www.samajalive.in
Sunday, December 7, 2025
13.1 C
Bhubaneswar

ସମବାୟ ସମିତି ଋଣ ଜାଲିଆତି ଦୋଷୀଙ୍କୁ ଘଣ୍ଟ ଘୋଡାଉଛନ୍ତି ମନ୍ତ୍ରୀ, ୨୪ରେ ଆନ୍ଦୋଳନ ଧମକ

ଆଠଗଡ: ଆଠଗଡ ବ୍ଲକରେ ଥିବା ୨୬ଟି ପ୍ରାଥମିକ କୃଷି ସମବାୟ ସମିତିରେ ବ୍ୟାପକ କୃଷି ଋଣ ଜାଲିଆତି ଓ ଅନିୟମିତତା ହୋଇଥିବା ଯୁବ ସଂଗଠକ ଅଭୟ କୁମାର ବାରିକ ଅଭିଯୋଗ କରିଆସୁଛନ୍ତି। ଏ ସଂପର୍କରେ ଶ୍ରୀ ବାରିକ ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ଋଣ ଜାଲିଆତିରେ ସଂପୃକ୍ତ ଦୋଷୀଙ୍କୁ ସ୍ଥାନୀୟ ବିଧାୟକ ତଥା ସମବାୟ ମନ୍ତ୍ରୀ ଘଣ୍ଟ ଘୋଡାଉଛନ୍ତି ବୋଲି ଅଭିଯୋଗ କରିଥିଲେ। ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଦେଶର ପ୍ରଧାନମନ୍ତ୍ରୀ ସମବାୟ ସଂସ୍ଥା ମାଧ୍ୟମରେ କୃଷକର ଆର୍ôଥକ ମାନଦଣ୍ଡକୁ ମଜବୁତ୍‍ କରିବା ପାଇଁ ପ୍ରୟାସ ଚଳାଇଥିବାବେଳେ ଖୋଦ୍‍ ରାଜ୍ୟର ସମବାୟ ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ସମବାୟ ସମିତି ଗୁଡିକରେ ବ୍ୟାପକ କୃଷିଋଣ ଜାଲିଆତି କରାଯିବା ସହ ଚାଷୀମାନଙ୍କ ମୁଣ୍ଡଉପରେ ଅଯଥା ଋଣ ବୋଝ ଲଦି ଦିଆଯାଇଥିବା ଶ୍ରୀ ବାରିକ କହିଥିଲେ। ଗୁରୁଡିଝାଟିଆ ସମବାୟ ସମିତିରେ ବ୍ୟାପକ ଜାଲିଆତି ହୋଇଥିବା ତଦନ୍ତରୁ ଜଣାପଡିବା ପରେ ଅଜୟ କୁମାର ପରିଡା ନାମକ ଜଣେ ସମବାୟ ବ୍ୟାଙ୍କ କର୍ମଚାରୀଙ୍କୁ ପ୍ରଥମେ ନିଲମ୍ବିତ କରି ପରେ ପୁରସ୍କାର ସ୍ୱରୂପ ତାଙ୍କୁ କଟକସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ପୁନଃ ଅବସ୍ଥାପିତ କରାଯିବା କେତେଦୂର ଯଥାର୍ଥ ବୋଲି ଶ୍ରୀ ବାରିକ ପ୍ରଶ୍ନ କରିଥିଲେ।

କୃଷକଙ୍କ ଋଣ ସଂପର୍କୀତ ସମସ୍ତ ତଥ୍ୟ ପ୍ରତି ସମବାୟ ସମିତି ଏବଂ ଆଠଗଡ ସମବାୟ ବ୍ୟାଙ୍କ ଶାଖା କାର୍ଯ୍ୟାଳୟର ସୂଚନା ଫଳକରେ ପ୍ରଦର୍ଶିତ କରିବା ପାଇଁ ଯୁବ ସଂଗଠନ ପ୍ରାୟ ୧ବର୍ଷରୁ ଉର୍ଦ୍ଧ ସମୟ ଧରି ଦାବି କରିଆସୁଛି। ଏପରିକି ସମବାୟ ବିଭାଗର ସମସ୍ତ ଉଚ୍ଚପଦସ୍ଥ ଅଧିକାରୀ ଏହି ତଥ୍ୟ ସୂଚନା ଫଳକରେ ପ୍ରଦର୍ଶିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ କାହା ଇଙ୍ଗିତରେ ଆଠଗଡ ସମବାୟ ବ୍ୟାଙ୍କ କର୍ତ୍ତୃପକ୍ଷ ଉଚ୍ଚପଦସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶକୁ ଅମାନ୍ୟ କରୁଛନ୍ତି ତାହା ତଦନ୍ତ ସାପେକ୍ଷ। କେବଳ ଗୁରୁଡିଝାଟିଆ ନୁହେଁ ବରଂ ଆଠଗଡର ୨୬ଟି ଯାକ କୃଷି ସମବାୟ ସମିତିରେ ଏହି ଭଳି କୃଷିଋଣ ବ୍ୟାପକ ଭାବେ ଜାଲିଆତି କରାଯାଇଛି। ୨୬ଟି ସମବାୟ ସମିତିରେ ମଞ୍ଜୁର ହୋଇଥିବା କୃଷିଋଣ ମଧ୍ୟରୁ ୫୦ପ୍ରତିଶତ ହେର୍‍ଫେର୍‍ କରାଯାଇଛି। ଏପରିକି ଗୋଟିଏ ଦିନରେ ଆଠଗଡ ସମବାୟ ବ୍ୟାଙ୍କ ଶାଖାରେ ୧.୪୦କୋଟି ଟଙ୍କାର ବେନାମୀ ଋଣ ମଞ୍ଜୁର କରି ସେହି ଅର୍ଥ ଆତ୍ମସାତ କରାଯାଇଥିବା ଅଭୟ ଅଭିଯୋଗ କରିଛନ୍ତି।

- Advertisement -

ସମବାୟ ବ୍ୟାଙ୍କ କଟକ ଶାଖା ଅଧିନ ଦଧିବାମନପୁର ପ୍ରାଥମିକ ସମବାୟ ସମିତିରେ ହୋଇଥିବା ଆର୍ôଥକ ଅନିୟମିତତା ସଂପର୍କରେ ଓଡିଶା ରାଜ୍ୟ ସମବାୟ ଆଇନର ଧାରା ୬୫ ଅନୁଯାୟୀ ତଦନ୍ତ କରିବା ପାଇଁ ସମବାୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବାବେଳେ ଆଠଗଡରେ ହୋଇଥିବା କୃଷି ଦୁର୍ନୀତିରେ ସେହି ଧାରା ଅନୁଯାୟୀ ତଦନ୍ତ କରିବା ପାଇଁ ଗତ ଜୁନ ୨୮ତାରିଖରୁ ଅଭୟଙ୍କ ଯୁବ ସଂଗଠନ ପକ୍ଷରୁ ଦାବି କରାଯାଇଥିଲେ ମଧ୍ୟ ଅଦ୍ୟାବଧି ସେ ନେଇ କାହିଁକି କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ ବୋଲି ସେ ପ୍ରଶ୍ନ କରିଥିଲେ। ଆସନ୍ତା ୨୩ତାରିଖ ସୁଦ୍ଧା ଚାଷୀମାନଙ୍କ ଋଣ ସଂପର୍କୀତ ସମସ୍ତ ତଥ୍ୟ ସମବାୟ ସମିତିଗୁଡିକ ଏବଂ ଆଠଗଡ ସମବାୟ ବ୍ୟାଙ୍କ ଶାଖାର ସୂଚନା ଫଳକରେ ପ୍ରଦର୍ଶିତ କରାନଗଲେ ୨୪ତାରିଖ ଆଠଗଡ ସହରର ଚାନ୍ଦବାଲି ଛକଠାରେ ରାଜରାସ୍ତାରେ ଚକାବନ୍ଦ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ବାରିକ ଚେତାବନୀ ଦେଇଥିଲେ। ଏ ସଂପର୍କରେ ଏକ ଦାବିପତ୍ର ଆଠଗଡ ସମବାୟ ବ୍ୟାଙ୍କ ଶାଖା ପରିଚାଳକଙ୍କୁ ଦେବା ସହ ଏହାର ନକଲ ଆଠଗଡ ଥାନା, ଉପଜିଲ୍ଲାପାଳ, ଏଆରସିଏସ, ଡିଆରସିଏସ, କଟକ ସିସିସିବି ମୁଖ୍ୟ କାର୍ଯ୍ୟାଳୟର ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ପଠାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ବହୁ ମିଥ୍ୟ କୃୃଷିଋଣ ଜାଲରେ ଛନ୍ଦି ହୋଇଥିବା କୃଷକ ଏବଂ ଯୁବ ସଂଗଠନର କର୍ମକର୍ତ୍ତା ଉପସ୍ଥିତ ଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories