www.samajalive.in
Monday, December 8, 2025
27.1 C
Bhubaneswar

କଣ୍ଟାମାଳ ଏବଂ ଆମେରେ ଆଜାଦି କା ଅମୃତ ମହୋତ୍ସବ 

କଣ୍ଟାମାଳ : ଅଗ୍ରଣୀ ଯୁବ ଅନୁଷ୍ଠାନ ଏବଂ ଆମେ ସାଂସ୍କୃତିକ ପରିଷଦ ତରଫରୁ ଗତକାଲି ଆଜାଦି କା ଅମୃତ ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଦେଶାତ୍ମକବୋଧକ ପ୍ରବନ୍ଧ ଲିଖନ ଓ ଚିତ୍ରାଙ୍କନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୋଟ ୩୨ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ସ୍ୱାଧୀନତା ଦିବସ ଅବଅସରରେ ସ୍ୱଳ୍ପ ସଂଖ୍ୟକ ଅଂଶ ଗ୍ରହଣକାରୀ ମାନଙ୍କୁ ନେଇ ଏକ ସଭା ସାମ୍ବାଦିକ ଭବନରେ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ସମାଜସେବୀ ଦିବ୍ୟଶଙ୍କର ରାଉତ, ଏବଂ ଆମେର ସଭାପତି ପୂର୍ଣ୍ଣଚନ୍ଦ୍ର ଖଟୁଆ, କବ୍ଚାର ସଂପାଦକ ପୂର୍ଣ୍ଣଚନ୍ଦ୍ର ସାହୁ, ରଞ୍ଜନକୁମାର ପାତ୍ର ପ୍ରମୁଖ ଉପସ୍ଥିତ ହୋଇ ଭାରତ ଭଳି ରାଷ୍ଟ୍ରରେ ଆମେ ଜନ୍ମ ନେଇ ଗର୍ବିତ । କଷ୍ଟ ସାଧ୍ୟ ସ୍ୱାଧୀନତା ଆମ ଭାରତୀୟଙ୍କ ଅହିଂସା ମାର୍ଗର ଏକ ଭିନ୍ନ ପରିଚୟ ବୋଲି ମାର୍ଗ ଦର୍ଶନ କରାଇବା ସହ ଆଜାଦି କା ଅମୃତ ମହୋତ୍ସବ ସେହି ଯୋଗଜନ୍ମା ସ୍ୱାଧୀନତା ସଂଗ୍ରମୀ ମାନଙ୍କୁ ସମର୍ପୀତ କରି ଏଭଳି ମହୋତ୍ସବ ସମଗ୍ର ଭାରତୀୟଙ୍କୁ ଆଜି ଗର୍ବୀତ କରିଛି ବୋଲି କହିଥିଲେ । ବିଭିନ୍ନ ପ୍ରତିଯୋଗୀତାର କୃତି ପ୍ରତିଯୋଗୀ ପ୍ରବନ୍ଧ ଲିଖନରେ ରାଜୁ ରଣା, କ୍ରିଷ୍ଣା କହଁର, ମନୋରଞ୍ଜନ ସାହୁ ଚିତ୍ରାଙ୍କନରେ ପ୍ରଜ୍ଞାରାଣୀ ସାହୁ, ପ୍ରତ୍ୟାଶା ମିଶ୍ର, ଶ୍ରୀୟା ପ୍ରିୟଦର୍ଶନୀ ପାତ୍ରଙ୍କୁ ପରିଷଦ ପକ୍ଷରୁ ଟ୍ରଫି, ପୁରସ୍କାର ସହ ପ୍ରମାଣ ପତ୍ର ପ୍ରଦାନ କରାଯାଇ ଥିଲା । ସମସ୍ତ କାର୍ଯ୍ୟକ୍ରମକୁ ପରିଷଦର ସଂପାଦକ ରାଜକିଶୋର ବାଘ, ସୁଦାମ ମିଶ୍ର, ବାପୁନ ନାଏକ, ମୁନା ପୁଟେଲ, ସାନନ୍ଦ ମହାକୁଡ ପରିଚାଳନାରେ ସହଯୋଗ କରିଥିଲେ ।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories