www.samajalive.in
Monday, December 8, 2025
27.1 C
Bhubaneswar

କିରାନା ଦୋକାନର ଡିଜିଟାଲ ରୂପାନ୍ତରଣ ବିପୁଳ ନିଯୁକ୍ତ ସୁଯୋଗ ସୃଷ୍ଟି କରିବ

ମୁମ୍ବଇ : ଦେଶରେ ଥିବା କିରାନା ଦୋକାନଗୁଡିକର ଡିଜିଟାଲ ରୂପାନ୍ତରଣ ଦ୍ୱାରା ବିପୁଳ ସଂଖ୍ୟାରେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। ଦେଶରେ ସଂପ୍ରତି ପ୍ରାୟ ୧୩ ନିୟୁତ କିରାନା ବା ପଡୋଶୀରେ ଥିବା ଛୋଟ ଛୋଟ ଦୋକାନ ରହିଛି। ସେଥିମଧ୍ୟରୁ ମାତ୍ର ୧୦%ର ଡିଜିଟାଲ ରୂପାନ୍ତରଣ ଘଟିଲେ ଦେଶରେ ରିଟେଲ ଆହରଣ ୫%ରୁ ଅଧିକ ବୃଦ୍ଧି ଘଟିବ ଏବଂ ଏହାଦ୍ୱାରା ପ୍ରାୟ ୩.୨ ନିୟୁତ ନୂଆ ନିଯୁକ୍ତି ସୃଷ୍ଟି ହେବ ବୋଲି ଆସେଞ୍ଚର ପକ୍ଷରୁ ୨୦୨୦ରେ କରାଯାଇଥିବା ଏକ ସର୍ଭେରୁ ଜାଣିବାକୁ ମିଳିଛି। ଏଭଳି ଏକ ପରିସ୍ଥିତିରେ କିରାନା ଦୋକାନଗୁଡିକୁ ସୁସଂହତ କରିବାର ଆବଶ୍ୟକତା ଦେଖାଦେଇଛି। ଏହିଭଳି ଏକ ଦୃଶ୍ୟପଟ୍ଟରେ ଫାଷ୍ଟ ମୁଭିଂ କଞ୍ଜୁମର ଗୁଡ୍‍ସ କ୍ଷେତ୍ରରେ ଥିବା ଏକ ବି୨ବି ପାଇକାରୀ ପ୍ଲାଟଫର୍ମ ‘ଅପ୍‍ନାକ୍ଲବ’ ଅର୍ଦ୍ଧ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ କିରାନା ଭଳି ଭାରତର ଖୁଚୁରା ବିକ୍ରେତା ଏବଂ ଜେନେରାଲ ଷ୍ଟୋରଗୁଡିକୁ ଏହାର ଡିଜିଟାଲ ଉପାୟରେ ପାଇକାରୀ ସହଭାଗୀଙ୍କ ସହିତ ସଂଯୁକ୍ତ ଥିବା ନେଟୱର୍କ ଜରିଆରେ ବିବିଧ ଉପଭୋକ୍ତା ସାମଗ୍ରୀ ଓ ବ୍ରାଣ୍ଡ୍‍ଗୁଡିକ ସହିତ ଯୋଡୁଛି। ନିକଟରେ ଏହା ସିକୋଇଆ କ୍ୟାପିଟାଲ ଇଣ୍ଡିଆସ୍‍ ସର୍ଜରୁ ସିଡ୍‍ ପର୍ଯ୍ୟାୟରେ ୩.୫ ନିୟୁତ ଆମେରିକୀୟ ଡଲାର ପାଣ୍ଠି ସଂଗ୍ରହ କରିଥିବା ଘୋଷଣା କରିଛି।
କିରାନା ଷ୍ଟୋରଗୁଡିକ ଭାରତରେ କ୍ଷୁଦ୍ର ଓ ସାହି ପଡୋଶୀରେ ଥିବା ଦୋକାନ ଯାହା ଗ୍ରାମାଞ୍ଚଳ ସମୁଦାୟଙ୍କ ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ଯଥା ପରିବାର ନିତିଦିନିଆ ଆବଶ୍ୟକତା, ଜଳଖିଆ, ପରିମଳ ଉତ୍ପାଦ, ତମାଖୁ ଉତ୍ପାଦ ଆଦି ବିକ୍ରି କରିଥାଏ। ଆସେଞ୍ଚର ପକ୍ଷରୁ ୨୦୨୦ରେ ପ୍ରସ୍ତୁତ ଏକ ରିପୋର୍ଟରେ କରାଯାଇଥିବା ଆକଳନ ଅନୁଯାୟୀ ଚଳିତ ବର୍ଷ ମଧ୍ୟରେ ସମଗ୍ର ଭାରତରେ ୧୩ ନିୟୁତ କିରାନା ଦୋକାନ ଦେଶର ମୋଟ ରିଟେଲ ଶିଳ୍ପରେ ୭୫% ଅଂଶ ଦଖଲ କରିବେ। ତେବେ କିରାନା ମାଲିକମାନେ ଅନେକ ସମୟରେ ସର୍ବନିମ୍ନ ପରିମାଣ ମହଜୁଦ ରଖିବା ଅଥବା ବିତରକଙ୍କ ନିକଟରୁ ସାମଗ୍ରୀ ଖରିଦ କରିବା ନିମନ୍ତେ ସେମାନଙ୍କ ନିକଟରେ କମ୍‍ ଅର୍ଥ ରହିଥିବା ଭଳି ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି, ଯଦ୍ଦ୍ୱାରା ସେହିସବୁ ସ୍ଥାନରେ ସାମଗ୍ରୀ ଯୋଗାଇବା ନିମନ୍ତେ ଆବଶ୍ୟକ ପାଣ୍ଠି କ୍ଷେତ୍ରରେ ସେମାନେ ପ୍ରତିବନ୍ଧକର ସମ୍ମୁଖୀନ ହେଉଛନ୍ତି। ଅପ୍‍ନାକ୍ଲବ ବହୁବିଧ ଏସକେୟୁ, କୋ÷ଣସି ସର୍ବନିମ୍ନ ଅର୍ଡର ଗ୍ୟାରେଣ୍ଟି ନଥାଇ ଏବଂ ପ୍ରତିଦ୍ୱନ୍ଦ୍ୱିତାମୂଳକ ମୂଲ୍ୟରେ କିରାନା ଦୋକାନଗୁଡିକୁ ସାମଗ୍ରୀ ଯୋଗାଇଦେବା ପାଇଁ ପାଇକାରୀ ବିକ୍ରେତାଙ୍କ ସହିତ ସଂଯୁକ୍ତ କରୁଛି।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories