www.samajalive.in
Tuesday, December 9, 2025
17.1 C
Bhubaneswar

ପ୍ରଧାନ ବିଚାରପତିଙ୍କ ଉଦ୍‌ବେଗ : ଥାନାରେ ହେଉଛି ମାନବାଧିକାରର ସର୍ବାଧିକ ଉଲ୍ଲଙ୍ଘନ

ନୂଆଦିଲ୍ଲୀ : ଥାନା ହାଜତରେ ଅଭିଯୁକ୍ତକୁ ପୁଲିସର ନିର୍ଯାତନା ଯୋଗୁଁ ମାନବାଧିକାରର ସର୍ବାଧିକ ଉଲ୍ଲଙ୍ଘନ ହେଉଛି ବୋଲି ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି ଏନଭି ରମଣ କହିଛନ୍ତି। ରବିବାର ଭାରତ ଜାତୀୟ ନ୍ୟାୟିକ ସେବା କର୍ତ୍ତୃପକ୍ଷ (ଏନଏଏଲଏସଏ) ଦ୍ବାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନ ବିଚାରପତି କହିଛନ୍ତି ଯେ ଥାନାଗୁଡିକ ମାନବାଧିକାର ଉଲ୍ଲଙ୍ଘନର ବଡ ବିପଦ ଭାବେ ହୋଇ ରହିଛନ୍ତି। ଏବେ ମଧ୍ୟ ଥାନା ହାଜତଗୁଡିକରେ ଅଭିଯୁକ୍ତଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଛି। ଏପରିକି ସମାଜର ଉଚ୍ଚ ବର୍ଗର ନାଗରିକ ମଧ୍ୟ ଏହି ମାନବାଧିକାର ଉଲ୍ଲଙ୍ଘନର ଶିକାର ହେଉଛନ୍ତି। ​ସେ କହିଛନ୍ତି ଯେ ସାମ୍ବିଧାନିକ ଘୋଷଣା ଓ ପ୍ରତିଶ୍ରୁତି ସତ୍ତ୍ବେ ଥାନାଗୁଡିକରେ ନ୍ୟାୟିକ ପ୍ରତିନିଧିତ୍ବର ଅଭାବ ରହିଛି। ଏଥିପାଇଁ ଅଭିଯୁକ୍ତ ଓ ଅଟକ ବ୍ୟକ୍ତି ନିର୍ଯାତିତ ହେଉଛି।
​‌ପ୍ରଧାନ ବିଚାରପତି କହିଛନ୍ତି ଯେ ସମାଜର ଉଚ୍ଚ ବର୍ଗ ଓ ଅବହେଳିତ ବର୍ଗଙ୍କ ମଧ୍ୟରେ ନ୍ୟାୟ ପ୍ରଦାନରେ କୌଣସି ତାରତମ୍ୟ ରହିବା ଉଚିତ ନୁହେଁ। ପୁଲିସର ମାନବାଧିକାର ଉଲ୍ଲଙ୍ଘନକୁ ରୋକିବା ଲାଗି ଲୋକଙ୍କୁ ସେମାନଙ୍କ ସାମ୍ବିଧାନିକ ଅଧିକାର ଓ ନ୍ୟାୟିକ ସେବା ଏବଂ ସୁବିଧା ବାବଦରେ ସଚେତନ କରାଯିବା ଦରକାର। ଏଥିପାଇଁ ପ୍ରତ୍ୟେକ ଥାନା ଓ କାରାଗାର ସମ୍ମୁଖରେ ସୂଚନା ଫଳକ ରଖାଯିବା ଆବଶ୍ୟକ। ଏହା ସହିତ ଡାକ ଯୋଗାଯୋଗ ମାଧ୍ୟମରେ ଲୋକଙ୍କୁ ମାଗଣାରେ ମିଳୁଥିବା ନ୍ୟାୟିକ ସେବା ସମ୍ପର୍କରେ ଲୋକଙ୍କୁ ସଚେତନ କରାଯିବା ଦରକାର। ଏହି ଅବସରରେ ଏନଏଏଲଏସଏ ପକ୍ଷରୁ ଏକ ମୋବାଇଲ ଆପ୍ଲିକେସନ ସେବାକୁ ପ୍ରଧାନ ବିଚାରପତି ଶୁଭାରମ୍ଭ କରିଥିଲେ। ଏହି ମୋବାଇଲ୍‌ ଆପ୍ ମାଧ୍ୟମରେ ଗରିବ ଓ ଅବହେଳିତମାନେ ନ୍ୟାୟିକ ସେବା ଓ କ୍ଷତିପୂରଣ ଦାବି କରିପାରିବେ। ନ୍ୟାୟିକ ସେବା କର୍ତ୍ତୃପକ୍ଷ ଆଇନ ୧୯୮୭ ଅନୁଯାୟୀ ଗଠିତ ଏନଏଏଲଏସ୍ଏ ସମାଜର ଅବହେଳିତ ବର୍ଗଙ୍କୁ ମାଗଣା ନ୍ୟାୟିକ ସେବା ପ୍ରଦାନ କରିଆସୁଛି। ଏହା ଦ୍ବାରା ଲୋକ ଅଦାଲତ ବସାଯାୟୀ ବିଭିନ୍ନ ବିବାଦକୁ ଆପୋଷ ସମାଧାନ କରାଯାଉଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories