www.samajalive.in
Monday, December 8, 2025
27.1 C
Bhubaneswar

ୟୁପିରେ ମହାମେଣ୍ଟ ସହ ମିଶି ନିର୍ବାଚନ ଲଢିବ ଆରଏଲ୍‍ଡି!

ନୂଆଦିଲ୍ଲୀ : ୨୦୧୯ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହି କ୍ରମରେ ଉତ୍ତରପ୍ରଦେଶରେ ମହାମେଣ୍ଟ ଗଠନ ନେଇ ରାଷ୍ଟ୍ରୀୟ ଲୋକ ଦଳ (ଆରଏଲଡି) ନେତା ଜୟନ୍ତ ଚୌଧୁରୀ ସଂକେତ ଦେଇଛନ୍ତି। ସେ କହିଛନ୍ତି ଯେ ଆସନ୍ତା ଲୋକସଭା ନିର୍ବାଚନରେ ବିଜେପିର ମୁକାବିଲା ପାଇଁ ଏସ୍‍ପି, ବିଏସ୍‍ପି, କଂଗ୍ରେସ ଏବଂ ଆରଏଲ୍‍ଡି ମିଳିତ ଭାବେ ନିର୍ବାଚନ ଲଢିବା ଆବଶ୍ୟକ। ଏବେ ଏହା ଉପରେ ଅଧିକ କିଛି କହି ହେବ ନାହିଁ। ଏପର୍ଯ୍ୟନ୍ତ ଏହି ମହାମେଣ୍ଟକୁ ନେଇ ଦଳର ନେତୃବୃନ୍ଦଙ୍କ କୌଣସି ବୈଠକ ହୋଇନାହିଁ। ଯଦି ୪ ଦଳର ନେତୃବୃନ୍ଦ ଏକାଠି ବସି ଏନେଇ ଆଲୋଚନା କରିବେ ଓ କେଉଁ ଦଳ କୋତୋଟି ଆସନରେ ଲଢିବ ଧାର୍ଯ୍ୟ କରିବେ ତେବେ ମେଣ୍ଟ ସ୍ଥିତି ସ୍ପଷ୍ଟ ହୋଇପାରିବ।
ପ୍ରକାଶଯୋଗ୍ୟ ଯେ ୨୦୧୪ ଲୋକସଭା ନିର୍ବାଚନରେ ବିଜେପି ୭୩ଟି ଆସନରେ ଜିତିଥିଲା। ଏହାପରେ ଦୁଇଟି ଉପ-ନିର୍ବାଚନରେ ବିଜେପି ପରାଜିତ ହୋଇଥିଲା। ବିଜେପିକୁ ହରାଇବାରେ ଏସ୍‍ପି ଏବଂ ବିଏସ୍‍ପିର ମେଣ୍ଟ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ତେଣୁ ସମସ୍ତ ବିରୋଧୀ ଦଳ ଏବେ ବିଜେପି ବିରୋଧରେ ଏକାଠି ହେବାକୁ ପ୍ରସ୍ତୁତି ଚଳାଇଛନ୍ତି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories