www.samajalive.in
Sunday, December 7, 2025
15.1 C
Bhubaneswar

ପୂଜ୍ୟପୂଜାଙ୍କ ପ୍ରତିମୂର୍ତ୍ତି ପୁନରୁଦ୍ଧାର ପାଇଁ ଦାବି

ବ୍ରହ୍ମପୁର: ବ୍ରହ୍ମପୁର ସହରର ବିିଭିନ୍ନ ସ୍ଥାନରେ ଥିବା ପୂଜ୍ୟପୂଜାମାନଙ୍କ ପ୍ରତିମୂର୍ତ୍ତି ଅବହେଳିତ ଅବସ୍ଥାରେ ପଡ଼ି ରହିଛି। ସେଗୁଡ଼ିକର ପୁନରୁଦ୍ଧାର ପାଇଁ ଦାବି କରିଛି ବ୍ରହ୍ମପୁର ନଗର କଂଗ୍ରେସ। ବୁଧବାର ସଭାପତି ସୂଜୟ କୁମାର ଆଚାର୍ୟ୍ୟଙ୍କ ନେତୃତ୍ବରେ ଏନେଇ ବ୍ରହ୍ମପୁର ମହାନଗର ନିଗମ ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଦଳ ତରଫରୁ କୁହାଯାଇଛି ଯେ, ଅନେକ ସ୍ଥାନରେ ମୂର୍ତ୍ତିଗୁଡ଼ିକ ନଷ୍ଟ ହୋଇଗଲାଣି। କାରଣ ରକ୍ଷଣାବେକ୍ଷଣ ହେଉନାହିଁ। ପକ୍ଷୀଙ୍କ ମଳ ପଡ଼ିବା ସହିତ ରଙ୍ଗ ଉଡ଼ିଗଲାଣି। ଏହା ସେମାନଙ୍କ ପାଇଁ ଅପମାନ। ତୁରନ୍ତ ମହାନଗର ନିଗମ ତରଫରୁ ମୂର୍ତ୍ତିଗୁଡ଼ିକର ସଫେଇ କରାଯାଉ। ସେହିଭଳି ଫାଷ୍ଟଗେଟଠାରେ ପୂର୍ବରୁ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ପୁନଃ ସ୍ଥାପନ କରିବାକୁ ଦଳ ଦାବି ରଖିଛି। ୪୫ଟି କାର୍ୟ୍ୟ ଦିବସ ଭିତରେ ଯଦି ଦାବି ପୂରଣ ନ ହୁଏ, ତେବେ ଦଳ ରାଜ ରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି। ନିଗମର ଆୟୁକ୍ତଙ୍କ ଅନୁପସ୍ଥିତିରେ ଉପଆୟୁକ୍ତ ଆଶୁତୋଷ ସାମଲଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories