ଅଭାବି ବର୍ଷା ଯୋଗୁଁ ଚାଷ ଜମି ଫାଟି ଆଁ କରିଛି, କ୍ଷତି ହେଉଛି ଶଙ୍କର ଧାନ ଚାଷ

ଝୁମ୍ପୁରା: ଝୁମ୍ପୁରା ବ୍ଲକରେ ଜଳସେଚନର ସେପରି ସୁବିଧା ନ ଥିବାରୁ ଏହି ବ୍ଲକର ଚାଷୀମାନେ ମୌସୁମୀ ବର୍ଷା ଉପରେ ନିର୍ଭର କରି ଖରିଫ ଋତୁରେ ଧାନ ଚାଷ କରିଥାନ୍ତି। କିନ୍ତୁ ଚଳିତ ବର୍ଷା ମୌସୁମୀ ବର୍ଷା ଠିକ୍‍ ଭାବରେ ହେଉ ନ ଥିବାରୁ ଚାଷୀମାନେ ଠିକ୍‍ ଭାବରେ ରୁଆ ବେଉଷଣ କାର୍ଯ୍ୟ କରିପାରିଲେ ନାହିଁ। ଚାଷୀମାନେ ଯେତିକି ବି ଧାନ ଚାଷ କରିଛନ୍ତି ସେହି କ୍ଷେତଗୁଡିକ ବର୍ତ୍ତମାନ ବର୍ଷା ଅଭାବରୁ ଫାଟି ଆଁ କରିଥିବା ଦେଖିବାକୁ ମିଳିଛି। ଝୁମ୍ପୁରା ବ୍ଲକର ୨୨ ଗୋଟି ପଞ୍ଚାୟତର ବିଭିନ୍ନ ଗ୍ରାମରେ ବସବାସ କରୁଥିବା ଲୋକମାନଙ୍କ ସେପରି କୌଣସି ଆଖିଦୃଶିଆ ରୋଜଗାର ନଥିବାରୁ ଖରିଫ ଋତୁର ଧାନ ଚାଷକୁ ବିଶେଷ ଭାବରେ ପ୍ରାଧାନ୍ୟ ଦେଇ ଚାଷ କରିଥାନ୍ତି। ଚଳିତ ବର୍ଷ ଏହି ବ୍ଲକର ଚାଷୀମାନେ ଅଧିକ ଅମଳ କରିବା ଲକ୍ଷ୍ୟ ନେଇ ଖରିଫ ଋତୁରେ ଶଙ୍କର ଜାତୀୟ ଧାନ ଚାଷ କରିଛନ୍ତି। ଚାଷୀମାନେ ଦୁଇଗୁଣା ଅମଳ କରିବା ଲକ୍ଷ୍ୟ ନେଇ ଶଙ୍କର ଜାତୀୟ ଧାନ ଚାଷ କରିଛନ୍ତି ସତ କିନ୍ତୁ ବର୍ଷା ଅଭାବରୁ ଧାନ କ୍ଷେତଗୁଡିକ ସଂପୂର୍ଣ୍ଣ ଭାବରେ ଶୁଖି ଯାଇ ଅଧିକାଂଶ ଜମି ପାଣି ଅଭାବରୁ ଫାଟି ଆଁ କରି ରହିଛି। ଏପଟେ ବର୍ଷା ପାଣି ଅଭାବରୁ ଲାଗିଥିବା ଧାନ ଗଛରୁ ପିଲ ମାରିପାରୁ ନାହିଁ ତା ସହ ଧାନ ଗଛଗୁଡିକ ପାଣି ଅଭାବରୁ ଦିନକୁ ଦିନ ନାଲି ପଡି ଯାଉଛି।

prayash

ଚଳିତ ବର୍ଷ ଧାନ ଲାଗିବା ଦିନ ଠାରୁ ପତ୍ର ପୋଡା ରୋଗ ଧାନ ଗଛରେ ଲାଗିଛି। ଚାଷୀ ମାନେ ପତ୍ର ପୋଡା ରୋଗକୁ ଦମନ କରିବା ପାଇଁ ବିଭିନ୍ନ ପ୍ରକାର କୀଟ ନାଶକ ଔଷଧ ପ୍ରୟୋଗ କରି ଚାଲିଥିଲେ ମଧ୍ୟ ପତ୍ରପୋଡା ରୋଗ ଠିକ୍‍ ଭାବରେ ଦମନ ହେଉନାହିଁ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଚଳିତ ବର୍ଷ ଚାଷୀ ମାନେ ଯେଉଁ ଆଶା ନେଇ ଧାନ ଚାଷ ଆରମ୍ଭ କରିଥିଲେ ସେ ଆଶା ତାଙ୍କର ଦିନକୁ ଦିନ ମଉଳି ଯାଉଛି। ଚାଷୀ ମାନେ ଚଢା ଦରରେ ଶଙ୍କର ଜାତୀୟ ଧାନ ବିହନ ସଂଗ୍ରହ କରି ଚାଷ କାର୍ଯ୍ୟ ଆରମ୍ଭ କଲେ ସତ କିନ୍ତୁ ବର୍ତ୍ତମାନ ମୌସୁମୀ ବର୍ଷା ହଠାତ୍‍ ଉଭାନ ହୋଇଯାଇଥିବାରୁ ଚାଷୀମାନେ ଚାଷ କରିବା ପାଇଁ ଯେତିକି ଖର୍ଚ୍ଚ କରିଛନ୍ତି ତାହାର ଭରଣା କିପରି କରିବେ ବୋଲି ଚିନ୍ତାରେ ପଡିଯାଇଛନ୍ତି। ଏବେବି କିଛି ଚାଷୀ ଧାନ ଚାରାକୁ ପ୍ରସ୍ତୁତ କରି ରଖିଛନ୍ତି ଲଗାଇବା ପାଇଁ କିନ୍ତୁ ବର୍ଷା ହେଉନଥିବା ଚାଷୀଙ୍କ ଧାନ ଚାରାଗୁଡିକ ପାଣି ଅଭାବରୁ ଖରାରରେ ଶୁଖି ସୁତା ହୋଇଗଲାଣୀ। ଆଗାମୀ ଦିନେ ଦୁଇଦିନ ମଧ୍ୟରେ ଭଲ ବର୍ଷା ନହେଲେ ବ୍ଲକର ଚାଷୀମାନେ ଶଙ୍କରଧାନ ଚାଷ କରି ପ୍ରଚୁର ଅମଳ କରିବାର ଯେଉଁ ଆଶା ରଖି ଧାନ ଚାଷ କରିଥିଲେ ସେ ଆଶା ତାଙ୍କର ଆଶାରେ ରହିଯିବ।

kalyan agarbati

Comments are closed.