ଜମ୍ମୁ-କାଶ୍ମୀରର କୁଲଗାମରେ ବିଏସଏଫଙ୍କ ଗାଡି ଉପରେ ଆତଙ୍କବାଦୀ ଆକ୍ରମଣ

ଜମ୍ମୁ : ଜମ୍ମୁ-କାଶ୍ମୀରର କୁଲଗାମର କାଜିଗୁଣ୍ଡ ଅଞ୍ଚଳର ମୀର ବଜାରେ ବିଏସଏଫଙ୍କ ଗାଡି ଉପରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି ବୋଲି ଗୁରୁବାର ଖବର ମିଳିଛି । ଆକ୍ରମଣ ହେବା ସମୟରେ ବିଏସଏଫଙ୍କ ଗାଡି ସେହି ରାସ୍ତା ଦେଇ ଅତିକ୍ରମ କରୁଥିଲା । ବର୍ତ୍ତମାନ ଉକ୍ତ ଅଞ୍ଚଳକୁ ଘେରାଉ କରାଯାଇଥିବା ବେଳେ ତଲାସି ଅଭିଯାନ ଜାରି ରହିଛି । ଆତଙ୍କବାଦୀ ମାନେ ସେଠାରେ ଲୁଚି ରହିଛନ୍ତି ବୋଲି ଆଶଙ୍କା କରାଯାଉଛି ।

Comments are closed.