www.samajalive.in
Monday, December 8, 2025
17.1 C
Bhubaneswar

୬୫ କେଜି ଗଞ୍ଜେଇ ସହ ଅଟୋ ଜବତ ; ଅଭିଯୁକ୍ତ ଫେରାର

ମୋହନା : ଗଜପତି ଜିଲ୍ଲା ଅଡ଼ବା ଥାନା ପୁଲିସ ଏସଆଇ ରବିନ୍ଦ୍ର କୁମାର ପାତ୍ର ଓ କର୍ମଚାରୀ ମାନେ ରାଇପଙ୍କା ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ବେଳେ ମାଣ୍ଡିମେରା ପଞ୍ଚାୟତ ଅଧିନ ଜାଙ୍ଗୁଡ଼ି ଠାରେ ପୁଲିସ ଗାଡିକୁ ଦେଖି ଏକ ଅଟୋ ଚାଳକ ଗାଡିକୁ ଛାଡି ଜଙ୍ଗଲ ଭିତରକୁ ଦୌଡି ପଳାଇଥିଲା। ପୁଲିସ ଅଟୋକୁ ଯାଞ୍ଚ କରିବା ବେଳେ ଗାଡି ଭିତରେ ୨ଟି ଜରି ବସ୍ତାରେ ଗଞ୍ଜେଇ ରହିଥିଲା। ମୋହନା ତହସିଲଦାର ସାରଦା ପ୍ରଶନ୍ନ ପଣ୍ଡାଙ୍କ ଉପସ୍ଥିତିରେ ଗଞ୍ଜେଇ ବସ୍ତାକୁ ଓଜନ କରିବାରୁ ତାହା ୬୬ କିଲୋ ହେଇଥିଲା। ରାଇପଙ୍କା ଅଞ୍ଚଳରୁ ଗଞ୍ଜେଇ ସଂଗ୍ରହୀତ ହୋଇ ରାୟଗଡ଼ା ଜିଲ୍ଲା ଆଡକୁ ଯାଉଥିଲା ଏବଂ ଅଟୋ ଜବତ ହେବା ସହ ତଦନ୍ତ ଜାରୀ ରହିଥିବା ଅଡବା ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories