www.samajalive.in
Tuesday, December 9, 2025
17.1 C
Bhubaneswar

ମାନବ ଅଧିକାର ସୁରକ୍ଷା ସଂଗଠନ ତରଫରୁ ବିଭିନ୍ନ କାର୍ଯ୍ୟାଳୟର କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧିତ

ବେଗୁନିଆ : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ସଦର ମହକୁମାରେ କାର୍ଯ୍ୟ କରୁଥିବା ମାନବ ଅଧିକାର ସୁରକ୍ଷା ସଂଗଠନ ତରଫରୁ ଆଜି ବିଭିନ୍ନ କାର୍ଯ୍ୟାଳୟର କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବାବେଳେ ବେଗୁନିଆ ଡାକ୍ତରଖାନା ପରିସରରେ ଡାକ୍ତର ଏବଂ କର୍ମଚାରୀମାନଙ୍କ ଦ୍ୱାରା ବୃକ୍ଷରୋପଣ କରାଯାଇଥିଲା ।ପ୍ରଥମେ ବାଘମାରୀ ଥାନା ଅଧିକାରିଣୀ ଅର୍ଚ୍ଚନା ମଲ୍ଲିକ ଙ୍କ ସହିତ ଥାନା କର୍ମଚାରୀ ଏବଂ ପରେ ବେଗୁନିଆ ଡାକ୍ତରଖାନାରେ ଡାକ୍ତର ରାଜକିଶୋର ପଣ୍ଡା ,ଡାକ୍ତର ମଧୁସୂଦନ ସୁବୁଦ୍ଧି ,ଫାର୍ମାସିଷ୍ଟ ଗୌତମ ସାମନ୍ତରାୟ ଏବଂ ମନୋଜ ସ୍ୱାଇଁ ଙ୍କ ସହିତ ଅନ୍ୟ ମେଡ଼ିକାଲ କର୍ମଚାରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇ ଡାକ୍ତରଖାନା ପରିସରରେ ବୃକ୍ଷରୋପଣ କରାଯାଇଥିଲା ।ପରେ ବେଗୁନିଆ ଥାନା ଅଧିକାରୀ ଲଷ୍ମୀପ୍ରସାଦ ଶତପଥୀ ଏସ ଆଇ ଶ୍ରୀକାନ୍ତ ପଣ୍ଡା ,ଏବଂ ଏ ଏସ ଆଇ ଗଜେନ୍ଦ୍ର ଜେନାଙ୍କ ସହିତ ଥାନାର ଅନ୍ୟ କର୍ମଚାରୀମାନଙ୍କୁ କୋଭିଡ ଯୋଦ୍ଧା ଭାବରେ ସମ୍ମାନିତ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ସଂଗଠନର ସଭାପତି ସୁକାନ୍ତ ପରିଡା ,ସାମ୍ବାଦିକ ବିବେକାନନ୍ଦ ମିଶ୍ର ,ସାମ୍ବାଦିକ ମାନସ ପାଣିଗ୍ରାହୀ,ସାମ୍ବାଦିକ ଗୋବିନ୍ଦଚନ୍ଦ୍ର ପଣ୍ଡାଙ୍କ ସହିତ ଅକ୍ଷୟ କୁମାର ରଥ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories