www.samajalive.in
Monday, December 8, 2025
27.1 C
Bhubaneswar

ନୂଆପାଲି ‘ମୋ ସ୍କୁଲ ଅଭିଯାନ’ ପକ୍ଷରୁ ବୃକ୍ଷରୋପଣ

କଣ୍ଟାମାଳ: ବୌଦ୍ଧ ଶିକ୍ଷା ଜିଲ୍ଲା କଣ୍ଟାମାଳବ୍ଲକ ଅନ୍ତର୍ଗତ ଆଦିବାସୀ ହାଇ ସ୍କୁଲ, ନୂଆପାଲି ମୋ ସ୍କୁଲ ଅଭିଯାନ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇ ଯାଇଛି। ବିଦ୍ୟାଳୟ ପରିସରରେ ନବନିର୍ମିତ ନୂତନ କୋଠାର ଶୁଭ ଉଦଘାଟନ ସହ ବିଦ୍ୟାଳୟ ସମ୍ମୁଖରେ ଏକ ଗ୍ରାମୀଣ ପାର୍କର ଭିତ୍ତି ପ୍ରସ୍ତର ସ୍ଥାପନ ମୂଖ୍ୟ ଅତିଥି କଣ୍ଟାମାଳ ବିଧାୟକ ମହୀଧର ରଣା, ସମ୍ମାନୀତ ଅତିଥି ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଦ୍ୱାରା ସମ୍ପାଦିତ ହୋଇଛି। କୋଭିଡ କଟକଣା ହେତୁ ସୀମିତ ମୋ ସ୍କୁଲ ଅଭିଯାନର ସଦସ୍ୟ, ଅତିଥିଙ୍କୁ ନେଇ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା। ବିଦ୍ୟାଳୟ ପରିସରର ବୃକ୍ଷ ରୋପଣ କରି ବିଦ୍ୟାଳୟର ସୌନ୍ଦର୍ଯ୍ୟ, ସବୁଜ ବନାନୀ ଦେଖି ଅତିଥିମାନେ ଖୁସି ବ୍ୟକ୍ତ କରିଥିଲେ।

ସେହିପରି ମୋ ସ୍କୁଲ ଅଭିଯାନର କାର୍ଯ୍ୟକ୍ରମକୁ ତାରିଫ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପିଡିଡିଆରଡିଏ ବବିତାରାଣୀ ଦଳବେହେରା, ଉପ ଜିଲ୍ଲାପାଳ ଅଶ୍ୱିନୀକୁମାର ମେହେର, ଜିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦରା କୁଜ୍ଜୁରୁ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର, କଣ୍ଟାମାଳ ବିଡିଓ ବନ୍ଦନା ଖଟୁଆ, ବିଦ୍ୟାଳୟର ଉପଦେଷ୍ଟା ଦିବ୍ୟଶଙ୍କର ରାଉତ, ମୋସ୍କୁଲ ଅଭିଯାନର ସଭାପତି ପ୍ରେମରାଜ ରଣା, ସରପଞ୍ଚ ପଦ୍ମାବତୀ ରଣା, ସମିତି ସଭ୍ୟା ବିଳାଶ କ୍ଷେତି ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅନନ୍ତ ଚରଣ କ୍ଷେତି ଓ ଶିକ୍ଷକମାନେ ପରିଚାଳନା କରିଥିଲେ।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories