www.samajalive.in
Tuesday, December 9, 2025
16.1 C
Bhubaneswar

ଇନ୍ଦ୍ରାବତୀ କେନାଲରେ ଘାଇ, ୧୦୦ ହେକ୍ଟର ଚାଷ ଜମି ବାଲିଚର ଆଶଙ୍କା

ଧର୍ମଗଡ଼/କୋକସରା: ଇନ୍ଦ୍ରାବତୀ ବୃହତ ଉଠାଜଳସେଚନ ପ୍ରକଳ୍ପରେ ଜଳଯୋଗାଣ ଆରମ୍ଭରୁ ବିଭ୍ରାଟ ଦେଖାଦେଇଛି। ପ୍ରଥମ ଥର ଜଳଯୋଗାଣ ସମୟରେ ହିଁ କୋକସରା ବ୍ଲକ ମାଝିଗୁଡ଼ାଠାରେ ଏହି ପ୍ରକଳ୍ପର କେନାଲରେ ଘାଇ ହେବାରୁ ପ୍ରାୟ ୫୦ ହେକ୍ଟର ଜମି ବାଲିଚର ହେବା ସହ ୧୦୦ ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଥିବା ଆଶଙ୍କା କରାଯାଉଛି। ଖବର ପାଇ ପ୍ରଶାସନିକ ଅଧିକାରୀଙ୍କ ସମେତ ଉଠାଜଳସେଚନ ବିଭାଗର ଯନ୍ତ୍ରୀ ଓ କାମ ସମ୍ପାଦନା କରିଥିବା ସଂସ୍ଥାର ଅଧିକାରୀ ଉପସ୍ଥିତ ରହି ତଦାରଖ କରୁଛନ୍ତି। ତେବେ ନିମ୍ନମାନର କାମ ଯୋଗୁଁ କେନାଲ ବନ୍ଧ ଭାଙ୍ଗିଯାଇଥିବା ଚାଷୀ ଅଭିଯୋଗ କରିଛନ୍ତି। ଠିକା ସଂସ୍ଥା ନିଜେ କାର୍ଯ୍ୟ ସମ୍ପାଦନା କରିବା ବଦଳରେ ପେଟି ଠିକାଦାର ନିୟୋଜିତ କରିବା ଯୋଗୁଁ ନିମ୍ନମାନର କାମ ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି। ବିଳମ୍ବିତ ରାତିରେ ଏହି କେନାଲ ବନ୍ଧ ଭାଙ୍ଗିଥିବା ଜଣାଯାଇଛି।

 

- Advertisement -

ସୂଚନା ଅନୁଯାୟୀ କଳାହାଣ୍ଡିକୁ ଇନ୍ଦ୍ରାବତୀ ପ୍ରକଳ୍ପ ଦ୍ୱାରା ଜଳସେଚନ ହେବା ପରେ ବାଦ ପଡ଼ିଥିବା ଅଞ୍ଚଳରେ ବି ଜଳସେଚନ ନେଇ ସ୍ୱର ଉଠିଥିଲା। ବିଭିନ୍ନ ସମୟରେ ଏହି ସ୍ୱର ଆନ୍ଦୋଳନର ରୂପ ନେଇଥିଲା। ଦୀର୍ଘ ଦିନର ଦାବି ପରେ ସରକାର ଇନ୍ଦ୍ରାବତୀରୁ ଉଠା ଜଳସେଚନ ମାଧ୍ୟମରେ କୋକସରା, ଧର୍ମଗଡ଼, ଜୟପାଟଣା ଅଞ୍ଚଳର ଅଣଜଳସେଚିତ ଜମିକୁ ଜଳସେଚନ କରାଇବା ପ୍ରସ୍ତାବ ଅନୁମୋଦନ କରି ଏଥିପାଇଁ ବ୍ୟୟବରାଦ କଲେ ଏବଂ ୨୦୧୪ ନିର୍ବାଚନ ପୂର୍ବରୁ ଲଡୁଗଁାଠାରେ ଏହାର ଶିଳାନ୍ୟାସ କରିଥିଲେ। କୋକସରା, ଜୟପାଟଣା, ଧର୍ମଗଡ଼ ଅଞ୍ଚଳର ୯୧ଟି ଗଁାର ୨୬୨୭୫ ହେକ୍ଟର ଜମିକୁ ଏହି ପ୍ରକଳ୍ପ ମାଧ୍ୟମରେ ଜଳସେଚନ ସୁବିଧା ରହିଛି। ଏହି ପ୍ରକଳ୍ପ ଏ ଅଞ୍ଚଳ ପାଇଁ ଗୁରୁତ୍ୱ ବହନ କରୁଥିବାବେଳେ ୨୦୨୦ ଜାନୁୟାରୀ ୧୪ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳପୁର ବ୍ୟାରେଜଠାରେ ଏହାର ଲୋକାର୍ପଣ କରିଥିଲେ। ପ୍ରଥମ ଥର ପାଇଁ ଚଳିତ ଖରିଫ ଋତୁରେ ଏହି କେନାଲରେ ପାଣି ଛଡ଼ାଯାଇଥିଲା। ପାଣି ଦେଖିବା ପରେ ଚାଷୀ ମନରେ ଅନେକ ଆଶା ସଞ୍ଚାର ହୋଇଥିଲା। କିନ୍ତୁ ନିମ୍ନମାନର କାମ ଯୋଗୁଁ ଚାଷୀ ଏବେ କ୍ଷତିଗ୍ରସ୍ତ ହୋଇଛି। ବର୍ତ୍ତମାନ ରୁଆ ବେଉଷଣ କାମ ଚାଲିଥିବାବଳେ ଚାଷୀ ଏଥିପାଇଁ ଧାରକରଜ କରି କାମ ଆରମ୍ଭ କରିଥିଲା। ବାଲିଚର ହେବା ଫଳରେ ଚାଷୀ ଅନେକ କ୍ଷୟକ୍ଷତିର ସମ୍ମୁଖୀନ ହୋଇଛି। ଖବର ପାଇ ଧର୍ମଗଡ଼ ଉପଜିଲାପାଳ ପାୱାର ସଚିନ ପ୍ରକାଶଙ୍କ ସମେତ ବିଭାଗୀୟ ଅଧିକାରୀ ଓ ଠିକା ସଂସ୍ଥାର କର୍ମକର୍ତ୍ତମାନେ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏହର ମରାମତି କରାଯିବ ବୋଲି ଧର୍ମଗଡ଼ ଉପଜିଲାପାଳ କହିଛନ୍ତି। କ୍ଷୟକ୍ଷତିର ଆକଳନ ସରିବା ପରେ ନିୟମ ଅନୁଯାୟୀ କ୍ଷତିପୂରଣ ଦିଆଯିବ ବୋଲି କୋକସରା ତହସିଲଦାର ମନୋଜ ପାଢ଼ୀ ପ୍ରକାଶ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories