ଟର ଚାଳକ ଗୋବିନ୍ଦ ଭୋଇ (୨୮) ଅଳ୍ପକେ ବର୍ତ୍ତି ଯାଇଥିଲେ। ବର୍ତ୍ତମାନ ପ୍ରାୟ ପଚାଶ ହଜାର ଟଙ୍କା ଖର୍ଚ୍ଚ ହେବ ଟ୍ରାକ୍ଟର ମରାମତି ପାଇଁ ବୋଲି ଟ୍ରାକ୍ଟର ମାଲିକ ପ୍ରକାଶ କରିଛନ୍ତି। ଉଭୟ ମୁଣ୍ଡ ଉଚ୍ଚ ଓ ପୋଲଟି ତଳିଆ ଥିବାରୁ ଯେଉଁ ପାର୍ଶ୍ୱରୁ ଆସିଲେ ମଧ୍ୟ ଭlରି ଯାନଗୁଡ଼ିକ ଏମିତି ଓଲଟି ପଡ଼ିବାର ସମ୍ଭାବନା ରହିଛି। ଏହି ନଳିଆର ପୋଲ ପାଖରେ ଛୋଟରୁ ବୃଦ୍ଧ ପର୍ଯ୍ୟନ୍ତ ଗାଧୋଇ ଥାନ୍ତି। ତେବେ ଏହି ରାସ୍ତା ଦେଇ ଯାଉଥିବା ବଡ଼ ବଡ଼ ଟ୍ରକ୍ ଓଲଟି ପଡି ଏମାନଙ୍କ ଜୀବନ ପ୍ରତି ବି ବିପଦ ନ ହେବ ତାହା କିଏ କହିପାରିବ। ଅନେକ ଥର ଏହି ରାସ୍ତା ଓ ପୋଲ ବିଷୟରେ ଖବର କାଗଜରେ ମଧ୍ୟ ପ୍ରକାଶିତ ହୋଇ ସାରିଛି। ତଥାପି ପ୍ରଶାସନ କିଛି ପଦକ୍ଷେପ ନେଉ ନଥିବା ଏମିତିକି ମରାମତି ବି ହେଉ ନଥିବା ନେଇ ଅଞ୍ଚଳରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ତେବେ ଆଉ କେତେ ଦିନ ଧରି ଏହି ପୋଲ ଏମିତି ବିପଦ ମୁଖା ହୋଇ ପଡ଼ି ରହିଥିବ ତାହା ନେଇ ଗ୍ରାମ ତଥା ଅଞ୍ଚଳ ବାସୀ ଚିନ୍ତିତ। ତେବେ ଯଥା ଶୀଘ୍ର ଏହି ପୋଲ ପ୍ରତି ସରକାରଙ୍କ ଦୃଷ୍ଟି ପଡ଼ିବା ପାଇଁ ଅଞ୍ଚଳର ଜଣ ସାଧାରଣ ଦାବି ଜଣାଇଛନ୍ତି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories