www.samajalive.in
Monday, December 8, 2025
27.1 C
Bhubaneswar

ଆଖଣ୍ଡଳମଣିଙ୍କ ପୀଠରେ ନିଆରା ଜନ୍ମାଷ୍ଟମୀ

ଆରଡି : ପ୍ରସିଦ୍ଧ ଶୈବପୀଠ ଆରଡିଧାମ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ରବିବାର ନିଆରା ଭାବେ ପାଳନ କରାଯାଇଛି। ପୀଠର ଶତାଧିକ ବର୍ଷର ପରମ୍ପରା ଓ ରୀତିନୀତି ଅନୁଯାୟୀ ରବିବାର ମଧ୍ୟ ରାତ୍ରରେ ଭଗବାନ ଶ୍ରୀକୃଷ୍ଣ ଜନ୍ମଗ୍ରହଣ କରିବା ପରେ କଂସ ମହିପାଳ ନୀତି ଅନୁଷ୍ଠିତ ହୋଇଯାଇଛି। ଏହି ନୀତି ପ୍ରାରମ୍ଭରୁ ନିଧି ପାଢୀ ସାହି ସ୍ଥିତ ଭଗବାନ ଶ୍ରୀକୃଷ୍ଣଙ୍କ ପୂଜା ମଣ୍ଡପରେ ଭୋର ୫ଟାରେ ରୀତିନୀତି ଅନୁଯାୟୀ ଦ୍ୱାରଫିଟା, ମଙ୍ଗଳଆଳତୀ, ମହାସ୍ନାନ, ଘଟସ୍ଥାପନ, ଦ୍ୱାରାପାଳ ପୂଜା, ଷୋଡଶ ଉପଚାର ନୀତିକାନ୍ତି ସରିବା ପରେ ସଂଧ୍ୟା ଠାରୁ ମଧ୍ୟ ରାତ୍ର ପର୍ଯ୍ୟନ୍ତ ଖଣ୍ଡିକିଆ ହରିବଂଶ ପୁରାଣ ପଠନ କରାଯାଇଥିଲା। ରାତ୍ର ୧୨ଟାରେ ଅର୍ଥାତ ପୂରାଣ ବର୍ଣ୍ଣିତ ଅନୁଯାୟୀ ମଧ୍ୟରାତ୍ରରେ ଶ୍ରୀକୃଷ୍ଣ ଜନ୍ମଗ୍ରହଣ କରିବା ପରେ ଘଣ୍ଟ, କିର୍ତ୍ତନ, ଛତ୍ର, ଆଲଟ, ଚାମର ଆଦିରେ ଭଗବାନ ଶ୍ରୀକୃଷ୍ଣଙ୍କୁ ଏକ ବିରାଟ ପଟୁଆର ସହ ବସୁଦେବ ସାଜିଥିବା ଶୁସାନ୍ତ ତ୍ରୀପାଠୀ ଆଖଣ୍ଡଳମଣିଙ୍କ ମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ। ପୂର୍ବରୁ ମନ୍ଦିର ବେଢାରେ ଜଗି ରହିଥିବା ଅସିତ ପାଢୀ ଉଗ୍ରେସନ ଭାବେ ଭଗବାନ ଶ୍ରୀକୃଷ୍ଣଙ୍କୁ ବାଟ ଓଗାଳିଥିଲେ। ଏପରିକି ଭଗବାନଙ୍କ ପରିଚୟ ରାଜା ଉଗ୍ରେସନ ପାଇବା ପରେ ଆଜ୍ଞାମାଳ ପ୍ରାପ୍ତ କରି ବାଟ ଛାଡିଥିଲେ। ଏପରିକି ଜନ୍ମାଷ୍ଟମୀ ନୀତିକାନ୍ତି ବାବା ଆଖଣ୍ଡଳମଣିଙ୍କ ନୀତିକାନ୍ତି ସହ ଜଡିତ ରହୁଥିବାରୁ ମନ୍ଦିର ପହଡ ମଧ୍ୟରାତ୍ର ଅର୍ଥାତ କଂସମହିପାଳ ନୀତି ପର୍ଯ୍ୟନ୍ତ ଖୋଲା ରହିଥାଏ। ଏହି କଂସମହିପାଳ ନୀତି ଓ ଜନ୍ମାଷ୍ଟମୀ ନୀତି ଦେଖିବା ପାଇଁ ପୀଠର ଆଖପାଖ ସମେତ ଅଗଣିତ ଭକ୍ତଙ୍କ ସମାଗମ ହୋଇଥିଲା।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories