www.samajalive.in
Monday, December 8, 2025
27.1 C
Bhubaneswar

ସିବିଆଇକୁ ସ୍ୱାୟତ୍ତତା ପ୍ରଦାନ କର: କେନ୍ଦ୍ରକୁ ମାଡ୍ରାସ ହାଇକୋର୍ଟଙ୍କ ନିର୍ଦ୍ଦେଶ

ମଦୁରାଇ: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆି)କୁ ଅଧିକ ସ୍ୱାୟତ୍ତତା ପ୍ରଦାନ କରିବାକୁ ମାଡ୍ରାସ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ହାଇକୋର୍ଟ କହିଛନ୍ତି ଯେ ସିବିଆଇ ସଂପ୍ରତି ଏକ ପିଞ୍ଜରାବଦ୍ଧ ଶୁଆ ହୋଇଗଲାଣି। ତାକୁ ସେଥିରୁ ମୁକ୍ତ କରାଅ। ମାଡ୍ରାସ ହାଇକୋର୍ଟର ଜଷ୍ଟିସ ଏନ ବିରୁବାକରନ ଏବଂ ଜଷ୍ଟିସ ବି ପୁଗାଲେନ୍ଧିଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ତାଙ୍କ ରାୟରେ କହିଛନ୍ତି ଯେ ସଂପ୍ରତି କୌଣସି ସମ୍ବେଦଶୀଳ, ନାରକୀୟ ଅପରାଧ ଭଳି ମାମଲା କ୍ଷେତ୍ରରେ ସ୍ଥାନୀୟ ପୁଲିସ ସଠିକ ତଦନ୍ତ୍ର କରୁନାହାନ୍ତି ଏବଂ ସେଥିପାଇଁ ଉକ୍ତ ମାମଲାଗୁଡିକ ସିବିଆଇକୁ ହସ୍ତାନ୍ତର କରାଯିବା ଆବଶ୍ୟକ ବୋଲି ସାଧାରଣ ଜନତାଙ୍କ ମନେ କରୁଛନ୍ତି। ତେଣୁ ସିବିଆଇକୁ ବୈଧାନିକ ମାନ୍ୟତା ପ୍ରଦାନ ସହିତ ଅଧିକ କ୍ଷମତା ଦେବାକୁ ଏକ ଆଇନ ଆଣିବା ଏବଂ ତାହାର ତଦନ୍ତ ପରିସର ପରିବ୍ୟାପ୍ତ କରିବାକୁ ମାନ୍ୟବର ଖଣ୍ଡପୀଠ ଆଦେଶ ଦେଇଛନ୍ତି। ଏହାଦ୍ୱାରା ନିର୍ବାଚନ ଆୟୋଗ (ଇସି) ଏବଂ ଭାରତର ମହା ହିସାବ ସମୀକ୍ଷକ (ସିଏଜି) ଭଳି ସିବିଆଇ ଅଧିକ ସ୍ୱାଧୀନ ହୋଇପାରିବ।

ମାନ୍ୟବର ଖଣ୍ଡପୀଠ କହିଥିଲେ, ଯେତେବେଳେ ସିବିଆଇ ତଦନ୍ତ ପାଇଁ ଦାବି ଉଠୁଛି, ସେତେବେଳେ ସମ୍ବଳ ଓ ଲୋକବଳ ନଥିବା କହି ସିବିଆଇ ପଛଘୁଞ୍ଚା ଦେଉଛି। ଏହା ଅତ୍ୟନ୍ତ ଦୁଃଖର ବିଷୟ। ସିବିଆଇ ପକ୍ଷରୁ ଅଦାଲତଗୁଡିକରେ ଏହା ଏକ ଚିରାଚରିତ ପକ୍ଷ ରଖିବା ହୋଇଯାଇଛି। ଏହି ଅବସରରେ ହାଇକୋର୍ଟ ସିବିଆଇ ପାଇଁ ଏକ ପୃଥକ ବଜେଟ ବ୍ୟବସ୍ଥା ରଖିବାକୁ ସୁପାରିଶ କରିଛନ୍ତି। ମାନ୍ୟବର ଉଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ସିବିଆଇ ପାଇଁ ଡେପୁଟେସନ ଉପରେ ନିର୍ଭର ନକରି ଏହାର ନିଜସ୍ୱ କ୍ୟାଡର ଅଧିକାରୀ ରଖାଯିବା ଆବଶ୍ୟକ। ଏହା ପୂର୍ବରୁ ୨୦୧୩ରେ ସୁପ୍ରିମକୋର୍ଟ ପ୍ରଥମେ କହିଥିଲେ ଯେ ସିବିଆଇ ଏକ ପିଞ୍ଜରାବଦ୍ଧ ଶୁଆ ହୋଇଯାଇଛି ଏବଂ ନିଜ ମାଲିକଙ୍କ ସ୍ୱରରେ କଥା କହୁଛି। କୋଇଲା ବ୍ଲକ ଆବଣ୍ଟନ ମାମଲାରେ ସିବିଆଇକୁ ତତ୍କାଳୀନ ୟୁପିଏ ସରକାର ଯେଉଁଭଳି ଭାବରେ ପରିଚାଳନା କରିଥିଲେ, ସେଥିପାଇଁ ସୁପ୍ରିମକୋର୍ଟ ସରକାରୀ କଳକୁ ଭର୍ତ୍ସନା କରିଥିଲେ।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories