ନବରଙ୍ଗପୁର: ସରପଞ୍ଚଙ୍କ ନାମରେ ଆସିଛି ସାଙ୍ଘାତିକ ଅଭିଯୋଗ, ଘର କରେଇ ଦେବା ନାମରେ ଖାଇଗଲେ ହିତାଧିକାରୀଙ୍କ ଟଙ୍କା। ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଲେ ଆବାସ ଯୋଜନାରେ ଘର ପାଇଥିବା ହିତାଧିକାରୀ, ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର ନାକଟି ସିମଡା ପଞ୍ଚାୟତର ଚନାବରି ଗ୍ରାମରୁ। ସରପଞ୍ଚ ନିଜେ ଏହି ଘରର ଆସିଥିବା ଟଙ୍କା ନେଇ ଥିବାର ଅଭିଯୋଗ ଆଣିଲେ ପରିବାରବର୍ଗ। ସୂଚନା ଅନୁଯାୟୀ ୨୦୧୯ ଆର୍ଥିକ ବର୍ଷରେ ଚନାବରି ଗ୍ରାମର ମିଲନ୍ତି ଗଣ୍ଡ ଓ ଚଇତିବାଇ ଗଣ୍ଡଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଆସିଥିଲା ସେମାନେ ଏହି ଘରକୁ ନାକଟିମଡ଼ା ସରପଞ୍ଚ କୁଲେ ଗଣ୍ଡଙ୍କୁ ଠିକା ଦେଇଥିଲେ, ସରପଞ୍ଚ ଘର ଅଧା କରି ଛାଡ଼ି ଦେଲେ। ଆଜକୁ ଦୁଇ ବର୍ଷ ହେଲା ଆଜି କରିଦେବି କାଲି କରିଦେବି କହି କହି ଠକି ଥିବାର ଅଭିଯୋଗ ଆଣିଲେ ହିତାଧିକାରୀଙ୍କ ପରିବାର ଲୋକେ। ମିଳନ୍ତି ଗଣ୍ଡଙ୍କ ଘରର ବିଲ୍ ଲକ୍ଷେ ଟଙ୍କା ଉଠି ଯାଇଥିବା ବେଳେ ଚଇତି ବାଇ ଗଣ୍ଡଙ୍କ ସମସ୍ତ ବିଲ୍ ଉଠି ଯାଇଛି।
ସବୁଠୁ ବଡ଼ ପ୍ରଶ୍ନ ଉଠୁଛି ଘର କାର୍ଯ୍ୟ ସମ୍ପୂର୍ଣ ନ ହେଉଣୁ ଫାଇନାଲ ବିଲ୍ କେମିତି ଉଠଗଲା ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ କିଏ ଏହି ବିଲ୍ କେଉଁ ପରିସ୍ଥିତିରେ କରିଅଛି ତାହା ଏବେ ତଦନ୍ତ ସାପେକ୍ଷ। ଏ ନେଇ ନାକଟି ସିମଡ଼ା ପୁରୁଣା ପଞ୍ଚାୟତ ନିର୍ବାହୀ ଅଧିକାରୀ ସିମାଞ୍ଚଳ ଦାସଙ୍କୁ ପଚାରିଵାରୁ ତାଙ୍କେ କହିଲେ ଯେ ଏହି ବିଷୟରେ ଗ୍ରାମର କିଛି ଲୋକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବେନ୍ଦ୍ର ପ୍ରସାଦ ବଳଙ୍କୁ ଅଭିଯୋଗ କରିଥିଲେ ଏବଂ ବିଡିଓ ସାର୍ ମୋତେ ଏହାର ତଦନ୍ତ କରିବାକୁ କହିଥିଲେ। ମୁଁ ସାଙ୍ଗେ ସାଙ୍ଗେ ସରପଞ୍ଚଙ୍କୁ ଘର ଶୀଘ୍ର କରି ଦେବାକୁ କହିଥିଲି କିନ୍ତୁ ସରପଞ୍ଚ ଏ ପର୍ଯ୍ୟନ୍ତ କଲେ ନାହିଁ ବୋଲି କହିଥିଲେ ପିଇଓ। ଗରିବ ବେସାହାରା ହିତାଧିକାରୀ ଙ୍କୁ ନ୍ୟାୟ ପ୍ରଦାନ କରିବାପାଇଁ ସ୍ଥାନୀୟ ବାସି ଦାବି କରିଛନ୍ତି।



