www.samajalive.in
Sunday, December 7, 2025
26.1 C
Bhubaneswar

ସମ୍ଭାବ୍ୟ ତୃତୀୟ ଲହର ନେଇ ବିଶେଷଜ୍ଞ କମିଟି ଆକଳନ ; ଅକ୍ଟୋବରରେ ଶୀର୍ଷ ସଂକ୍ରମଣ

ନୂଆଦିଲ୍ଲୀ : ଦେଶରେ କରୋନାର ତୃତୀୟ ଲହର ଆରମ୍ଭ ହୋଇଥିବାବେଳେ ଅକ୍ଟୋବରରେ ଏହା ଶିଖର ଛୁଇଁବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଯୁକ୍ତ ବିଶେଷଜ୍ଞ କମିଟି ସରକାରଙ୍କୁ ସତର୍କ କରାଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅଧୀନ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରତିଷ୍ଠାନ (ଏନଆଇଡିଏମ୍‌) ପକ୍ଷରୁ ନିଯୁକ୍ତ ବିଶେଷଜ୍ଞ କମିଟିର ସର୍ବଶେଷ ତଥ୍ୟ ଅନୁଯାୟୀ ତୃତୀୟ ଲହରରେ ଶିଶୁମାନେ ସର୍ବାଧିକ ସଂକ୍ରମିତ ହେବେ। କରୋନାର ପ୍ରଥମ ଓ ଦ୍ବିତୀୟ ଲହରରେ ଶିଶୁମାନେ ବିଶେଷ ପ୍ରଭାବିତ ହୋଇ ନଥିବା ବେଳେ ଏହି ଲହରରେ ବିଶେଷ ପ୍ରଭାବିତ ହେବା ନେଇ କମିଟି ସତର୍କ କରାଇଛି।
କମିଟି କହିଛି ଯେ ତୃତୀୟ ଲହରକୁ ମୁକାବିଲା କରିବା ନିମନ୍ତେ ଡାକ୍ତରଖାନା, ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ଭେଣ୍ଟିଲେଟର, ଆମ୍ବୁଲାନ୍ସ ଓ ଅନ୍ୟାନ୍ୟ ଯନ୍ତ୍ରାଂଶର ବ୍ୟବସ୍ଥା କରାଯିବା ଦରକାର। ସମ୍ପ୍ରତି କରୋନା ମହାମାରୀକୁ ନେଇ ଅନେକଗୁଡିଏ ସଂସ୍ଥା ପକ୍ଷରୁ ବିଭିନ୍ନ ଅନୁଧ୍ୟାନ ଚାଲିଥିବାବେଳେ ସେସବୁକୁ ଆଧାର କରି କମିଟି ଏପରି ପୂର୍ବାନୁମାନ କରିଛି।
ତୃତୀୟ ଲହରରେ ଶିଶୁମାନେ ଅଧିକ ସଂକ୍ରମଣ ହେବା ନେଇ ଯେଉଁ ପୂର୍ବାନୁମାନ କରାଯାଉଛି ତାର କୌଣସି ପ୍ରତ୍ୟକ୍ଷ କାରଣ କମିଟି ଉପସ୍ଥାପନ କରି ନାହିଁ। ତେବେ ଶିଶୁମାନେ କରୋନା ଟିକା ପାଇ ନଥିବାରୁ ସେମାନଙ୍କ ସଂକ୍ରମଣ ନେଇ ଆଶଙ୍କା କରାଯାଇଛି। ଅନେକ ସ୍ବାସ୍ଥ୍ୟ ବିଶେଷଜ୍ଞ ମଧ୍ୟ ଶିଶୁଙ୍କ ସଂକ୍ରମଣ ନେଇ ଆଶଙ୍କା ବ୍ୟକ୍ତ କରିଛନ୍ତି। ତେବେ ଭାରତୀୟ ଶିଶୁରୋଗ ପ୍ରତିଷ୍ଠାନ କହିଛି ଯେ କରୋନାର ଡେଲଟା ପ୍ଲସ ପ୍ରଜାତି ଭୂତାଣୁ ଶିଶୁଙ୍କୁ ଅଧିକ ସଂକ୍ରମଣ କରିବାର କୌଣସି ଡାକ୍ତରୀ ପ୍ରମାଣ ନାହିଁ। ଅନ୍ୟ ଏକ ତଥ୍ୟ ଅନୁଯାୟୀ ଶିଶୁଙ୍କ ସଂକ୍ରମଣ ନେଇ ଏପରି ଭୟଭୀତ କରା ନଗଲେ ୧୮ବର୍ଷରୁ କମ୍ ବୟସର ପିଲାଙ୍କୁ ଟିକାକରଣ କରାଯିବା ବିଳମ୍ବିତ ହୋଇଯିବ। ତେଣୁ ତୃତୀୟ ଲହରକୁ ମୁକାବିଲା ପାଇଁ ଶିଶୁଙ୍କ ଟିକାକରଣ ଉପରେ ମଧ୍ୟ ଉକ୍ତ ବିଶେଷଜ୍ଞ କମିଟି ଗୁରୁତ୍ବ ଦେଇଛି। ସେହିପରି ଯେଉଁଠାରେ ବିଦ୍ୟାଳୟ ସବୁ ଖୋଲାଯାଇଛି ସେଠାରେ ଶିକ୍ଷକ ଓ ଅନ୍ୟ କର୍ମଚାରୀଙ୍କୁ ନିଶ୍ଚିତ ଟିକା ଦିଆଯିବା ଦରକାର।
ନିକଟରେ ହୋଇଥିବା ଏକ ଅନୁଧ୍ୟାନ ଆଧାରରେ କମିଟି କହିଛି ଯେ ତୃତୀୟ ଲହର ଶିଖର ଛୁଇଁବା ସମୟରେ ଦୈନିକ ସଂକ୍ରମଣ ସଂଖ୍ୟା ୬ଲକ୍ଷ ରହିବ। ଦେଶରେ ଯଦି ଟିକାକରଣ ହାର ଯଦି ବୃଦ୍ଧି ନ ପାଏ ତେବେ ସଂକ୍ରମଣ ବୃଦ୍ଧି ପାଇବ। ବର୍ତ୍ତମାନର ଟିକାକରଣ ହାର ୩.୨% ରହିଛି। ତୃତୀୟ ଲହର ମୁକାବିଲା ପାଇଁ ଏହି ହାରକୁ ବଢାଇବାକୁ ପଡିବ। ତୃତୀୟ ଲହରରେ ଡେଲଟା ପ୍ଲସ ପ୍ରଜାତି ଯୋଗଁୁ ବିଶେଷ ସଂକ୍ରମିତ ହେବ। ଏହା ସହିତ ଅନ୍ୟ ପ୍ରଜାତିର ଭୂତାଣୁ ମଧ୍ୟ ସଂକ୍ରମିତ ହେବ। କରୋନାର ତୃତୀୟ ଲହରରେ ଶିଶୁଙ୍କ ସଂକ୍ରମଣ ନେଇ ଆଶଙ୍କା କରାଯାଉଥିବାବେଳେ ଏବେ ଦେଶର ବିଭିନ୍ନ ରାଜ୍ୟରେ ଶିଶୁମାନେ ସଂକ୍ରମିତ ହେବାରେ ଲାଗିଛନ୍ତି। ୧୧ଟି ରାଜ୍ୟରେ ପ୍ରାୟ ୭୨୧ ଶିଶୁ ସଂକ୍ରମିତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।
କରୋନାର ତୃତୀୟ ଲହରରେ ଅଧିକ ସଂଖ୍ୟକ ଶିଶୁଙ୍କ ସହିତ ଅନ୍ୟ ବର୍ଗର ଲୋକେ ମଧ୍ୟ ସଂକ୍ରମିତ ହେବେ। ସଂକ୍ରମଣ ସଂଖ୍ୟା ଅଧିକ ରହିଲେ ମଧ୍ୟ ଏହି ଲହରରେ ବିଶେଷ ଜୀବନହାନି ଘଟିବ ନାହିଁ ବୋଲି କୁହାଯାଇଛି। କାରଣ ଦେଶରେ ଟିକାକରଣ ଅଭିଯାନ ଚାଲିବା ସହିତ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଉନ୍ନତି ଆସିଛି। ଏହା ସହିତ ତୃତୀୟ ଲହର ସମୟରେ କରୋନା ନୂଆ ପ୍ରଜାତି ଭୂତାଣୁ ସୃଷ୍ଟି ହେବାର ଆଶଙ୍କା ରହିଛି। ତେଣୁ ଏହି ନୂଆ ପ୍ରଜାତି ଭୂତାଣୁକୁ ମୁକାବିଲା ନିମନ୍ତେ ମଧ୍ୟ ପ୍ରସ୍ତୁତ ରହିବା ଆବଶ୍ୟକ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories