www.samajalive.in
Monday, December 8, 2025
27.1 C
Bhubaneswar

ଆଜି ଉଦ୍‍ଯାପିତ ହେଉଛି ଏସୀୟ କ୍ରୀଡ଼ା ; ରାଣୀ ରାମପାଲ ଧ୍ୱଜାଧାରୀ

ଜାକର୍ତ୍ତା : ଅଷ୍ଟାଦଶ ଏସୀୟ କ୍ରୀଡ଼ା ଆଜି ଉଦ୍‍ଯାପିତ ହେଉଛି। ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତା ମୁଖ୍ୟ ଷ୍ଟାଡିୟମରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହିତ ଉଦଯାପନ ଉତ୍ସବ ଅନୁଷ୍ଠିତ ହେବ। ରୌପ୍ୟ  ପଦକ ବିଜେତା ଭାରତୀୟ ମହିଳା ହକି ଦଳର ଅଧିନାୟିକା ରାଣୀ ରାମପାଲ ଉଦଯାପନ ସମାରୋହରେ ଭାରତ ଧ୍ୱଜାଧାରୀ ହେବେ। ମାର୍ଚ୍ଚ ପାଷ୍ଟରେ ପତାକା ଧରି ଭାରତୀୟ ଦଳର ନେତୃତ୍ୱ ନେବେ। ନୃତ୍ୟ, ଗୀତ, ସଙ୍ଗୀତ ଆଦି କାର୍ଯ୍ୟକ୍ରମ ମଧ୍ୟରେ ଉଦଯାପନ ସମାରୋହ ଅନୁଷ୍ଠିତ ହେବ।

- Advertisement -

ତେବେ ଚଳିତ ଏସୀୟ କ୍ରୀଡ଼ାରେ ଭାରତ ମୋଟ୍‍ ୬୯ଟି ପଦକ ହାସଲ କରି ନିଜର ସର୍ବଶେଷ୍ଠ ପ୍ରଦର୍ଶନ କରିଛି। ୧୫ଟି ସ୍ୱର୍ଣ୍ଣ ପଦକ ହାସଲ କରି ଦେଶ ୬୭ ବର୍ଷର ରେକର୍ଡ ଭାଙ୍ଗିଛି। ଶନିବାର କ୍ରୀଡ଼ାର ୧୪ଦିନ ରେ ଭାରତକୁ ୪ଟି ପଦକ ମିଳିଥିଲା। ଏଥିମଧ୍ୟରେ ଦୁଇଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ଥିଲା। ମୁଷ୍ଟିଯୋଦ୍ଧା ଅମିତ୍‍ ପଙ୍ଗାଲ ୪୯କିଲୋଗ୍ରାମ୍‍ ବର୍ଗରେ ଅଲମ୍ପିକ୍‍ ଚମ୍ପିୟାନ ହାସାନବଏ ଦୁସ୍‍ମାଟଭ୍‍ଙ୍କୁ ପରାସ୍ତ କରି ଭାରତ ପାଇଁ ବକ୍ସିଂରେ ଏକମାତ୍ର ସ୍ୱର୍ଣ୍ଣପଦକ ହାସଲ କରିଥିଲେ।। ଭାରତୀୟ ବ୍ରିଜ୍‍ ଟିମ୍‍ ସ୍ୱର୍ଣ୍ଣପଦକ ଜିତିଥିଲାବେଳେ ମହିଳା ସ୍କ୍ୱାସ୍‍ ଟିମ୍‍ ଫାଇନାଲ୍‍ରେ ହଙ୍ଗ୍‍କଙ୍ଗ୍‍ଠାରୁ ହାରିଯାଇ ରୌପ୍ୟପଦକ ପାଇଛି। ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ହରାଇ ପୁରୁଷ ହକିରେ ଭାରତୀୟ ଦଳ ବ୍ରୋଞ୍ଜ୍‍ ପଦକ ହାସଲ କରିଛି।
ଅନ୍ୟପକ୍ଷରେ ଭାରତର ଆଥ୍‍ଲେଟିକ୍‍ଓ ଚଳିତ ଥର ସବୁଠାରୁ ଅଧିକ ପଦକ ପାଇଛି। ୬୯ଟି ପଦକ ମଧ୍ୟରେ କେବଳ ଆଥ୍‍ଲେଟିକ୍‍ସରେ ଭାରତ ୧୯ଟି ପଦକ ପାଇଛି। ତନ୍ମଧ୍ୟରେ ୭ଟି ସ୍ୱର୍ଣ୍ଣ ୧୦ଟି ରୌପ୍ୟ ଓ ୨ଟି ବ୍ରୋଞ୍ଜ୍‍ ପଦକ ରହିଛି। ବନ୍ଧୁକ ଚାଳନାରେ ଭାରତ ଦୁଇଟି ସ୍ୱର୍ଣ୍ଣ, ୪ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ୍‍ ପଦକ ରହିଛି। ଟେନିସ୍‍, ବ୍ୟାଡ୍‍ମିଣ୍ଟନ, କୁସ୍ତି ଓ ଟେବୁଲ୍‍ ଟେନିସ୍‍ରେ ଭାରତ ଆଶାଜନକ ପଦକ ଜିତିଥିଲାବେଳେ ରୋଇଂ, ନୌଚାଳନା, ଉଷୁ, କୁରାସ୍‍, ସେପକ୍‍ଟାକ୍ରୋ ବିଭାଗରେ ମଧ୍ୟ ଭାରତ ବିଜୟ ହାସଲ କରିଛି। ୧୫ଟି ସ୍ୱର୍ଣ୍ଣ, ୨୪ଟି ରୌପ୍ୟ ଓ ୩୦ଟି ବ୍ରୋଞ୍ଜ୍‍ ପଦକ ହାସଲ କରି କ୍ରମାଗତ ତୃତୀୟ ଥରପାଇଁ ଭାରତ ପ୍ରଥମ ୧୦ଟି ଦେଶ ମଧ୍ୟରେ ସ୍ଥାନ ବଜାୟ ରଖିଛି। ଭାରତ ଏଥର ପଦକ ତାଲିକାରେ ଭାରତର ଅଷ୍ଟମ ସ୍ଥାନରେ ରହିଛି।

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories