www.samajalive.in
Monday, December 8, 2025
17.1 C
Bhubaneswar

ଅଗଷ୍ଟ ୨୩ରୁ ଏକକ ପିଜି ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର: ଏକକ ପିଜି ପ୍ରବେଶିକା ପରୀକ୍ଷା ପାଇଁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଗୁରୁବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଅଗଷ୍ଟ ୨୩ରୁ ସେପ୍ଟେମ୍ବର ୩ ମଧ୍ୟରେ ହେବ ଏକକ ପିଜି ପ୍ରବେଶିକା ପରୀକ୍ଷା। ଏଥିପାଇଁ ଛାତ୍ରଛାତ୍ରୀମାନେ ଅଗଷ୍ଟ ୨ରୁ ୧୪ ତାରିଖ ପର୍ୟ୍ୟନ୍ତ ଅନ୍ଲାଇନରେ ଆବେଦନ କରିପାରିବେ। ଅନଲାଇନ୍ ଆପ୍ଲିକେସନ୍ ଫର୍ମ www.samsodisha.gov.in ରେ ଉପଲବ୍ଧ ହେବ। ଅଗଷ୍ଟ ୨ ତାରିଖ ସକାଳ ୧୧ଟାରୁ ଛାତ୍ରଛାତ୍ରୀମାନେ ଏହି ୱେବସାଇଟକୁ ଯାଇ ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ କରିପାରିବେ। ଅଗଷ୍ଟ ୧୪ ତାରିଖ ରାତି ୧୧ଟା ୪୫ ସୁଦ୍ଧା ଆଶାୟୀମାନେ ଅନଲାଇନ୍ ଆବେଦନ କରିପାରିବେ। ଯେଉଁ ୟୁଜି ଛାତ୍ରଛାତ୍ରୀମାନଙ୍କର ପରୀକ୍ଷା ଫଳ ବାହାରି ନ ଥିବ ସେମାନେ ମଧ୍ୟ ଆବେଦନ କରିପାରିବେ।

ଅଗଷ୍ଟ ୨୦ ତାରିଖରୁ ଆଶାୟୀମାନେ ସେମାନଙ୍କ ଆଡ଼ମିଟ୍‌ କାର୍ଡ ଡାଉନଲୋଡ୍ କରିପାରିବେ। ଅଗଷ୍ଟ ୨୩ରୁ ପରୀକ୍ଷା ଆରମ୍ଭ ହେବ। ଏହା ସେପ୍ଟେମ୍ବର ୩ ତାରିଖ ପର୍ୟ୍ୟନ୍ତ ଚାଲିବ। ଅକ୍ଟୋବର ୧୨ ତାରିଖରେ ମେଧା ତାଲିକା ପ୍ରକାଶ ପାଇବ।

- Advertisement -

 

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories