www.samajalive.in
Monday, December 8, 2025
17.1 C
Bhubaneswar

ଗୁରୁତର ଶିଶୁ ରୋଗୀଙ୍କୁ ପ୍ରଥମେ ଟିକା

ନୂଆଦିଲ୍ଲୀ : କରୋନାର ତୃତୀୟ ଲହରରୁ ଶିଶୁଙ୍କୁ ସୁରକ୍ଷିତ ରଖିବା ଲାଗି ଟିକାକରଣ ଉପରେ ଗୁରୁତ୍ବ ଦିଆଯାଇଛି। ଶିଶୁଙ୍କୁ ଯଥା ସମ୍ଭବ ଶୀଘ୍ର ଟିକାକରଣ କରାଇବାକୁ ବିଶେଷଜ୍ଞ କମିଟି ପରାମର୍ଶ ଦେଇଛି। ପରାମର୍ଶ ଆଧାରରେ ସରକାର ଶିଶୁଙ୍କ ଟିକାକରଣ ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛନ୍ତି। ଶିଶୁଙ୍କ ଟିକାକରଣ କ୍ଷେତ୍ରରେ ଗୁରୁତର ରୋଗରେ ଆକ୍ରାନ୍ତଙ୍କୁ ପ୍ରାଥମିକତା ଦିଆଯିବ ବୋଲି ସରକାରଙ୍କ ଜାତୀୟ ଟିକାକରଣ ସମ୍ପର୍କିତ ବୈଷୟିକ କମିଟି (ଏନଟିଏଜିଆଇ)ର ମୁଖ୍ୟ ଏନକେ ଆରୋରା କହିଛନ୍ତି। ସେ କହିଛନ୍ତି ଯେ ୧୨ବର୍ଷରୁ ଅଧିକ ବୟସର ପିଲାଙ୍କ ଟିକାକରଣ ନିମନ୍ତେ କେବଳ ଗୋଟିଏ ମାତ୍ର ଟିକା ଜାଇକୋଭ୍-ଡିକୁ ସରକାର ଅନୁମୋଦନ କରିଛନ୍ତି। ଜାଇଡସ୍ କାଡିଲା ଦ୍ବାରା ପ୍ରସ୍ତୁତ ଏହି ଟିକାକୁ ଗତ ସପ୍ତାହରେ ଜରୁରୀ ବ୍ୟାବହାରିକ ଅନୁମତି ମିଳିଛି। ତେବେ ସେପ୍ଟେମ୍ବର ଓ ଅକ୍ଟୋବରରେ ଭାରତ ବାୟୋଟେକ୍‌ର ଶିଶୁଙ୍କ ଲାଗି ଉଦ୍ଦିଷ୍ଟ ଟିକାକୁ ଅନୁମତି ମିଳିବାର ସମ୍ଭାବନା ରହିଛି। କରୋନା ଟିକା ଗବେଷଣା ଓ ପରୀକ୍ଷାରେ ସାମିଲ
ସ୍ବେଚ୍ଛାସେବୀଙ୍କୁ କୃତଜ୍ଞତା ପୂର୍ବକ ପ୍ରମାଣପତ୍ର ଦିଆଯିବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ସୋମବାର କହିଛନ୍ତି। ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆର କୋଭିସିଲ୍ଡ ଓ ଭାରତ ବାୟୋଟେକର କୋଭାକ୍ସିନ୍ ଟିକା ପରୀକ୍ଷାରେ ସାମିଲ ସ୍ବେଚ୍ଛାସେବୀଙ୍କୁ କୋ-ୱିନ ପୋର୍ଟାଲ ମାଧ୍ୟମରେ ଡିଜିଟାଲ ପ୍ରମାଣପତ୍ର ଦିଆଯିବ ବୋଲି ସେ କହିଛନ୍ତି। ଦେଶର ଟିକା ପରୀକ୍ଷା ଓ ଗବେଷଣାରେ ସହଯୋଗ ଓ ଅବଦାନ ପାଇଁ ସେମାନଙ୍କୁ ସରକାର ଧନ୍ୟବାଦ ଦେଇଛନ୍ତି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories