www.samajalive.in
Tuesday, December 9, 2025
17.1 C
Bhubaneswar

ନିଲମ୍ବନ ପରେ ମଧ୍ୟ ବିଦ୍ୟାଳୟ ମୋହ ତୁଟୁନି; ଛାତ୍ରୀଙ୍କୁ ନେଇ ଷଡଯନ୍ତ୍ର କରୁଥିବା ଅଭିଯୋଗ

ମାଲକାନଗିରି (ଆପ୍ର): ସିନ୍ଧ୍ରିମାଳ ଗ୍ରାମ ପଂଚାୟତର କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଛାତ୍ରୀଙ୍କ ଠାରୁ ଟଙ୍କା ଆଦାୟ କରିବା ଅଭିଯୋଗରେ ନିଲମ୍ବନ ହେବା ପରେ ଏବେ ନିଜେ ଛାତ୍ରୀମାନଙ୍କୁ ନେଇ ଷଡଯନ୍ତ୍ର କରୁଥିବା ଅଭିଯୋଗ ହୋଇଛିା ବିଦ୍ୟାଳୟର କୁନି କୁନି ଛାତ୍ରୀଙ୍କୁ ନେଇ ବିଦ୍ୟାଳୟ ଫାଟକ ସମ୍ମୁଖରେ ଧାରଣା ଦିଆଯିବା ସହ ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିମା ନାୟକଙ୍କ ନିଲମ୍ବନ ପତ୍ର ରଦ୍ଦ କରିବା ନିମନ୍ତେ ଛାତ୍ରୀମାନେ ଦାବି କରିଥିବା ଅ୍‌ଭିଯୋଗ କରିଛନ୍ତି ଗ୍ରାମବାସୀା । ଏହ ଗ୍ରାମର ନାଏବ ସରପଂଚ ବୁଦା ମାଡକାମି ଓ କିଛି ଗ୍ରାମବାସୀଙ୍କ କହିବା ଅନୁସାରେ ଏହି ଶିକ୍ଷୟିତ୍ରୀ ନିଲମ୍ବନ ଖବର ଜାଣି ବୁଧବାର ସକାଳେ ଆସି ଛାତ୍ରୀମାନଙ୍କୁ ଏକତ୍ରିତ କରି ସେମାନଙ୍କୁ ମତାଇ ବିଦ୍ୟାଳୟ ଫାଟକ ସମ୍ମୁଖରେ ଧାରଣାରେ ବସାଇଥିଲେ। ଏଠାରେ ସୂଚନାଯୋଗ୍ୟ ଯେ, ଗତ କିଛି ବର୍ଷ ତଳେ ମଧ୍ୟ ଏହି ବିଦ୍ୟାଳୟରେ ଶିକ୍ଷୟିତ୍ରୀ ପ୍ରତିମା ନାୟକ ଅନ୍ୟ ଏକ ଦୁର୍ନୀତିରେ ନିଲମ୍ବିତ ହୋଇଥିଲୋ ସେହି ସମୟରେ ମଧ୍ୟ ଏହିଭଳି ଭାବେ ଛାତ୍ରୀମାନଙ୍କୁ ନେଇ ଷଡଯନ୍ତ୍ର କରି ବିଦ୍ୟାଳୟ ଫାଟକ ସମ୍ମୁକରେ ଧାରଣା କରାଇଥିଲୋ ଏହାକୁ ଆଧାର କରି ଶିକ୍ଷା ବିଭାଗ ତରଫରୁ ତତ୍କାଳୀନ ନିଲମ୍ବନ ପତ୍ରକୁ ରଦ୍ଦ କରାଯାଇଥିଲ।। ସେ ପୁନର୍ବାର ଛ୍‌ତ୍ରୀଙ୍କ ଠାରୁ ଟଙ୍କା ଆଦାୟ କରିବା ଘଟଣାରେ ନିଲମ୍ବିତ ହୋଇ ସମ ପ୍ରୟାସ ଜାରି ରଖିଥିବା ଅଭିଯୋଗ ହୋଇଛିା କେବଳ ଏହି ବିଦ୍ୟାଳୟରେ ନୁହେଁ ମାଲକାନଗିରି ଜିଲାରେ ଏଭଳି ଅନେକ ବିଦ୍ୟାଳୟରେ ଶିକ୍ଷକ ବଦଳିକୁ ନେଇ ଛାତ୍ରଛାତ୍ରୀଙ୍କ ସହାୟତାରେ ଶିକ୍ଷକମାନେ ଷଡଯନ୍ତ୍ର କରିଥିବା ନଜିର ରହିଛିା ଜିଲା ଶିକ୍ଷା ବିଭାଗ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବା ଆବଶ୍ୟକ ବୋଲି ସାଧାରଣରେ ଦାବି ହେଉଛିା ତେବେ ଏ ସମ୍ପର୍କରେ ବ୍ଲକ ଶିକ୍ଷାଧିକାରୀ କିଶୋର ଚନ୍ଦ୍ର ବେହେରାଙ୍କୁ ପଚାରିବାରୁ ସମ୍ପୃକ୍ତ ଶିକ୍ଷୟିତ୍ରୀ ନିଲମ୍ବନ ହେବାପରେ ଏଭଳି କିଛି କାର୍ୟ୍ୟ କରିପାରନ୍ତିା ସେ ବିଦ୍ୟାଳୟରେ ପହଂଚି ଏହାର ତଦନ୍ତ କରିବା ସହ କୌଣସି ପ୍ରକାରେ ଶିକ୍ଷୟିତ୍ରୀ ପ୍ରତିମା ନାୟକଙ୍କ ନିଲମ୍ବନ ପତ୍ର ରଦ୍ଦ କରାଯିବ ନାହିଁ ବୋଲି ପ୍ରକାଶ କରିଛନ୍ତିା

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories