www.samajalive.in
Sunday, December 7, 2025
15.1 C
Bhubaneswar

ପଞ୍ଜସିର ଦଖଲ ପାଇଁ ଘମାଘୋଟ ଲଢ଼େଇ : ଆନ୍ଦରାବରେ ୫୦ ତାଲିବାନ ନିପାତ

ହରାଇଥିବା ୩ ଜିଲା ଫେରାଇ ଆଣିଛୁ: ତାଲିବାନ

କାବୁଲ : ତାଲିବାନକୁ ବିଭିନ୍ନ ପ୍ରଦେଶରେ ବିରୋଧ ଉଗ୍ର ରୂପ ଧାରଣ କରିଛି। ସୋମବାର କେନ୍ଦ୍ରୀୟ ପଞ୍ଜସିର ପ୍ରଦେଶ ନିକଟ ଆନ୍ଦାରବ ଜିଲାରେ ବିଦ୍ରୋହୀଙ୍କ ଆକ୍ରମଣରେ ସ୍ଥାନୀୟ ତାଲିବାନ ମୁଖ୍ୟ ସମେତ ୫୦ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏଥିରେ ତାଲିବାନ ମୁଖ୍ୟର ତିନି ଘନିଷ୍ଠ ସହଯୋଗୀ ନିପାତ ହୋଇଥିବାବେଳେ ଅନ୍ୟ ୨୦ଜଣଙ୍କୁ ବିରୋଧୀ ଗୋଷ୍ଠୀ ବନ୍ଦୀ କରିନେଇଥିବା ପ୍ରକାଶ। ତାଲିବାନ ଆତଙ୍କବାଦୀ ଏହି ଅଞ୍ଚଳକୁ ଘେରି ରହିଥିବା ସୂଚନା ମିଳିଛି। ସ୍ଥୀନୟ ତାଲିବାନ ବିରୋଧୀମାନେ ‘ପବ୍ଲିକ ରେଜିଷ୍ଟାନ୍ସ ଫୋର୍ସ’ ପତାକା ତଳେ ଏକତ୍ର ହୋଇ ତାଲିବାନର ନାହିଁ ନ ଥିବା ମୁକାବିଲା କରୁଛନ୍ତି। ଅହମ୍ମଦ ମାସୁଦ ଓ ଖୈର୍‌ ମହମ୍ମଦ ଆନ୍ଦ୍ରରାବିଙ୍କ ନେତୃତ୍ବରେ ଏହି ଲଢ଼େଇ ଜାରି ରହିଛି। ସେମାନଙ୍କୁ ଆଫଗାନିସ୍ତାର ସରକାରୀ ସେନା ସହାୟତା କରୁଥିବା ପ୍ରକାଶ। ଅସ୍ରଫ ଘନିଙ୍କ ସମୟରେ ଦେଶର ପ୍ରଥମ ଉପରାଷ୍ଟ୍ରପତି ଥିବା ଓ ଏବେ ନିଜକୁ କାର୍ଯ୍ୟକାରୀ ରାଷ୍ଟ୍ରପତି ବୋଲି ଦାବି କରୁଥିବା ପ୍ରବଳ ତାଲିବାନ ବିରୋଧୀ ନେତା ଅମରୁଲ୍ଲା ସାଲେ ମଧ୍ୟ ତାଙ୍କୁ ସହଯୋଗ କରୁଛନ୍ତି।
ତାଲିବାନ କବ୍‌ଜାରୁ ବି​ରୋ‌ଧୀ ଶକ୍ତି ‘ନଦର୍ଣ୍ଣ ଆଲାଏନ୍ସ’ ଛଡ଼ାଇ ନେଇଥିବା ବାଗଲାନ୍‌ ପ୍ରଦେଶ ଅନ୍ତର୍ଗତ ତିନି ଜିଲା ବାନୁ ସମେତ ଦେହ ସାଲେ ଓ ପୁଲ୍‌-ଇ-ହେସାର ପୁଣି ଏହାର ଅଧୀନକୁ ଫେରିଥିବା କୁହାଯାଉଛି। ତାଲିବାନ ଦାବି କରିଛି ଯେ ଏହା ତିନି ଜିଲାକୁ ପୁଣି ନିଜ ଅଧୀନକୁ ନେଇଆସିଛି। ବିରୋଧୀମାନେ ଗତ ସପ୍ତାହରେ ଏହି ତିନି ଜିଲାକୁ ତାଲିବାନଠାରୁ ଛଡ଼ାଇ ନେଇଥିଲେ।​ ଏଥିହିତ ପଞ୍ଜସିର ଉପତ୍ୟକା ନିକଟ ବାଦାକଶାନ୍‌, ତାଖର ଓ ଅନ୍ଦାରବକୁ ନିଜ ଦଖଲକୁ ଆଣିଥିବା ଓ ଏଠାରେ ସଂଗଠନର ସ୍ଥିତି ଦୃଢ଼ କରିଥିବା କହିଛି ତାଲିବାନ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ। ପୁନଶ୍ଚ ଖୁବ୍‌ ଶୀଘ୍ର ପଞ୍ଜସିର ଦଖଲ ପାଇଁ ପ୍ରସ୍ତୁତି ଚଳାଇଛି। ଅଦ୍ୟାବଧି ତାଲିବାନ କବଳରୁ ମୁକ୍ତ ଥିବା ଦେଶର ଏକମାତ୍ର ପ୍ରଦେଶ ପଞ୍ଜସିରରେ ଏଥିନେଇ ଦୁଇ ପକ୍ଷ ମଧ୍ୟରେ ଘମାଘୋଟ ଲଢ଼େଇ ଜାରି ରହିଛି। ତାଲିବାନ ସେନା ଏହି ପ୍ରଦେଶକୁ ଚାରିପଟୁ ଘେରି ରହିଥିବା ଓ ଦକ୍ଷିଣରୁ ଉତ୍ତରାଗୁ ଲମ୍ବିଥିବା ଦେଶର ମୁଖ୍ୟ ରାଜପଥ ଖୋଲାଥିବା ଦାବି କରୁଥିଲେ ମଧ୍ୟ ‘ନଦର୍ଣ୍ଣ ଆଲାଏନ୍ସ’ ନେତା ଅହମଦ ମାସୁଦ ଏହାକୁ ଖଣ୍ଡନ କରିଛନ୍ତି। ଘୋର୍‌ ରୁଷିଆ ବିରୋଧୀ ଏହି ସଂଗଠନର ନେତା ମାସୁଦ କହିଛନ୍ତି ଯେ ଏବେ ମଧ୍ୟ ପଞ୍ଜସିର ସେମାନଙ୍କ ଦଖଲରେ ରହିଛି। ଏହାର କୌଣସି ଅଞ୍ଚଳ ତାଲିବାନ ହାତକୁ ଯାଇ ନାହିଁ। ସେମାନେ କୌଣସି ପରିସ୍ଥିତିରେ ତାଲିବାନକୁ ପଞ୍ଜସିର ଦଖଲର ସୁଯୋଗ ଦେବେ ନାହିଁ କିମ୍ବା କସ୍ମିନ୍‌କାଳେ ମୁଣ୍ଡ ନୋଇଁବେ ନାହଁ ବୋଲି ମାସୁଦ କହିଛନ୍ତି। ଏତଦ୍‌ ବ୍ୟତୀତ ମାସୁଦ ତାଲିବାନକୁ ଆଫଗାନିସ୍ତାନରେ ମିଳିତ ସରକାର ଗଠନ ପାଇଁ ପ୍ରସ୍ତାବ ଦେଇଛନ୍ତି। ଏହାକୁ ଗ୍ରହଣ କଲେ ତାଲିବାନ ଉପରେ ଆକ୍ରମଣ ବନ୍ଦ ହେବ; ନଚେତ୍‌ ଏହାକୁ ପଞ୍ଜସିରରେ ପ୍ରବେଶ କରାଇ ଦିଆଯିବ ନାହିଁ ବୋଲି ସେ କହିଛନ୍ତି। ମାସୁଦଙ୍କ ସମର୍ଥନରେ ପୂର୍ବ ସରକାରୀ ସେନା ମଧ୍ୟ ପଞ୍ଜସିରରେ ମୁତୟନ ହୋଇଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories