www.samajalive.in
Tuesday, December 9, 2025
17.1 C
Bhubaneswar

ବିଗ ବଜାର ମହାବଚତ ଅଫର ପାଇଁ ଆଗୁଆ ବୁକିଂ

ଭୁବନେଶ୍ୱର: ସବୁଠାରୁ ପ୍ରିୟ ହାଇପରମାର୍କେଟ ବ୍ରାଣ୍ଡ୍‍ ବିଗ ବଜାର ପୁନର୍ବାର ତାହାର ଗ୍ରାହକଙ୍କୁ ସର୍ବାଧିକ ମୂଲ୍ୟ ପ୍ରଦାନ କରିବାକୁ ଆସିଛି । ଭାରତୀୟ ରିଟେଲ ଇତିହାସରେ ପ୍ରଥମ ଥର ପାଇଁ ଗ୍ରାହକମାନେ ଅଟା, ଡାଲି ଓ ଚାଉଳ ମାଗଣାରେ ପାଇବାକୁ ମହାବଚତ ଅଫର୍‍ର ଆଗୁଆ ବୁକିଂ କରିପାରିବେ । ଆଗୁଆ ବୁକିଂ ଯେକୌଣସି ବିଗ୍‍ ବଜାର ଷ୍ଟୋର ଅଥବା ବିଗ୍‍ ବଜାର ଆପ୍‍ରେ ଜୁଲାଇ ୩୧ରୁ ଅଗଷ୍ଟ ୮ ତାରିଖରେ କରାଯାଇପାରିବ ।
ଆଗୁଆ ବୁକିଂ କ୍ଷେତ୍ରରେ ଗ୍ରାହକମାନେ ୩ହଜାର ଟଙ୍କାର ଏକ ଇଜିଭି ପାଇବେ ଯାହାକୁ ସେମାନେ ମହାବଚତ୍‍ ସମୟରେ କିଣାକିଣି ନିମନ୍ତେ ବ୍ୟବହାର କରିପାରିବେ ଏବଂ ୫ କିଲୋଗ୍ରାମ ଅଟା, ୧ କିଲୋ ଡାଲି ଏବଂ ୧ କିଲୋ ଚାଉଳ ମାଗଣାରେ ପାଇବାପକୁ ଦାବି କରିପାରିବେ । ତେଣୁ ଚଳିତ ବର୍ଷ ଅଗଷ୍ଟ ୯ରୁ ୧୫ ତାରିଖ ମଧ୍ୟରେ ସଞ୍ଚୟ ଉପରେ ସଞ୍ଚୟ ହେବ, ଯେଉଁଠାରେ ଗ୍ରାହକମାନେ ଏହି ମେଗା ଅଫର୍‍ରେ ଖାଦ୍ୟ, ଫାଶନ, ହୋମ୍‍ ଓ ଇଲେକଟ୍ରୋନିକ୍ସ ଆଦି ସମସ୍ତ ବିଭାଗରେ ସର୍ବବୃହତ ଡିଲ୍‍ର ସୁଯୋଗ ନେଇପାରିବେ ଏବଂ ତାହାସହିତ ଅତିରିକ୍ତ ବ୍ୟାଙ୍କ ରିହାତି ମଧ୍ୟ ପାଇପାରିବେ । ବାସ୍ତବରେ କହିବାକୁ ଗଲେ, ଏହି ବିକ୍ରୟ ନିଶ୍ଚିତରେ ଅପେକ୍ଷା କରିବା ଭଳି ହୋଇଛି ।
‘ମହାବଚତ୍‍’ ହେଉଛି ବର୍ଷର ସବୁଠାରୁ ପ୍ରିୟ ଏବଂ ପ୍ରତୀକ୍ଷିତ ରିଟେଲ କାର୍ଯ୍ୟକ୍ରମ । ବିଗ୍‍ ବଜାରରେ ଆମର ଲକ୍ଷ୍ୟ ହେଉଛି ସର୍ବଦା ଆମର ସଦସ୍ୟ ପରିବାରଙ୍କୁ ସର୍ବାଧିକ ମୂଲ୍ୟ ପ୍ରଦାନ କରିବା । ଚଳିତ ଥର ଆମେ ଅଟା, ଡାଲି ଏବଂ ଚାଉଳ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଯାହା ପ୍ରତ୍ୟେକ ପରିବାର ଆବଶ୍ୟକ କରନ୍ତି, ତାହାର ଏକ ଦମ୍‍ଦାର ଅଫର ସହିତ ଆସିଛୁ, ଏବଂ ସେଥିପାଇଁ ଆମ ଗ୍ରାହକଙ୍କୁ ଆଗୁଆ ବୁକିଂ କରିବା ସୁଯୋଗ ଦେବାକୁ ଚାହିଁଥିଲୁ । ପ୍ରକୃତପକ୍ଷେ ପ୍ରତ୍ୟେକ ଅଞ୍ଚଳ ପାଇଁ ଆମେ ସେମାନଙ୍କରର ସବୁଠାରୁ ପସନ୍ଦ କିସମର ଅଟା, ଡାଲି ଓ ଚାଉଳ ଯୋଗାଇଦେବୁ ବୋଲି ଫ୍ୟୁଚର ଗ୍ରୁପ୍‍ର ଡିଜିଟାଲ, ମାର୍କେଟିଂ ଏବଂ ଇ-କମର୍ସ ବିଭାଗର ସିଏମ୍‍ଓ ପୱନ ସାରଦା କହିଛନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories