www.samajalive.in
Monday, December 8, 2025
20.1 C
Bhubaneswar

ଦୁଇ କାର୍ ମୁହାଁମୁହିଁ ଧକ୍କା

ଦଶପଲ୍ଲା : ଖୋର୍ଦ୍ଧା-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ଦଶପଲ୍ଲା ଠାରୁ ୬କିମି ଦୂର ରଙ୍ଗମାଟିଆ ଗାଁ ନିକଟରେ ସୋମବାର ପ୍ରତ୍ୟୁଷରେ ୨ଟି କାର୍ ମୁହହାଁମୁହିଁ ଧକ୍କା ହୋଇ ୬ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତଙ୍କ ମଧ୍ୟରେ ବୌଦ୍ଧ ଜିଲା ଅତିରିକ୍ତ ଜିଲାପାଳ ଏନ୍.ସି ଜ୍ୟୋତି ରଞ୍ଜନ ନାୟକ ଅଛନ୍ତି। ଶ୍ରୀ ନାୟକ ଭୁବନେଶ୍ୱରରୁ ବୌଦ୍ଧ ଯାଉଥିଲେ। ବିପରୀତ ଦିଗରୁ ଏକ କାର୍ ଫୁଲବାଣୀ କେନ୍ଦୁପଦର ଅଞ୍ଚଳର ଗୋଟିଏ ପରିବାର ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି। ଶ୍ରୀ ନାୟକଙ୍କ ଡାହାଣପଟ ଗୋଡ଼ରେ ଆଘାତ ଲାଗିଛି। ତାଙ୍କ ଗାଡିରେ ବସିଥିବା ‘ଇଡକୋ’ର ଯନ୍ତ୍ରୀ ବିଭୁଦତ୍ତ ଦାଶ ଗୁରୁତର ରହିଛନ୍ତି। ପ୍ରଥମେ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ତାଙ୍କୁ ରାଜଧାନୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସେହିଭଳି ଫୁଲବାଣୀରୁ ଆସୁଥିବା କାରରେ ବସିଥିବା ବୈଜୟନ୍ତୀ ପ୍ରଧାନ(୬୩)ଙ୍କ ଅବସ୍ଥା ମଧ୍ୟ ଗୁରୁତର ରହିଛି। ତାଙ୍କୁ ମଧ୍ୟ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଅନ୍ୟମାନେ ସୁସ୍ଥ ଅଛନ୍ତି।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories