www.samajalive.in
Monday, December 8, 2025
27.1 C
Bhubaneswar

ଝାଡଖଣ୍ଡରେ ଗାଡି ଧକ୍କା କରି ଅତିରିକ୍ତ ଜିଲା ଜଜ୍‍ଙ୍କୁ ହତ୍ୟା; ଅଟୋ ଡ୍ରାଇଭର ଓ ସହଯୋଗୀ ଗିରଫ

ଋାଞ୍ଚି: ଧାନବାଦର ଜଣେ ଅତିରିକ୍ତ ଜିଲା ଜଜ୍‍ଙ୍କୁ ଗାଡି ଧକ୍କା କରି ହତ୍ୟା କରାଯିବା ଘଟଣାରେ ଜଣେ ଅଟୋ ଡ୍ରାଇଭର ଏବଂ ତାଙ୍କ ସହଯୋଗୀଙ୍କୁ ପୁଲିସ ଗିରଫ କରିଛି। ଏହି ଘଟଣା ଘଟିବାର ଦିନକ ପରେ ପୁଲିସ ଦୁଇଜଣଙ୍କୁ ଗିରଫ କରିବା ସହିତ ଏକ ହତ୍ୟା ମାମଲା ରୁଜ୍ଜୁକରି ତଦନ୍ତ ଆରମ୍ଭ କରିଛି। ଜଣାଯାଇଛି ଯେ ଅତିରିକ୍ତ ଜିଲା ଜଜ୍‍ ଉତ୍ତମ ଆନନ୍ଦ ଧାନବାଦରେ ଛଅମାସ ତଳେ ନିଯୁକ୍ତି ପାଇଥିଲେ। ସକାଳୁ ସେ ପ୍ରାତଃ ଭ୍ରମଣରେ ଯାଉଥିବାବେଳେ ଏକ ଅଟୋରିକ୍ସା ଜାଣିଶୁଣି ତାଙ୍କୁ ଧକ୍କାଦେଇଥିବା ସିସିଟିଭି ଫୁଟେଜରୁ ଦେଖିବାକୁ ମିଳିଥିଲା। ଅଟୋ ଧକ୍କାଦେଇ ପଳାଇଯାଇଥିଲା। ଧାନବାଦର ମାଜିଷ୍ଟ୍ରେଟ କଲୋନି ନିକଟରେ ଏହି ଘଟଣା ଘଟିଥିଲା। ଏହାପରେ ତାଙ୍କୁ ତୁରନ୍ତ ହାସପାତାଳ ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଇତିମଧ୍ୟରେ ଉତ୍ତମ ଆନନ୍ଦ ପ୍ରାତଃ ଭ୍ରମଣ ସାରି ଘରକୁ ଫେରିବାରେ ବହୁ ବିଳମ୍ବ ହେବାରୁ ତାଙ୍କ ଘରଲୋକ ତାଙ୍କୁ ଖୋଜିବା ଆରମ୍ଭ କରିଦେଇଥିଲେ। ପରେ ସେମାନେ ପୁଲିସ ନିକଟରେ ପହଞ୍ଚି ଅଭିଯୋଗ କରିବା ପରେ ପୁଲିସ ପକ୍ଷରୁ ତାଙ୍କୁ ଖୋଜିବା ଆରମ୍ଭ ହୋଇଥିଲା। ଏହାପରେ ପୁଲିସ ଦୁର୍ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲା। ପୁଲିସ ପରିବାର ଲୋକଙ୍କ ସହିତ ଡାକ୍ତରଖାନାରେ ପହଞ୍ଚିବା ପରେ ଜଜ୍‍ଙ୍କ ମୃତଦେହକୁ ଚିହ୍ନଟ କରାଯାଇଥିଲା। ପ୍ରାଥମିକ ଅବସ୍ଥାରେ ଏହା ଏକ ଦୁର୍ଘଟଣା ମନେ କରାଯାଉଥିବାବେଳେ ସିସିଟିଭି ଫୁଟେଜରୁ ଏହା ଏକ ହତ୍ୟା ଘଟଣା ବୋଲି ଅନୁମାନ କରାଯାଇ ତଦନୁଯାୟୀ ତଦନ୍ତ ଆରମ୍ଭ କରାଯାଇଥିଲା।
ଝାଡଖଣ୍ଡ ହାଇକୋର୍ଟ ଏହି ଘଟଣାରେ ନିଜ ଆଡୁ ଏକ ମାମଲା ରୁଜ୍ଜୁ କରିଛନ୍ତି। ହାଇକୋର୍ଟର ମୁଖ୍ୟ ବିଚାରପତି ନିଜଆଡୁ ଏହି ମାମଲା ରୁଜ୍ଜୁ କରି ପୁଲିସ ଏବଂ ସଂପୃକ୍ତ ଜିଲାର ଅଧିକାରୀଙ୍କୁ ଉଚ୍ଚ ନ୍ୟାୟାଳୟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଇତିମଧ୍ୟରେ ସୁପ୍ରିମକୋର୍ଟ ବାର ଆସୋସିଏସନ ସଭାପତି ବିକାଶ ସିଂ ଏହାକୁ ବିଚାର ବିଭାଗର ସ୍ୱାଧୀନତା ଉପରେ ଜଘନ୍ୟ ଆକ୍ରମଣ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଜଣେ କୁଖ୍ୟାତ ଅପରାଧୀର ଜାମିନ ଖାରଜ କରିବା ପରେ ଦେଶରେ ଜଣେ ବିଚାରପତିଙ୍କୁ ଯଦି ଏଭଳି ହତ୍ୟା କରାଯାଏ ତେବେ ତାହା ବିଚାର ବିଭାଗୀୟ ବ୍ୟବସ୍ଥା ପ୍ରତି ବିପଜ୍ଜନକ ପରିସ୍ଥିତି ସୃଷ୍ଟି କରିବ।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories