www.samajalive.in
Monday, December 8, 2025
27.1 C
Bhubaneswar

ସନ୍ଧ୍ୟା ୬ଟା – ମୁଖ୍ୟ ଖବର

–ଅଗଷ୍ଟ ମାସର ଗାଇଡଲାଇନ ନେଇ ଏସଆରସିଙ୍କ ଘୋଷଣା। ରାତି ୮ଟାରୁ ସକାଳ ୬ଟା ଯାଏ ନାଇଟ୍‌ କର୍ଫ୍ୟୁ ବଳବତ୍ତର ରହିବ।

–ଭୁବନେଶ୍ବର, କଟକ ଓ ପୁରୀରେ ସପ୍ତାହାନ୍ତ ସଟ୍‌ଡାଉନ୍‌ ଜାରି ରହିବ। ରାଜ୍ୟର ସମସ୍ତ ଆହାର କେନ୍ଦ୍ର ଖୋଲା ରହିବ। ଏଣିକି ରାସ୍ତାକଡ଼ର ଦୋକାନରେ ଖାଇପାରିବେ ଲୋକେ

- Advertisement -

–ସାରା ରାଜ୍ୟରେ ଦୋକାନ ବଜାର ରାତି ୮ଟା ଯାଏ ଖୋଲା।  ସମସ୍ତ ଧାର୍ମିକ, ସାମାଜିକ, ରାଜନୈତିକ ସମାବେଶ ମନା। ସୀମିତ ସଂଖ୍ୟକ ଗ୍ରାହକଙ୍କୁ ନେଇ ଖୋଲିପାରିବ ମଲ୍‌।

–ରେଷ୍ଟୁରାଣ୍ଟ, ବାର୍‌ ୫୦% କ୍ଷମତା ସହ ଖୋଲି ପାରିବ। ୫୦% ଦର୍ଶକଙ୍କୁ ନେଇ ଖୋଲିବ ସିନେମା ହଲ୍‌। ସମୁଦ୍ରକୂଳ ଓ ପାର୍କ ଖୋଲା ରହିବ, ଗାଇଡ ଲାଇନ ମାନିବେ ପର୍ଯ୍ୟଟକ

–ରାଜ୍ୟରେ ଦୈନିକ  ଓ ସାପ୍ତାହିକ ହାଟ ଖୋଲିବାକୁ ମଧ୍ୟ ଅନୁମତି। ଶିକ୍ଷାନୁଷ୍ଠାନ ଓ କୋଚିଂ ସେଣ୍ଟର, ନନ୍ଦନକାନନ, ୱାଟର ପାର୍କ,  ସଂଗ୍ରହାଳୟ ଓ ପର୍ଯ୍ୟଟନସ୍ଥଳ ଖୋଲାଯାଇପାରିବ।

–ମହାମାରୀ ସମୟରେ ରାଜ୍ୟ ସରକାର ରାସନ ସାମଗ୍ରୀ ବଣ୍ଟନରେ ୩୦୦ କୋଟି ଟଙ୍କାର ଘୋଟାଲା କରିଛନ୍ତି। ଲକ୍ଷାଧିକ ‘ବୋଗସ୍‌’ ବା ଭୂତ ହିତାଧିକାରୀଙ୍କ କାର୍ଡ ଜରିଆରେ ସରକାର ଏହି ଦୁର୍ନୀତି ଚଳାଇଛନ୍ତି: କଂଗ୍ରେସ

–ଭୁବନେଶ୍ୱରରେ ଶତ ପ୍ରତିଶତ ଟିକାକରଣ ହୋଇଛି। ଜୁଲାଇ ଶେଷ ସୁଦ୍ଧା ଏହି ଟାର୍ଗେଟ ପୂରଣ ହୋଇଛି ବୋଲି ଶନିବାର ସୂଚନା ଦେଇଛନ୍ତି ଭୁବନେଶ୍ବର ମହାନଗର ନିଗମ ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ।

–ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ ସଦସ୍ୟଙ୍କ ବ୍ୟକ୍ତିଗତ ସଚିବ(ପିଏସ୍) ବିରଞ୍ଚି ନାରାୟଣ ସାହୁ ଗିରଫ ହୋଇଛନ୍ତି। ଆୟ ବହର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଶନିବାର ତାଙ୍କୁ ଭିଜିଲାନ୍ସ ଗିରଫ କରିଛି।

–ଟୋକିଓ ଅଲିମ୍ପିକ୍ସ: ସେମିରେ ହାରିଲେ ପି.ଭି.ସିନ୍ଧୁ। ବ୍ୟାଡମିଣ୍ଟନ ମହିଳା ସିଙ୍ଗଲ୍ସରେ ଚୀନ ତାଇପେ ପ୍ରତିଦ୍ବନ୍ଦୀଙ୍କଠାରୁ ହାରିଲେ।

–ରାଜନୀତିରୁ ସନ୍ୟାସ ଘୋଷଣା କଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ବାବୁଲ ସୁପ୍ରିୟ।

–ଭାରତ ପାଇଁ ତୈଳ ଓ ଗ୍ୟାସ କ୍ଷେତ୍ର ବିକାଶ କରିବାକୁ କେନ୍ଦ୍ର ସରକାର ପୁଞ୍ଜିନିବେଶକଙ୍କୁ ଆହ୍ୱାନ କରିଛନ୍ତି। ଶୁକ୍ରବାର ଦିନ ଡିଏସଏଫ ୩ ପର୍ଯ୍ୟାୟକୁ ଉନ୍ମୁକ୍ତ କରିଛନ୍ତି।

–ହିମାଚଳପ୍ରଦେଶରେ ବର୍ଷା ଓ ଭୂସ୍ଖଳନର କାୟା ରହିଛି। ରାଜ୍ୟରେ ଭୂସ୍ଖଳନ କାରଣରୁ ଅନେକ ସ୍ଥାନରେ ରାସ୍ତାଘାଟ ବନ୍ଦ ରହିଛି। ମଣ୍ଡି ଜିଲାରେ ଚଣ୍ଡିଗଡ –ମନାଲୀ ଜାତୀୟ ରାଜପଥ (ରାଷ୍ଟ୍ରୀୟ ରାଜରାସ୍ତା-୩ ) ବନ୍ଦ ରହିଛି।

–ଭାରତୀୟ ସୀମା ସୁରକ୍ଷା ବାହିନୀ ଯବାନମାନେ ଫିରୋଜପୁର ଅଞ୍ଚଳରେ ପାକିସ୍ତାନ ପଟୁ ଅନୁପ୍ରବେଶ କରୁଥିବା ଦୁଇଜଣଙ୍କ ଉପରକୁ ଗୁଳି ଚଳାଇବା ଫଳରେ ସେମାନଙ୍କର ମୃତ୍ୟୁ ଘଟିଛି।

–ଟୋକିଓ ଅଲିମ୍ପିକ୍ସର ୯ମ ଦିନରେ ପୁଣି ଚମକିଲା ଭାରତ। ଶନିବାର ମହିଳା ହକିରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି ଭାରତୀୟ ଦଳ। କଡ଼ା ମୁକାବିଲାରେ ଦକ୍ଷିଣ ଆଫ୍ରିକାକୁ ୪-୩ ଗୋଲରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ।

–ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୧,୬୪୯ ଜଣ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ। ଦିନକରେ ୩୭.୨୯୧ ଜଣ କରୋନା ରୋଗୀ ସୁସ୍ଥ।

–ଦେଶରେ ଶୁକ୍ରବାର ସଂଧ୍ୟା ସୁଦ୍ଧା ମୋଟ ୪୬.୬୪ କୋଟି ନମୁନା ପରୀକ୍ଷା। କରାଯାଇସାରିଥିବାବେଳେ ସେଥିରେ ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୩,୦୭,୮୧,୨୬୩ ଆରୋଗ୍ୟ ଲାଭ

–ଦେଶରେ ଆରୋଗ୍ୟ ହାର ୯୭.୩୭%। ଭାରତରେ ସଂପ୍ରତି ୪,୦୮,୯୨୦ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି। ଦୈନିକ ସଂକ୍ରମଣ ହାର ୨.୩୪% ଏବଂ ସାପ୍ତାହିକ ହାର ୨.୪୨%

–ଶୁକ୍ରବାର ସଂଧ୍ୟା ସୁଦ୍ଧା ମୋଟ ୪୬.୧୫ କୋଟି ପାନ ଟିକା। କେରଳରେ ୨୦ ହଜାର ଉପରେ ଦୈନିକ ସଂକ୍ରମଣ

–ଆସାମ ମୁଖ୍ୟମନ୍ତ୍ରୀ, ବରିଷ୍ଠ ପୁଲିସ ଅଧିକାରୀଙ୍କ ନାମରେ ଏତଲା ଦାଏର। ଆସାମର ଅଭିଯୋଗ- ମିଜୋରାମ ସରକାର ଜନସାଧାରଣଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇଛନ୍ତି

–ଇନ୍ଦ୍ରାବତୀ ଲିଫ୍ଟ ମେଗା କେନାଲ ବନ୍ଧରେ ଘାଇ ; ନିମ୍ନମାନର କାମପାଇଁ କେନାଲ ବନ୍ଧ ଭାଙ୍ଗିଥିବା ଚାଷୀଙ୍କ ଅଭିଯୋଗ ; ଶହ ଶହ ହେକ୍ଟର ଚାଷ ଜମିରେ ପାଣି ପଶି ଜଳ ମଗ୍ନ

–ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ଆଉ ୬୮ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ;  ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୫୯୦୨।ରାଜ୍ୟରେ ସଂପ୍ରତି ୧୬୩୮୪ ସକ୍ରିୟ ସଂକ୍ରମିତ ରହିଛନ୍ତି

–ରାଜ୍ୟରେ ଗୋଟିଏ ଦିନରେ ଆଉ ୧୫୭୮ କରୋନା ସଂକ୍ରମିତ ଚିହ୍ନଟ ; ସେମାନଙ୍କ ମଧ୍ୟରୁ ସଂଗରୋଧରୁ ୯୧୫ ଓ ସ୍ଥାନୀୟ ସଂକ୍ରମିତ ୬୬୩

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories