www.samajalive.in
Monday, December 8, 2025
27.1 C
Bhubaneswar

ଆଫଗାନିସ୍ତାନକୁ ପାଣ୍ଠି ଯୋଗାଣ ବନ୍ଦ କଲା ଆନ୍ତର୍ଜାତିକ ଆଇଏମଏଫ

କାବୁଲ: ଅସ୍ତ୍ର ବଳରେ ତାଲିବାନ ଆତଙ୍କି ଗୋଷ୍ଠୀ କ୍ଷମତା ଦଖଲ କରିବା ପରେ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମଏଫ) ଆଫଗାନିସ୍ତାନକୁ ପାଣ୍ଠି ଯୋଗାଣ ବନ୍ଦ କରିଦେଇଛି। ଏଥିସହିତ ଆଇଏମଏଫରେ ଗଚ୍ଛିତ ଥିବା ଦେଶର ମୁଦ୍ରା ତାଲିବାନ ଦ୍ୱାରା ବ୍ୟବହାର ପାଇଁ ବନ୍ଦ କରିଦିଆଯାଇଛି। ଏହାଫଳରେ ଆଇଏମଏଫରେ ରହିଥିବା ବୈଦେଶିକ ବିନିମୟ ମୁଦ୍ରା ଓ ସୁନାକୁ ତାଲିବାନ ବ୍ୟବହାର କରିବା ସୁଯୋଗ ପାଇବ ନାହିଁ। ୱାଶିଂଟନସ୍ଥିତ ଆଇଏମଏଫର ମୁଖପାତ୍ର ବୁଧବାର ଏହା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଆଫଗାନକୁ ଏବେ ଆନ୍ତର୍ଜାତିକ ସମୁଦାୟଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଲାଗିରହିଥିବାରୁ ଏହା ଆଇଏମଏଫର ସୁଯୋଗ ନେଇପାରିବ ନାହିଁ। ଦା ଆଫଗାନ ବ୍ୟାଙ୍କର ଗଭର୍ଣ୍ଣର ଅଜମଲ ଅହମଦି କହିଛନ୍ତି ଯେ ଏହି କେନ୍ଦ୍ରୀୟ ବ୍ୟାଙ୍କରେ ପ୍ରାୟ ୯ ବିଲିଅନ ଡଲାର ଗଚ୍ଛିତ ରହିଛି, କିନ୍ତୁ ସେଥିମଧ୍ୟରୁ ଅଧିକାଂଶ ବିଦେଶରେ ରହିଛି, ଯାହା ତାଲିବାନ ପହଞ୍ଚ ବାହାରେ। ଆନ୍ତର୍ଜାତିକ ବ୍ୟବସ୍ଥା ଅନୁଯାୟୀ ବିଦେଶରେ ଥିବା ସଂପତ୍ତି ନିରାପଦ ରହିଛି ଏବଂ ସେଥିମଧ୍ୟରେ ନଗଦ ଅର୍ଥ ସହିତ ସୁନା ଆଦି ରହିଛି। ଇତିମଧ୍ୟରେ ଅଜମଲ ତାଲିବାନ ଭୟରେ ରବିବାର ଦେଶ ଛାଡି ପଳାଇ ଯାଇଛନ୍ତି। ଆମେରିକା ଫେଡେରାଲ ରିଜର୍ଭରେ ଆଫଗାନିସ୍ତାନର ପ୍ରାୟ ୭ ବିଲିଅନ ଡଲାର ଗଚ୍ଛିତ ରହିଛି, ସେଥିମଧ୍ୟରେ ୧.୨ ବିଲିଅନ ଡଲାର ମୂଲ୍ୟର ସୁନା ଥିବା ଜଣାଯାଇଛି। ଏହାର ସୁଯୋଗ ମଧ୍ୟ ତାଲିବାନ ନେଇପାରିବେ ନାହିଁ ବୋଲି ଆମେରିକା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି।

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories