www.samajalive.in
Tuesday, December 9, 2025
16.1 C
Bhubaneswar

କୁଆଖାଇ ନଦୀରେ ବୁଡି ନାବାଳକ ମୃତ

କଟକ: ରବିବାର ଜନ୍ମାଷ୍ଟମୀ ସକାଳେ କୁଆଖାଇ ନଦୀରେ ଏକ ଦୁଃଖଦ ଘଟଣା ଘଟିଛି । ନଦୀରେ ବୁଡି ଜଣେ ନାବାଳକଙ୍କ ଜୀବନ ଚାଲିଯାଇଛି । ନାବାଳକଟି ବାରଙ୍ଗ ଥାନା ଅନ୍ତର୍ଗତ ବେଲଗଛିଆ ଗ୍ରାମର ବୋଲି ଜଣାପଡିଛି । ଆଜି ସକାଳେ ନଦୀରେ ଗାଧୋଇବା ବେଳେ ଅସାବଧାନତା ବଶତଃ ନଦୀ ସୁଅରେ ସେ ଭାସି ଯାଇଥିଲେ । ସେଠାରେ ଗାଧାଉଥିବା ଅନ୍ୟ ଲୋକମାନେ ତାଙ୍କୁ ବଞ୍ଚାଇବାକୁ ଉଦ୍ୟମ କରିଥିଲେ ହେଁ ସଫଳ ହୋଇନଥିଲେ । ପରେ ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀ ଏବଂ ଓଡ୍ରାଫ ଦଳ ପହଞ୍ଚି ନାବାଳକଙ୍କ ମୃତଦେହ ନଦୀ ମଧ୍ୟରୁ ଉଦ୍ଧାର କରିଥିଲେ । ଉଦ୍ଧାର ପରେ ମୃତଦେହକୁ ଏସସିବି ମେଡିକାଲକୁ ପଠାଯାଇଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories