www.samajalive.in
Tuesday, December 9, 2025
17.1 C
Bhubaneswar

ଚାଇନାରେ ବ୍ୟାପିଲା କୋଭିଡ-୧୯ର ଡେଲଟା ପ୍ରକରଣ; ନାନଜିଂ ସହର ବନ୍ଦ

ବେଜିଂ: ଚାଇନାରେ ପୁଣି କୋଭିଡ-୧୯ ବ୍ୟାପିବା ଆରମ୍ଭ ହୋଇଛି । ଏଥର ସେଠାରେ ଏହି ଭୂତାଣୁର ଡେଲଟା ପ୍ରକରଣକୁ ଚିହ୍ନଟ କରାଯାଇଛି । ଏହି କାରଣରୁ ଚାଇନାର ପୂର୍ବରେ ଥିବା ଜିଆଙ୍ଗସି ପ୍ରଦେଶର ରାଜଧାନୀ ନାନଜିଂ ସହରକୁ ବନ୍ଦ କରିଦିଆଯାଇଛି । ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ସହରରେ କଡା କୋଭିଡ କଟକଣା ଲାଗୁ କରାଯାଇଛି । ସେଠାରେ ଥିବା ସମସ୍ତ ଔଷଧ ଦୋକାନଗୁଡିକୁ ଆଣ୍ଟିପାଇରେଟିକ, କଫ, ଭୂତାଣୁ ନିରୋଧୀ ଏବଂ ଆଣ୍ଟିବାୟୋଟିକ ଔଷଧ ନାଗରିକଙ୍କୁ ବିକ୍ରି ବନ୍ଦ କରିବାକୁ କୁହାଯାଇଛି । ସହରରେ ଥିବା ସମସ୍ତ ପ୍ରମୁଖ ହାସପାତାଳରେ ଜରୁରୀକାଳୀନ ବିଭାଗ ଏବଂ ଫିଭର କ୍ଲିନିକଗୁଡିକୁ ବାଦଦେଇ ଅନ୍ୟ ବିଭାଗଗୁଡିକୁ ଆସୁଥିବା ରୋଗୀମାନଙ୍କର ପଞ୍ଜିକରଣ ବାଧ୍ୟତାମୂଳକ କରାଯାଇଛି । ଏଥିସହିତ ବିଭିନ୍ନ ଜନଗହଳି ସ୍ଥଳ ଏବଂ ଅଫଲାଇନ ତାଲିମ ସେବାଗୁଡିକୁ ବନ୍ଦ କରିଦିଆଯାଇଛି ।

ସାମ୍ବାଦିକଙ୍କ ନିକଟରେ ପ୍ରକାଶ କରି ନାନଜିଂ ସେଣ୍ଟର ଫର ଡିଜିଜ କଂଟ୍ରୋଲ ଆଣ୍ଡ ପ୍ରିଭେନସନର ଉପ ନିର୍ଦ୍ଦେଶକ ଡିଙ୍ଗ ଜି କହିଛନ୍ତି ଯେ, ସହରରେ ସଂପ୍ରତି କରୋନା ସଂକ୍ରମଣ ବୃଦ୍ଧି ପାଇଁ ଡେଲଟା ପ୍ରକରଣ ଦାୟୀ । ଏହି ସହରର ଜନସଂଖ୍ୟା ୯୩ ଲକ୍ଷରୁ ଅଧିକ ହୋଇଥିବାବେଳେ ଏଠାରେ ଦୈନିକ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ପ୍ରଥମେ ଏଠାରେ ଥିବା ବିମାନ ବନ୍ଦରର କିଛି କର୍ମଚାରୀ ଗତ ସପ୍ତାହରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏବେ ସହରରେ ଏହା ବ୍ୟାପିବାରେ ଲାଗିଛି । ପ୍ରଶାସନ ପକ୍ଷରୁ ସହରରେ ନମୁନା ପରୀକ୍ଷାକୁ ତ୍ୱରାନ୍ୱିତ କରାଯିବା ସହିତ ବାସିନ୍ଦାଙ୍କୁ ଅତି ଆବଶ୍ୟକ ନଥିଲେ ସହର ଛାଡି ବାହାରକୁ ନଯିବାକୁ କୁହାଯାଇଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories