www.samajalive.in
Thursday, December 11, 2025
23.1 C
Bhubaneswar

ଇଓଏସ-୦୩ ଉପଗ୍ରହ ଅଭିଯାନ ବିଫଳ; ଭୂସ୍ଥିର କକ୍ଷପଥରେ ପହଞ୍ଚିପାରିଲା ନାହିଁ

ଶ୍ରୀହରିକୋଟା: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ପକ୍ଷରୁ ଇଓଏସ-୦୩ କୃତ୍ରିମ ଉପଗ୍ରହ ଅଭିଯାନ ବିଫଳ ହୋଇଛି। ଗୁରୁବାର ପ୍ରତ୍ୟୁଷରେ ଏହାକୁ ଶ୍ରୀହରିକୋଟାସ୍ଥିତ ଭାରତୀୟ ମହାକାଶ କେନ୍ଦ୍ରର ଦ୍ୱିତୀୟ ଲଞ୍ଚ ପ୍ୟାଡରୁ ଭୋର ୫.୪୩ରେ ଉତକ୍ଷେପଣ କରାଯାଇଥିଲା। ତେବେ ଏହାର କ୍ରାୟୋଜେନିକ ପର୍ଯ୍ୟାୟରେ ବୈଷୟିକ ତ୍ରୁଟି ଦେଖାଦେବାରୁ ଏହା ତାହାର ଭୂସ୍ଥିର କକ୍ଷପଥରେ ପହଞ୍ଚିପାରିନଥିଲା। ଫଳରେ ଇସ୍ରୋର ଏହି ଅଭିଯାନ ବସ୍ତୁତଃ ବିଫଳ ହୋଇଛି। ଏଥିସହିତ ଏହି ଉପଗ୍ରହକୁ ନେଇ ଭାରତ ଯେଉଁ ଆଶା ରଖିଥିଲା ତାହା ସଂପୂର୍ଣ୍ଣ ଧୂଳିସାତ ହୋଇଯାଇଛି।

ଇସ୍ରୋ ପକ୍ଷରୁ ଏକ ବିବୃତିରେ କୁହାଯାଇଛି ଯେ ଇଓଏସର କ୍ରାୟୋଜେନିକ ଇଞ୍ଜିନରେ ବୈଷୟିକ ତ୍ରୁଟି ଦେଖାଦେବାରୁ ଉପଗ୍ରହ ତାହାର ଭୂସ୍ଥିର କକ୍ଷପଥ ପର୍ଯ୍ୟନ୍ତ ଯାଇପାରିନଥିଲା। ତେଣୁ ଏହା କକ୍ଷଚ୍ୟୁତ ଅବସ୍ଥାରେ ରହିଯାଇଛି। ଏହି ବିବୃତିରେ କୁହାଯାଇଛି, ଉପଗ୍ରହର ଉତକ୍ଷେପଣ କରାଯିବା ପରେ ଏହାର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ସ୍ୱାଭାବିକ ଭାବରେ କାର୍ଯ୍ୟ କରିଥିଲା। ତେବେ କ୍ରାୟୋଜେନିକ ଉପର ପର୍ଯ୍ୟାୟ କାର୍ଯ୍ୟ ନକରିବାରୁ ଉପଗ୍ରହ ତାହାର ଧାର୍ଯ୍ୟ କକ୍ଷପଥକୁ ଯାଇପାରିନଥିଲା। ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ଫେବ୍ରୁଆରୀରେ ଇସ୍ରୋ ପକ୍ଷରୁ ବ୍ରାଜିଲର ଭୂପୃଷ୍ଠ ନିରୀକ୍ଷଣକାରୀ ଉପଗ୍ରହ ଆମାଜୋନିଆ-୧ ଏବଂ ତାହାସହିତ ୧୮ଟି କ୍ଷୁଦ୍ର ଉପଗ୍ରହକୁ ମହାକାଶକୁ ପଠାଯାଇଥିଲା। ତାହାପରେ ଏହା ଇସ୍ରୋର ଦ୍ୱିତୀୟ ଅଭିଯାନ ଥିଲା।

- Advertisement -

ଏହି ଉପଗ୍ରହ ଅଭିଯାନ ସଫଳ ହୋଇଥିଲେ ତାହା ଭୂପୃଷ୍ଠର ବିସ୍ତୀର୍ଣ୍ଣ ଅଞ୍ଚଳ ସମ୍ପର୍କରେ ନିୟମିତ ବ୍ୟବଧାନରେ ବାସ୍ତବ ସମୟ ଭିତ୍ତିକ ଫଟୋଚିତ୍ର ପଠାଇଥାନ୍ତା। ତାହାକୁ ନେଇ ପ୍ରାକୃତିକ ବିପର୍ଯ୍ୟୟ, ଝଡବାତ୍ୟା ସମ୍ପର୍କରେ ନିରୀକ୍ଷଣ, ବାଦଲ ଫାଟିବା ଏବଂ କୁଆପଥର ବର୍ଷା ଆଦି ସମ୍ପର୍କରେ ସଠିକ ତଥ୍ୟ ସହିତ ଆଗୁଆ ସତର୍କ ସୂଚନା ମିଳିପାରିଥାନ୍ତା। ଏହା ପୂର୍ବରୁ ୨୦୨୦ ନଭେମ୍ବରରେ ଭୂପୃଷ୍ଠ ପର୍ଯ୍ୟବେକ୍ଷଣକାରୀ କୃତ୍ରିମ ଉପଗ୍ରହ ଇଏସଏସ-୦୧କୁ ‘ପିଏସଏଲଭି-ସି୪୯’ ସହାୟତାରେ ସଫଳତାର ସହିତ ମହାକାଶକୁ ପଠାଯାଇଥିଲା। ଏହି ନୂତନ ଉପଗ୍ରହ କୃଷି, ଜଙ୍ଗଲ ଓ ବିପର୍ଯ୍ୟୟ ପରିଚାଳନା ଆଦି କ୍ଷେତ୍ରରେ ବିଶେଷ ସହାୟକ ହୋଇଥାନ୍ତା ବୋଲି ଇସ୍ରୋ ପକ୍ଷରୁ ପୂର୍ବରୁ କୁହାଯାଇଥିଲା।

Hot this week

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

Related Articles

Popular Categories