ଭୁବନେଶ୍ବର: ଭାରତୀୟ ପେଟ୍ରୋଲିୟମ ନିଗମ ଲିଃ ଦ୍ବାରା ପ୍ରଦତ୍ତ ଭାରତ ସରକାରଙ୍କ ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସୁପାରିଶ ଏବଂ ପୃଷ୍ଠପୋଷକତାରେ ସିଟି ସ୍କାନ ଓ ଏମ୍ଆର୍ଆଇ ଯନ୍ତ୍ରର ଲୋକାର୍ପଣ ଓ ଉଦ୍ଘାଟନ ଉତ୍ସବ ଗୋପବନ୍ଧୁ ଆୟୁର୍ବିଜ୍ଞାନ ଓ ଗବେଷଣା କେନ୍ଦ୍ର(ଜିମ୍ସାର)ରେ ଅନୁଷ୍ଠିତ ହୋଇଯାଇଛି।

କାର୍ଯ୍ୟକ୍ରମରେ ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ କଟକ ସାଂସଦ ଭତୃହରି ମହତାବ, ବିପିସିଏଲ୍ ମୁଖ୍ୟ ସାଧାରଣ ପରିଚାଳକ ବରିନ୍ଦର ଚଢ଼ା, ଲୋକସେବକ ମଣ୍ଡଳ ସଭାପତି ରାଜକୁମାର, ଜିମସାର ଅଧ୍ୟକ୍ଷ ନିରଞ୍ଜନ ରଥ, ଲୋକସେବକ ମଣ୍ଡଳ ସମ୍ପାଦକ ଡ.ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ ପ୍ରମୁଖ ଉଦ୍ବୋଧନ ଦେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଜିମସାର ମୁଖ୍ୟ ଚିକିତ୍ସାଧିକାରୀ ଡା.ପି.ସି.ଦାଶ, ଲୋକସେବକ ମଣ୍ଡଳ ଆଜୀବନ ସଦଦ୍ୟ ଭୀମସେନ ଯାଦବ, ବିପିସିଏଲ ପୂର୍ବାଞ୍ଚଳ ମୁଖ୍ୟ ଦେବାଶିଷ ନାୟକ, ଭବାନୀ ପ୍ରସାଦ ମିଶ୍ର ବକ୍ତବ୍ୟ ରଖିଥିଲେ।






